ପ୍ରସଙ୍ଗର ଜବାବ ନରଖି ଅଭିଯୋଗ ଲଦିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ଗଞ୍ଜାମ ଜିଲ୍ଲାରେ କରୋନା ପରିଚାଳନା ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି ବୋଲି ବିଜେପି ଅଭିଯୋଗ କରିଛି। କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ଫର୍ଦ୍ଦ ଉପସ୍ଥାପନ କରି ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ବିଜେପି କରିଥିବା ଅଭିଯୋଗ ଉପରେ ଶାସକ ବିଜେଡି ଏହାର ଜବାବ ନରଖି ଓଲଟା ଅଭିଯୋଗ ଲଦି ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ପ୍ରୟାସ […]

bjp

bjp

Manoranjan Sial
  • Published: Tuesday, 14 July 2020
  • Updated: 14 July 2020, 07:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ଗଞ୍ଜାମ ଜିଲ୍ଲାରେ କରୋନା ପରିଚାଳନା ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି ବୋଲି ବିଜେପି ଅଭିଯୋଗ କରିଛି। କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ଫର୍ଦ୍ଦ ଉପସ୍ଥାପନ କରି ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ବିଜେପି କରିଥିବା ଅଭିଯୋଗ ଉପରେ ଶାସକ ବିଜେଡି ଏହାର ଜବାବ ନରଖି ଓଲଟା ଅଭିଯୋଗ ଲଦି ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ପ୍ରୟାସ କରିଛି।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବଡ଼ମ୍ବନା। ବିନା ମାସ୍କରେ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ୍ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ୱ କଟକଣାକୁ ଉପହାସ କରୁଛି। ଏଭଳି ଆଚରଣ ଖୋଦ୍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କୋଭିଡ୍ ମାର୍ଗଦର୍ଶିକାର ଉଲ୍ଲଙ୍ଘନ। ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବାପାଇଁ ଅନୁରୋଧ ସତ୍ତ୍ୱେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଥିବାରୁ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ ବୋଲି ବିଜେଡି କହିଛି। ଓଡ଼ିଶାବାସୀଙ୍କ ଆଗରେ ସକରାତ୍ମକ ଉଦାହରଣ ରଖିବା ପରିବର୍ତ୍ତେ ବିଜେପି ନେତାମାନେ କୋଭିଡ୍ ମାର୍ଗଦର୍ଶିକା ସଂକ୍ରାନ୍ତରେ ନକରାତ୍ମକ ଉଦାହରଣମାନ ରଖିବାରେ ଲାଗିଛନ୍ତି । ବିଜେପି ନେତାମାନଙ୍କୁ ଦାୟିତ୍ୱସମ୍ପନ୍ନ ଆଚରଣ କରିବା ପାଇଁ ବିଜେଡି ଆହ୍ୱାନ ଦେଇଛି। ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଥିବାବେଳେ ବିଶ୍ୱର କରୋନା ସଂକ୍ରମଣ ତାଲିକାରେ ଭାରତ ଏବେ ତିନି ନମ୍ବର ସ୍ଥାନରେ ପହଞ୍ଚିଛି। ଓଡ଼ିଶାର ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି କହିଛନ୍ତି। କରୋନାକୁ ନେଇ ରାଜନୀତି ନକରିବାକୁ ବିଜେଡି ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ, ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଆଜି ରାଜ୍ୟ ସରକାରଙ୍କ କରୋନା ମୁକାବିଲାର ବିଫଳତାର ଲମ୍ବା ତାଲିକାକୁ ତଥ୍ୟପ୍ରମାଣ ସହ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି। ଶାସକ ବିଜେଡି ଏହି ଅଭିଯୋଗର ଜବାବ ରଖିବା ବଦଳରେ ବିଜେପି ନେତାମାନଙ୍କ ଉପରେ ଓଲଟା ଅଭିଯୋଗ ଲଦି ପ୍ରସଙ୍ଗକୁ ଗୁରୁତ୍ୱହୀନ କରିବାକୁ ପ୍ରୟାସ କରିଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story