‘କରୋନା’ ପାଇଁ ସୋଶାଲ ମିଡିଆରେ ବିଜେଡିର ସଚେତନତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ବିଶ୍ୱରେ ମହାମାରୀ ରୂପ ନେଇଥିବା ‘କରୋନା’କୁ ଓଡ଼ିଶା ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରି ଏବେ ୧୪ଟି ଜିଲ୍ଲାରେ ଲକଡାଉନ୍ ସହ ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଶାସକ ବିଜେଡି ପକ୍ଷରୁ ସୋଶାଲ ମିଡିଆରେ ସାଧାରଣ ଲୋକଙ୍କୁ ସଚେତନତା କରାଯାଉଛି। ଦଳର ଅଧିକାଂଶ ନେତାମାନେ ସୋସିଆଲ ମିଡିଆରେ ଭିଡିଓ ସନ୍ଦେଶ ଦେଇ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ସାଧାରଣ ଲୋକଙ୍କ ମନୋବଳକୁ ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଯୋଜନା ବୋର୍ଡ ଉପାଧ୍ୟକ୍ଷ […]

political

political

Manoranjan Sial
  • Published: Monday, 23 March 2020
  • Updated: 23 March 2020, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ବିଶ୍ୱରେ ମହାମାରୀ ରୂପ ନେଇଥିବା ‘କରୋନା’କୁ ଓଡ଼ିଶା ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରି ଏବେ ୧୪ଟି ଜିଲ୍ଲାରେ ଲକଡାଉନ୍ ସହ ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଶାସକ ବିଜେଡି ପକ୍ଷରୁ ସୋଶାଲ ମିଡିଆରେ ସାଧାରଣ ଲୋକଙ୍କୁ ସଚେତନତା କରାଯାଉଛି। ଦଳର ଅଧିକାଂଶ ନେତାମାନେ ସୋସିଆଲ ମିଡିଆରେ ଭିଡିଓ ସନ୍ଦେଶ ଦେଇ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ସାଧାରଣ ଲୋକଙ୍କ ମନୋବଳକୁ ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ଅରୁଣ ସାହୁ, ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ନବନିର୍ବାଚିତ ସାଂସଦ ସୁଜିତ୍ କୁମାର, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ସହଅଧ୍ୟକ୍ଷ ବିଜୟ ନାୟକ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ସୋଶାଲ ମିଡିଆରେ ନିୟମିତ ଭିଡିଓ ପୋଷ୍ଟ୍ କରି କରୋନା ସମ୍ପର୍କିତ ରାଜ୍ୟ ସରକାରଙ୍କ ପରାମର୍ଶନାମାକୁ ପାଳନ ପାଇଁ ଆହ୍ୱାନ ଜଣାଉଛନ୍ତି।

ବିଜେଡିର ବରିଷ୍ଠ ନେତା ଶ୍ରୀ ଦାସବର୍ମା ରାଜ୍ୟବାସୀଙ୍କ ନିମନ୍ତେ କରୋନା ସଚେତନତା ବାର୍ତ୍ତା ଦେଇଥିବାବେଳେ ମନ୍ତ୍ରୀ ଶ୍ରୀ ସାହୁ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ କରୋନା ପ୍ରତି ସତର୍କ ରହିବାକୁ ସନ୍ଦେଶ ଦେଇଥିଲେ। ସାଂସଦ ସସ୍ମିତ ପାତ୍ର,ଅମର ପଟ୍ଟନାୟକ ଓ ସୁଜିତ୍ କୁମାର ସୋଶାଲ ମିଡିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ଶେୟାର କରୁଥିବାବେଳେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ନିୟମିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଓ ନିଜସ୍ୱ ଭିଡିଓ ପ୍ରସ୍ତୁତ କରି ଦଳର ଫେସବୁକ୍ ପେଜ୍ ମାଧ୍ୟମରେ ଶେୟାର କରୁଥିବା ଦେଖିବାକୁ ମିଳିଛି। ଶ୍ରୀମତୀ ମିଶ୍ର ଗତକାଲି ‘ଘରେ ରୁହ, ନିରାପଦ ରୁହ’ ବୋଲି ପରାମର୍ଶ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ।

ଆଜି ପୁଣି ଏକ ଭିଡିଓ ଜାରି କରି ଜନତା କର୍ଫ୍ୟୁର ସଫଳତା ପାଇଁ ଲୋକଙ୍କୁ ପ୍ରଶଂସା କରିବା ସହ ସରକାରଙ୍କ ଗାଇଡଲାଇନକୁ ପାଳନ କଲେ ‘ହାରିଯିବ କରୋନା, ଜିତିବା ଆମେ’ ବୋଲି ସନ୍ଦେଶ ଦେଇଛନ୍ତି। ପିଲାଦିନେ ଖେଳିବାବେଳେ ହାରିବା ଓ ଜିତିବାର ମନୋଭାବ ନରଖି ସରକାରଙ୍କ ନିର୍ଦ୍ଦେଶାନାମାକୁ ପାଳନ ମାଧ୍ୟମରେ ‘କରୋନା’କୁ ନିଶ୍ଚିତ ଜିତିବା ପାଇଁ ସଂକଳ୍ପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ମହିଳା ବିଜେଡିର ଫେସବୁକ୍ ପେଜ୍ ସମେତ ନିଜ ଫେସବୁକ୍ ଆକାଉଣ୍ଟରେ ଶ୍ରୀମତୀ ମିଶ୍ରଙ୍କ ସନ୍ଦେଶକୁ ମଧ୍ୟ ଲୋକମାନେ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story