‘ଆମେ ନୁହେଁ ତ ପତ୍ନୀଙ୍କୁ ଟିକେଟ୍ ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପାଇଁ ‘ମହିଳା କାର୍ଡ’ ଏବେ ଗଳାର କଣ୍ଟା ସାଜିଲାଣି। ଟିକେଟରୁ ବଞ୍ଚିତ ହେବାର ଆଶଙ୍କା କରୁଥିବା ବିଜେଡି ବିଧାୟକ ଓ ସାଂସଦମାନେ ଏବେ ସେମାନଙ୍କର ପତ୍ନୀଙ୍କ ପାଇଁ ଟିକେଟ୍ ଆଣିବାକୁ ଲବି ଆରମ୍ଭ କରିଦେଇଛନ୍ତି। ଆଉ ନେତାମାନଙ୍କର ଏଭଳି ଦାବି,ଚାପ ଓ ଅସନ୍ତୋଷ ବିଜେଡି ନେତୃତ୍ୱଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିଜେଡି ଟିକେଟ୍ କଟିବାର ଆଶଙ୍କା ଥିବା ଅଧିକାଂଶ ବିଧାୟକ ଓ ସାଂସଦମାନେ ଏବେ […]

Bjd-mps-and-mlas-who-apprehend-rejection-seek-tickets-for-their-better-halves

Bjd-mps-and-mlas-who-apprehend-rejection-seek-tickets-for-their-better-halves

Manoranjan Sial
  • Published: Thursday, 14 March 2019
  • Updated: 15 March 2019, 02:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପାଇଁ ‘ମହିଳା କାର୍ଡ’ ଏବେ ଗଳାର କଣ୍ଟା ସାଜିଲାଣି। ଟିକେଟରୁ ବଞ୍ଚିତ ହେବାର ଆଶଙ୍କା କରୁଥିବା ବିଜେଡି ବିଧାୟକ ଓ ସାଂସଦମାନେ ଏବେ ସେମାନଙ୍କର ପତ୍ନୀଙ୍କ ପାଇଁ ଟିକେଟ୍ ଆଣିବାକୁ ଲବି ଆରମ୍ଭ କରିଦେଇଛନ୍ତି। ଆଉ ନେତାମାନଙ୍କର ଏଭଳି ଦାବି,ଚାପ ଓ ଅସନ୍ତୋଷ ବିଜେଡି ନେତୃତ୍ୱଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡି ଟିକେଟ୍ କଟିବାର ଆଶଙ୍କା ଥିବା ଅଧିକାଂଶ ବିଧାୟକ ଓ ସାଂସଦମାନେ ଏବେ ସେମାନଙ୍କର ପତ୍ନୀଙ୍କୁ ଆଣି ନବୀନ ନିବାସରେ ଭିଡ଼ ଜମାଇବାରେ ଲାଗିଛନ୍ତି। ଦଳ ଯଦି କୌଣସି କାରଣରୁ ସେମାନଙ୍କୁ ଟିକେଟ ଦେବାକୁ ଚାହୁଁନି ତା’ହେଲେ ସେମାନଙ୍କ ପତ୍ନୀଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି କରିଛନ୍ତି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ଲୋକସଭା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରିବାପରେ ନବୀନ ନିବାସରେ ଏବେ ଲମ୍ବା ଧାଡ଼ି ଲାଗୁଛି। ବିଜେଡି ମଧ୍ୟ ବିଧାନସଭାରେ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଜି ସଙ୍କେତ ଦେଇଛନ୍ତି। ବିଜେଡିର ଏହି ମହିଳା କାର୍ଡ ହିଁ ଏବେ ବହୁ ପରିମାଣର ମହିଳାଙ୍କୁ ଟିକେଟ୍ ଆଶାୟୀ କରିଦେଇଛି। ଏହି କାରଣରୁ ଯେଉଁ ବିଧାୟକ ଓ ସାଂସଦମାନେ ନିଜ ନିଜର ଟିକେଟ୍ କଟିବ ବୋଲି ଆଶଙ୍କା କରୁଛନ୍ତି ସେମାନେ ସେମାନଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଦାବି ଜଣାଇଛନ୍ତି।

ଏହି କ୍ରମରେ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେବୀ ଟିକେଟ୍ ପାଇଁ ଆଜି ନବୀନ ନିବାସରେ ଡେରା ପକାଇଥିଲେ। ଅର୍କଙ୍କୁ ଆଗାମୀ ନିର୍ବାଚନରେ ଟିକେଟ୍ ମିଳିବାର ସମ୍ଭାବନା କ୍ଷୀଣ ଥିବାରୁ ମାଳବିକା ଦେବୀ ଟିକେଟ୍ ପାଇଁ ଚାପ ପକାଉଛନ୍ତି। ତାଙ୍କୁ ଜୁନାଗଡ଼ରୁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପରିବର୍ତ୍ତେ ଦଳ ବିଧାୟକ ପ୍ରାର୍ଥୀ କରିପାରେ ବୋଲି ସୂଚନା ମିଳିଛି।

ସେହିପରି ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ଚଳିତଥର ଲୋକସଭା ଟିକେଟ ମିଳିବ ନାହିଁ ବୋଲି ହେଉଥିବା ଚର୍ଚ୍ଚା ମଧ୍ୟରେ ତାଙ୍କ ପତ୍ନୀ ମେଘନା ଆରଏଲ୍ ରାଣା ଆଜି ନବୀନ ନିବାସ ଆସିଥିବା ଜଣାପଡ଼ିଛି। ଦଳର ମହିଳା ପ୍ରାର୍ଥୀ କୋଟାରେ ତାଙ୍କୁ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ସେ ଚାପ ପକାଇଥିବା ଜଣାପଡ଼ିଛି।

କେବଳ ଅର୍କ ଓ କଳିକେଶ ନୁହଁନ୍ତି, ବିଜେଡିର ମହିଳା କୋଟାରେ ପ୍ରାର୍ଥୀ ହେବା ପାଇଁ ଏବେ ନବୀନ ନିବାସରେ ଯେଭଳି ଟିକେଟ୍ ଆଶାୟୀ ମହିଳାଙ୍କ ଭିଡ଼ ଲାଗିଛି ତାହା ବିଜେଡିର ଅଡ଼ୁଆ ବଢ଼ାଇବାରେ ଲାଗିଛି। ଫଳରେ ମହିଳା କାର୍ଡ ଖେଳି ରାଜନୀତିକ ଫାଇଦା ନେବାକୁ ଚାହିଁ ବସିଥିବା ବିଜେଡି ସଭାପତିଙ୍କୁ ନିଜର ନିଷ୍ପତ୍ତି ନିର୍ବାଚନରେ ମହଙ୍ଗା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos