ବିଧାନସଭାରେ ଶୋଇପଡ଼ିଲେ ବିଜେଡି ବିଧାୟକ ବିଷ୍ଣୁ ଦାସ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଥର ପାଇଁ ଗଣତନ୍ତ୍ରର ମନ୍ଦିରରେ ପାଦ ରଖିଛନ୍ତି ୫୯ ନୂଆ ବିଧାୟକ। ତେଣେ କିଛି ବିଜେପି ବିଧାୟକ ଉତ୍ତରୀୟ ପକାଇ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ତେବେ ଅଧିବେଶନର ପ୍ରଥମ ଭାଗରେ ଦିବଂଗତ ନେତା ଓ ସହିଦଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଉଥିବା ସମୟରେ ସମସ୍ତେ ଠିଆ ହୋଇଥିବା ବେଳେ ନିଜ ଆସନରେ ଶୋଇ ପଡ଼ିଥିଲେ ବରିଷ୍ଠ ବିଜେଡି ବିଧାୟକ ବିଷ୍ଣୁ ଦାସ। ବିଧାନସଭାର ଷୋଡ଼ଶ ଅଧିବେଶନ […]

bjd

bjd

Manoranjan Sial
  • Published: Tuesday, 25 June 2019
  • Updated: 25 June 2019, 08:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ଥର ପାଇଁ ଗଣତନ୍ତ୍ରର ମନ୍ଦିରରେ ପାଦ ରଖିଛନ୍ତି ୫୯ ନୂଆ ବିଧାୟକ। ତେଣେ କିଛି ବିଜେପି ବିଧାୟକ ଉତ୍ତରୀୟ ପକାଇ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ତେବେ ଅଧିବେଶନର ପ୍ରଥମ ଭାଗରେ ଦିବଂଗତ ନେତା ଓ ସହିଦଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଉଥିବା ସମୟରେ ସମସ୍ତେ ଠିଆ ହୋଇଥିବା ବେଳେ ନିଜ ଆସନରେ ଶୋଇ ପଡ଼ିଥିଲେ ବରିଷ୍ଠ ବିଜେଡି ବିଧାୟକ ବିଷ୍ଣୁ ଦାସ।

ବିଧାନସଭାର ଷୋଡ଼ଶ ଅଧିବେଶନ ଆଜି ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ବେକରେ ହଳଦିଆ ଉତ୍ତରୀୟ ଓ ଆଉ ହାତରେ ବ୍ୟାଗ ଧରି ଗୋଟିଏ ଲାଇନରେ ଗଣତନ୍ତ୍ରର ମନ୍ଦିରକୁ ପ୍ରବେଶ କରିଥିଲେ ବିଜେପିର ବିଧାୟକ। କେହି କେହି ଭଗବାନଙ୍କ ଉଦ୍ଦେଶ୍ୟରେ ଚଟାଣକୁ ଛୁଇଁବା ପରେ ଭିତରେ ପାଦ ରଖିଛନ୍ତି। ମୁଖ୍ୟ ବିରୋଧୀ ଦଳ ଆସନରେ କଂଗ୍ରେସ୍ ବଦଳରେ ପ୍ରଥମ ଥର ପାଇଁ ବସିଛନ୍ତି ବିଜେପି ବିଧାୟକ।

ଆଉ ଏପଟେ ଜଣକ ପରେ ଜଣେ କଂଗ୍ରେସ ବିଧାୟକ ଗୃହ ଭିତରକୁ ପ୍ରବେଶ କରୁଛନ୍ତି। ଆଗରେ ଅଛନ୍ତି ଦଳର ନେତା ନରସିଂହ ମିଶ୍ର। ସେ ଗୃହକୁ ପ୍ରବେଶ କରୁ କରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପିଠି ଥାପୁଡ଼େଇ ଥିଲେ। ପରେ ବିଧାନସଭାକୁ ପ୍ରବେଶ କଲା ବେଳେ 'ଓମ୍ ଶାନ୍ତି' ବୋଲି କହିଥିଲେ ବିଜେଡି ବିଧାୟକ ଅରବିନ୍ଦ ଢାଲି। ଆଉ ନିଜ ଷ୍ଟାଇଲେ ଫୁଲ୍‌ ରେଡି ବୋଲି କହି ପାଦ ରଖିଥିଲେ ସୁରେଶ ରାଉତରାୟ। ଗୋଟିଏ ଗାଡ଼ିରୁ ବାହାରିଲେ ଯୋଡ଼ି ନମ୍ବର ଓ୍ୱାନ୍ ତାରା ବାହିନୀପତି ଓ ରମେଶ ଜେନା। ହମ୍ ନେହିଁ ଡରେଙ୍ଗେ ସ୍ଲୋଗାନ ଦେଇ ଦୁହେଁ ବିଧାନସଭାରେ ପାଦ ରଖିଥିଲେ। ବେଶ୍ କିଛି ସମୟ ବିଧାନସଭା ଭିତରେ ଚାଲିଲା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାର ପର୍ବ। ନିଜ ନିଜ ଶୈଳୀରେ ବିରୋଧୀ-ଶାସକ ପରସ୍ପରକୁ ଜଣାଇଥିଲେ ଅଭିନନ୍ଦନ। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ଯୋଡ଼ି ସମସ୍ତଙ୍କୁ ନମସ୍କାର ଜଣାଇ ଗୃହରେ ପ୍ରବେଶ କରିଥିଲେ।

ପରମ୍ପରା ଅନୁସାରେ ବଜେଟ୍ ଅଧିବେଶନର ଆରମ୍ଭରେ ପ୍ରଥମେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌। ୧୬ ମିନିଟ ପରେ ଦିବଂଗଚ ନେତାଙ୍କ ଉଦ୍ଦେଶ୍ୟରେ ଆଗତ ହେଲା ଶୋକ ପ୍ରସ୍ତାବ। ତେବେ ନିରବ ପ୍ରାର୍ଥନା ପାଇଁ ସମସ୍ତେ ଠିଆ ହୋଇଥିବା ବେଳେ ନିଜ ଆସନରେ ଶୋଇ ପଡ଼ିଥିଲେ ବରିଷ୍ଠ ବିଜେଡି ବିଧାୟକ ବିଷ୍ଣୁ ଦାସ। ଶୋକ ପ୍ରସ୍ତାବ ପରେ ପୁରୁଣା ଷ୍ଟାଇଲ୍‌ରେ ନିଜ ଆସନରୁ ଉଠି ବାଚସ୍ପତିଙ୍କୁ କିଛି କହିଥିଲେ ତାରା ବାହିନୀପତି। ତାଙ୍କୁ ସାଥ୍ ଦେଇଥିଲେ ସୁର ରାଉତରାୟ। ହେଲେ ବାଚସ୍ପତି କିଛି ନ ଶୁଣିବାରୁ ଗୃହର ମଧ୍ୟଭାଗକୁ ଚାଲି ଆସି ହାତ ଠାରି ଅନ୍ୟ ସାଥୀ ବିଧାୟକଙ୍କୁ ଡାକିଥିଲେ ତାରା। ସେଇ ପୁରଣା ଷ୍ଟାଇଲରେ ସଚିବଙ୍କୁ ଚେୟାର ଛାଡ଼ିବାକୁ ଇସାର କହିଥିଲେ ତାରା। ଆଉ ହଟ୍ଟଗୋଳ ନ ହେଉଣୁ ଏପଟେ ନିଜ ଆସନ ଛାଡ଼ି ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ଗୃହକୁ ଆସିଥିବା ବିଧାୟକ ଏଭଳି ଦୃଶ୍ୟ ଦେଖି ଚକିତ ହୋଇଥିଲେ।

ଷୋଡ଼ଶ ଅଧିବେଶନରେ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି ୫୯ ଜଣ ବିଧାୟକ। ଏମାନଙ୍କ ଭିତରୁ ବିଜେଡିର ଅଛନ୍ତି ସବୁଠାରୁ ଅଧିକ, ୪୦ ଜଣ। ଏମାନଙ୍କ ଭିତରୁ କେବଳ ପାଟଣାଗଡ଼ ବିଧାୟକ ସରୋଜ ମେହେର ଜେଲରେ ଥିବାରୁ ବିଧାନସଭା ଆସିପାରି ନଥିଲେ। ବିଜେପିର ୧୪ ନୂଆ ବିଧାୟକ ଆସିଥିବା ବେଳେ କଂଗ୍ରେସର ୪ ନୂଆ ବିଧାୟକ ମଧ୍ୟ ପ୍ରଥମ ଦିନ ଗଣତନ୍ତ୍ରର ମନ୍ଦିରର ପ୍ରଥମ ଅଭିଜ୍ଞତା ସାଉଁଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story