ସଙ୍କଟରେ ବିଜେଡିର ‘ଧର୍ମନିରପେକ୍ଷ’ ଚେହେରା, ତାଳିପକା ଉଦ୍ୟମ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ‘ନାଗରିକତା ସଂଶୋଧନ ବିଲ୍-୨୦୧୯’କୁ ସଂସଦରେ ସମର୍ଥନ କରିବା ରାଜ୍ୟର କ୍ଷମତାସୀନ ‘ବିଜେଡି’ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୦୮ ମସିହା କନ୍ଧମାଳ ଦଙ୍ଗାପରେ ‘ଧର୍ମନିରପେକ୍ଷତା’ର ଦ୍ୱାହି ଦେଇ ନିଜର ୧୧ବର୍ଷର ମେଣ୍ଟ ସହଯୋଗୀ ‘ବିଜେପି’କୁ ବାଏବାଏ କରିବାକୁ ପଛାଇ ନଥିବା ବିଜେଡି ଏବେ ନିଜର ଆତ୍ମଘୋଷିତ ‘ଧର୍ମନିରପେକ୍ଷ’ ଚେହେରା ଧୂମିଳ ହୋଇଥିବା ଆଶଙ୍କା କରି ଏଥିରେ ତାଳିପକା ଉଦ୍ୟମ ଆରମ୍ଭ କରିଛି। ଆଗକୁ ପୌର ନିର୍ବାଚନ […]

naveenpatnaik

naveenpatnaik

Manoranjan Sial
  • Published: Friday, 13 December 2019
  • Updated: 14 December 2019, 08:00 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ‘ନାଗରିକତା ସଂଶୋଧନ ବିଲ୍-୨୦୧୯’କୁ ସଂସଦରେ ସମର୍ଥନ କରିବା ରାଜ୍ୟର କ୍ଷମତାସୀନ ‘ବିଜେଡି’ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୦୮ ମସିହା କନ୍ଧମାଳ ଦଙ୍ଗାପରେ ‘ଧର୍ମନିରପେକ୍ଷତା’ର ଦ୍ୱାହି ଦେଇ ନିଜର ୧୧ବର୍ଷର ମେଣ୍ଟ ସହଯୋଗୀ ‘ବିଜେପି’କୁ ବାଏବାଏ କରିବାକୁ ପଛାଇ ନଥିବା ବିଜେଡି ଏବେ ନିଜର ଆତ୍ମଘୋଷିତ ‘ଧର୍ମନିରପେକ୍ଷ’ ଚେହେରା ଧୂମିଳ ହୋଇଥିବା ଆଶଙ୍କା କରି ଏଥିରେ ତାଳିପକା ଉଦ୍ୟମ ଆରମ୍ଭ କରିଛି। ଆଗକୁ ପୌର ନିର୍ବାଚନ ଥିବାବେଳେ ମୁସଲିମବହୁଳ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ସହରରେ ମୁସଲିମ ସମୁଦାୟ ମଧ୍ୟରେ ବଢ଼ୁଥିବା ଅସନ୍ତୋଷରେ ଆଶଙ୍କିତ ବିଜେଡି ତରବରିଆ ଭାବେ ମୁସଲିମ୍ ନେତାମାନଙ୍କୁ ଭୁବନେଶ୍ୱର ଆଣି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟୋଜିତ ବୈଠକ କରିବାକୁ ପଛାଇ ନାହିଁ। ନିଜର ପ୍ରତ୍ୟେକଟି ହାଡ଼(ଅସ୍ଥି) ଧର୍ମନିରପେକ୍ଷ ବୋଲି ପୂର୍ବରୁ ଦୃଢ଼ୋକ୍ତି ବ୍ୟକ୍ତ କରୁଥିବା ଶ୍ରୀ ପଟ୍ଟନାୟକଙ୍କୁ ଏବେ ରାଜ୍ୟର ମୁସଲିମ୍ ସମୁଦାୟ ଭୋଟ୍ ହାତଛଡ଼ା ହେବାର ଆଶଙ୍କା ମଧ୍ୟ ଘାରିବାକୁ ଲାଗିଲାଣି ବୋଲି ଚର୍ଚ୍ଚା। ନାଗରିକତା ସଂଶୋଧନ ବିଲରେ ବିଜେଡିର କୌଣସି ଗୋଟିଏ ବି ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିନଥିବା ସତ୍ତେ୍ୱ ଦଳ ଉଭୟ ସଦନରେ ନିଃସର୍ତ୍ତ ସମର୍ଥନ ଦେଇଥିଲା।

ସୂଚନା ଅନୁସାରେ, ସଂସଦର ଉଭୟ ସଦନରେ ନାଗରିକତା ସଂଶୋଧନ ବିଲ୍-୨୦୧୯କୁ ବିଜେଡି ସମର୍ଥନ ଦେବାପରେ ଦଳର ଧର୍ମନିରପେକ୍ଷତାକୁ ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖାଦେଇଛି। ସାଧାରଣ ନିର୍ବାଚନ ପରେ କେନ୍ଦ୍ରର ବିଜେପି ସରକାରକୁ ବିଭିନ୍ନ ବିଲରେ ନିଃସର୍ତ୍ତ ସମର୍ଥନ ଦେବା ବଦଳରେ ବିଜେଡିକୁ ସେଭଳି କୌଣସି ଗୋଟିଏ ବି ଆଖିଦୃଶିଆ ପ୍ରତିଦାନ ମିଳିନଥିବାବେଳେ କାହିଁକି ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଦେବାକୁ ଦଳ ନିଷ୍ପତ୍ତି ନେଲା ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ ଜାଣିବାକୁ ଚାହିଁଥିଲା। ଏପରିକି ଏହି ପ୍ରସଙ୍ଗରେ ବିଜେଡି ସୁପ୍ରିମୋଙ୍କ ଟିମ୍ ମଧ୍ୟ ଦଳର କିଛି ନେତାଙ୍କ ସହ ପରାମର୍ଶ କରିଥିବା ସୂଚନା ମିଳିଛି । ନାଗରିକତା ସଂଶୋଧନ ବିଲ ସଂସଦରେ ଗୃହୀତ ହେବାପରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ କର୍ଫ୍ୟୁ ସ୍ଥିତି ଲାଗି ରହିଥିବାବେଳେ ବିଜେଡିର କିଛି ନେତାମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଓ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ନବୀନଙ୍କ କୋର ଟିମ୍ ଉଦ୍ୟମ ଆରମ୍ଭ କରିଛି। ବିଶେଷକରି ନାଗରିକତା ସଂଶୋଧନ ବିଲ୍ ଗୃହୀତ ହେବାପରେ ଭଦ୍ରକ, ବାଲେଶ୍ୱର ଓ ମୁସଲିମ୍ ବହୁଳ ଅଞ୍ଚଳରେ ଅସନ୍ତୋଷ ଦେଖାଦେଉଥିବାରୁ ବିଜେଡି ନିଜର ଭୋଟବ୍ୟାଙ୍କ ହାତଛଡ଼ା ହେବାର ଆଶଙ୍କା କରିଥିଲା। ଯେଉଁଥିପାଇଁ ସ୍ଥିତି ବିଗିଡ଼ିବା ପୂର୍ବରୁ ଦଳ ଭଦ୍ରକ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କିଛି ଆଗଧାଡ଼ିର ମୁସଲିମ୍ ନେତାମାନଙ୍କୁ ଭୁବନେଶ୍ୱର ଆଣି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇ ତାଳିପକା ଉଦ୍ୟମ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ପରେ ଭଦ୍ରକ ଚଉଦ ମହଲା ମୁସଲିମ୍ ଜମାତର ସଭାପତି ଅବଦୁଲ ବାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁ ଶୁଣିଛନ୍ତି । ନାଗରିକତା ସଂଶୋଧନ ବିଲ୍ ଓ ଏନଆରସି ବିଲ୍ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମୁସଲିମ୍ ସମୁଦାୟ ଭୟଭୀତ ହେବାର ଆବଶ୍ୟକତା ନାହିଁ ଓ ସେ ତାଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି। ଏନଆରସି ବିଲକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ବିଲରେ କେବଳ ଗୋଟିଏ ଧର୍ମ(ମୁସଲିମ)ର ଲୋକଙ୍କୁ ବାଦ୍ ଦିଆଯାଇଥିବା ସତ୍ତେ୍ୱ ବିଜେଡି ଏହି ବିଲକୁ ମାନବିକତା ଆଧାରରେ ସମର୍ଥନ କରୁଛି ବୋଲି କହିଥିଲା। ଦଳ ଯେଉଁ ୩ଟି ପ୍ରସଙ୍ଗ ଉଠାଇ ବିଲକୁ ସମର୍ଥନ କରିଥିଲା ତାକୁ କେନ୍ଦ୍ର ସରକାର ସାମାନ୍ୟତମ ଗୁରୁତ୍ୱ ମଧ୍ୟ ଦେଇନଥିଲେ। ବିଲରେ ଶ୍ରୀଲଙ୍କାକୁ ସାମିଲ, ବିଲକୁ ଏନଆରସି ସହ ଯୋଡ଼ାନଯିବା ଓ ଦେଶର ମୁସଲିମ୍ ସମୁଦାୟଙ୍କ ମଧ୍ୟରେ ଅବିଶ୍ୱାସ ବାତାବରଣକୁ ଦୂର କରିବା ଭଳି ୩ଟି ମୁଖ୍ୟ ଦାବି ବିଜେଡି ରଖିଥିଲା। କିନ୍ତୁ ଆଲୋଚନାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏସବୁ କୌଣସି ଗୋଟିଏ ଦାବିରେ ମଧ୍ୟ ବିଜେଡିକୁ ସନ୍ତୁଷ୍ଟ କରାଇନଥିଲେ। ଓଲଟା ତାଙ୍କ ସରକାର ଏନଆରସି ବିଲ୍ ନିଶ୍ଚିତ ଭାବେ ଆଣିବ ବୋଲି ଲୋକସଭାରେ ଆଲୋଚନାବେଳେ ଦୃଢ଼ୋକ୍ତି ବାଢ଼ିଥିଲେ। ଏହାସତ୍ତେ୍ୱ ବିଜେଡି ନିଜର ତଥାକଥିତ ଧର୍ମନିରପେକ୍ଷ ଚେହେରାକୁ ପଛରେ ପକାଇ ବିଲକୁ ସମର୍ଥନ କରିଥିଲା।

ମାତ୍ର ଏବେ ରାଜ୍ୟର ମୁସଲିମ ସମୁଦାୟ ମଧ୍ୟରେ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିବା ଓ ଦଳର କିଛି ନେତା ଏ ସମ୍ପର୍କରେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିବା ପରେ ଦଳ ଏଥିନେଇ ତାଳିପକା ଉଦ୍ୟମ ଆରମ୍ଭ କରିଛି, ଯାହା ଆଗାମୀ ଦିନରେ ବି ଜାରି ରହିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୦୦୮ ମସିହା କନ୍ଧମାଳ ଦଙ୍ଗା ପରେ ଖ୍ରୀଷ୍ଟିୟାନ୍ ଭୋଟ୍ ହାତଛଡ଼ା ହେବା ଓ ଧର୍ମନିରପେକ୍ଷ ଛବିରେ ଆଞ୍ଚ ଆସିବା ଆଶଙ୍କାରେ ବିଜେଡି ନିଜର ୧୧ବର୍ଷ ପୁରୁଣା ମେଣ୍ଟ ସହଯୋଗୀ ‘ବିଜେପି’ ହାତ ଛାଡ଼ିବାକୁ ପଛାଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story