ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବିଜେଡି ହାତକୁ ଗଲା ବ୍ରହ୍ମପୁର ମହାନଗର ମେୟର ପଦବୀ । ବିଜୟୀ ହେଲେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ସଂଘମିତ୍ରା। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ସଂଘମିତ୍ରା।
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ଥିଲା। ବ୍ରହ୍ମପୁର ମେୟର ପଦ ବିଜେଡି ହାତକୁ ଯାଇଥିବା ବେଳେ ଏବେ ଭୁବନେଶ୍ୱର ଓ କଟକରେ କିଏ ବାଜିମାତ କରୁଛି ତାହା ଉପରେ ସମସ୍ତଙ୍କ ନଜର । ଉଭୟ ଭୁବନେଶ୍ୱର ଓ କଟକରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ସୁବାସ ସିଂ ଆଗୁଆ ଅଛନ୍ତି।
୩ ମହାନଗର ନିଗମ ସମେତ ୧୦୫ ପୌର ପରିଷଦ ନିମନ୍ତେ ଆଜି ଭୋଟ ଗଣତି ଚାଲୁ ରହୁଛି। ଅଧିକାଂଶ ସ୍ଥାନରେ ବିଜେଡି ସିଟ୍ ହାତେଇ ସାରିଥିବା ବେଳେ ବହୁ ଜାଗାରେ ଆଗରେ ରହିଛି। ପଛରେ ପଡ଼ି ଯାଇଛନ୍ତି ବିଜେପି, କଂଗ୍ରେସ। ପଞ୍ଚାୟତ ନିର୍ବାଚନରେ କ୍ଲିନ୍ ସୁଇପ କରିଥିବା ବିଜେଡି ଏଥର ବି ବାଜିମାତ କରିବ ବୋଲି ଆକଳନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘୧୫ ଦିନରେ ସରିବ ସୁଭଦ୍ରା ଯାଞ୍ଚ; ଯୋଗ୍ୟ ମହିଳା ପାଇବେ ଟଙ୍କା’
୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।
Crime
ଝିଅ ମୃତ୍ୟୁ ପରେ ମୁଣ୍ଡ ପିଟୁଛି ମା’; କହିଲା- ଯିଏ ନେଇଥିଲା, ସିଏ ଆସିଲେ ଉଠିବ ମୃତଦେହ
‘ମୋ’ ଝିଅ ୮ ମାସ ହେବ ଘରୁ ଚାଲି ଯାଇଥିଲା। ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲା। ମାତ୍ର ଏବେ ତା’ ମୃତଦେହ ପାଇଲୁ। ତେଣୁ ସେ ଯାହା ସହ ଯାଇଥିଲା, ସେ ନ ଆସିବା ପର୍ଯ୍ୟନ୍ତ ଝିଅର ଶବ ପଡ଼ି ରହିବ ।’
Crime
ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଆ ଶ୍ରମିକ; ମା’ ଆଣିଲେ ହତ୍ୟା ଅଭିଯୋଗ
ଗତ ୨୩ ତାରିଖରେ ଗଣେଶ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ।
Miscellaneous
ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଛାଡ଼ୁନି ପଶ୍ଚିମବଙ୍ଗ ସରକାର
ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି।
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।