ବିଜେଡି ସାଂସଦଙ୍କୁ ଝଟକା: ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ ଆୟୋଜକ ତାଲିକାରୁ ବାଦ୍ ପଡ଼ିଲା କିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୩ ମସିହାରେ ଭାରତରେ ହେବାକୁ ଥିବା ସମ୍ମାନଜନକ ‘ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ’ର ଆୟୋଜକ ତାଲିକାରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ)କୁ ବିଦା ହେବାକୁ ପଡ଼ିଛି। ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଇଣ୍ଟରନ୍ୟାସନାଲ ୟୁନିଅନ୍ ଅଫ୍ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ ଏଥେନଲୋଜିକାଲ ଷ୍ଟଡିଜ(ଆଇୟୁଏଇଏସ) ଅଗଷ୍ଟ ୧୬ତାରିଖରେ ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅବଗତ କରାଇଛି। କିସକୁ ବାଦ୍ ଦେଇ ଏହି ବିଶ୍ୱ କଂଗ୍ରେସର ଆୟୋଜନ କରିବା ନିମନ୍ତେ ଇଣ୍ଡିଆନ ଆନ୍ଥ୍ରୋପୋଲୋଜିକାଲ ଆସୋସିଏସନ୍‌, ଉତ୍କଳ ବିଶ୍ୱବିଦ୍ୟାଳୟ ଓ […]

kiss

kiss

Manoranjan Sial
  • Published: Thursday, 20 August 2020
  • Updated: 20 August 2020, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୩ ମସିହାରେ ଭାରତରେ ହେବାକୁ ଥିବା ସମ୍ମାନଜନକ ‘ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ’ର ଆୟୋଜକ ତାଲିକାରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ)କୁ ବିଦା ହେବାକୁ ପଡ଼ିଛି। ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଇଣ୍ଟରନ୍ୟାସନାଲ ୟୁନିଅନ୍ ଅଫ୍ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ ଏଥେନଲୋଜିକାଲ ଷ୍ଟଡିଜ(ଆଇୟୁଏଇଏସ) ଅଗଷ୍ଟ ୧୬ତାରିଖରେ ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅବଗତ କରାଇଛି। କିସକୁ ବାଦ୍ ଦେଇ ଏହି ବିଶ୍ୱ କଂଗ୍ରେସର ଆୟୋଜନ କରିବା ନିମନ୍ତେ ଇଣ୍ଡିଆନ ଆନ୍ଥ୍ରୋପୋଲୋଜିକାଲ ଆସୋସିଏସନ୍‌, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଇଛି। ଆଇୟୁଏଇଏସର ଏଭଳି ପଦକ୍ଷେପ ବିଜେଡି ସାଂସଦ ତଥା କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶକ୍ତ ଝଟକା ଦେଇଛି।

ମିଳିଥିବା ସୂଚନା ଅନୁସାରେ,ଆଇୟୁଏଇଏସ ସଭାପତି ଜିନଜି କୋଇଜୁମି ଓ ମହାସଚିବ ନୋଏଲ ବି ସାଲଜର ଅଗଷ୍ଟ ୧୬ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଡଃ ଦୀପକ କୁମାର ବେହେରାଙ୍କୁ ଚିଠି ଲେଖି କହିଛନ୍ତି ଯେ, ଆଇୟୁଏଇଏସ୍ ପରିଚାଳନା କମିଟି ବହୁ ବିଚାରବିମର୍ଶ କରିବା ପରେ ବିଶ୍ୱ ଆନ୍ଥ୍ରୋପୋଲୋଜି କଂଗ୍ରେସ-୨୦୨୩ର ସହ ଆୟୋଜକ ତାଲିକାରୁ କିସ୍ ଅନୁଷ୍ଠାନକୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଏହି କଂଗ୍ରେସ ଆୟୋଜନରେ କିସକୁ ସାମିଲ କରାଯିବାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଦବେଗ ପ୍ରକାଶ କରିଥିଲେ। କିସ୍ ଏହି କାର୍ଯ୍ୟକ୍ରମରେ ଆବଶ୍ୟକ ଭିତ୍ତିଭୂମି, ଲଜିଷ୍ଟିକ୍ ସହାୟତା ଓ ଅନ୍ୟାନ୍ୟ ଆର୍ଥିକ ସହଯୋଗ ଦେଇଥାନ୍ତା। ଯେହେତୁ ଆଇୟୁଏଇଏସ୍ ତା’ର ଆଗାମୀ ବିଶ୍ୱ କଂଗ୍ରେସକୁ ଭାରତରେ ଆୟୋଜନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ, ତେଣୁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଥିବା ନୂତତ୍ତ୍ୱବିତ୍ (ଆନ୍ଥ୍ରୋପୋଲୋଜିକାଲ)ଙ୍କୁ ଏକଜୁଟ ହୋଇ ଭାରତର ଏହି ୩ଟି ଆୟୋଜକ ସଂସ୍ଥାକୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ୨ହଜାରରୁ ଅଧିକ ଆଦିବାସୀ ନେତା, ଶିକ୍ଷାବିତ୍ , ସାମାଜିକ କର୍ମୀ, ଲୋକ ପ୍ରତିନିଧି ଓ ଛାତ୍ର ସଂଗଠନ ସହ ଅନ୍ୟାନ୍ୟ ବର୍ଗର ଲୋକମାନେ ଭୁବନେଶ୍ୱରସ୍ଥିତ କିସ୍ ବିରୁଦ୍ଧରେ ଆଦିବାସୀଙ୍କ ଅଧିକାର ସମ୍ପର୍କରେ ଆଇୟୁଏଇଏସ୍ ପାଖରେ ପିଟିସନ୍ ଦାଖଲ କରିଥିଲେ। ଏହାସହିତ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ମଧ୍ୟ ଏହି ପିଟିସନ୍ ଦିଆଯାଇଥିଲା।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସୂଚନାକର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ୨୦୨୩ ମସିହାରେ ହେବାକୁ ଥିବା ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ କଂଗ୍ରେସର ଆୟୋଜନ କମିଟିରୁ ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା କିସକୁ ବିତାଡ଼ିତ କରାଯାଇଛି। ଯାବତୀୟ ଠକାମି, ଜମି ଦୁର୍ନୀତି, ଆଦିବାସୀ ପିଲାଙ୍କୁ ନେଇ ବ୍ୟବସାୟ ଇତ୍ୟାଦି ଅନେକ ଗୁରୁତର ଅଭିଯୋଗ ବହୁ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତସମ୍ପନ୍ନ ବ୍ୟକ୍ତିମାନେ କରିବାରୁ ଆଇୟୁଏଇଏସ୍ କଠୋର ନିଷ୍ପତ୍ତି ନେଇ କିସକୁ ବିତାଡ଼ିତ କରିଛନ୍ତି। ଏବେ କେବଳ ଭାରତୀୟ ଆନ୍ଥ୍ରୋପୋଜିକାଲ ଆସୋସିଏସନ୍‌, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏହି ବିଶ୍ୱ କଂଗ୍ରେସକୁ ଆୟୋଜନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story