ବୈଜୟନ୍ତଙ୍କ ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ପାଣ୍ଡିଆନ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତା ହାତରୁ ଖସିଯିବା ଭୟରେ ତାମିଲ ପ୍ରଶାସକ ଭିକେ ପାଣ୍ଡିଆନ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଓଡ଼ିଶାର କୋଟି କୋଟି ଟଙ୍କା ଲୁଟ୍ କରି ଯେନତେନ ପ୍ରକାରେ ନବୀନ ପଟ୍ଟନାୟକଙ୍କୁ କ୍ଷମତାକୁ ଆଣି ନିଜେ କ୍ଷମତା ଉପଭୋଗ କରିବା ପାଇଁ ଏହି ତାମିଲ ପ୍ରଶାସକଙ୍କୁ କଡ଼ା ଗଣ୍ଡା ଜବାବ ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି। ଏହାସହିତ ଶ୍ରୀ ପଣ୍ଡାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ […]

BJP-PITAMBAR

BJP-PITAMBAR

Manoranjan Sial
  • Published: Thursday, 07 March 2019
  • Updated: 07 March 2019, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତା ହାତରୁ ଖସିଯିବା ଭୟରେ ତାମିଲ ପ୍ରଶାସକ ଭିକେ ପାଣ୍ଡିଆନ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଓଡ଼ିଶାର କୋଟି କୋଟି ଟଙ୍କା ଲୁଟ୍ କରି ଯେନତେନ ପ୍ରକାରେ ନବୀନ ପଟ୍ଟନାୟକଙ୍କୁ କ୍ଷମତାକୁ ଆଣି ନିଜେ କ୍ଷମତା ଉପଭୋଗ କରିବା ପାଇଁ ଏହି ତାମିଲ ପ୍ରଶାସକଙ୍କୁ କଡ଼ା ଗଣ୍ଡା ଜବାବ ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି। ଏହାସହିତ ଶ୍ରୀ ପଣ୍ଡାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ବିଜେପି ସ୍ପଷ୍ଟ କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ କଥାରେ ଯେଉଁ ପ୍ରସଙ୍ଗକୁ ଫେବୃଆରୀ ମାସରେ ସାଂସଦ ଭର୍ତ୍ତୃହରି ମହତାବ ସଂସଦରେ ଉଠାଇଥିଲେ, ଏବେ ସେହି ପ୍ରସଙ୍ଗକୁ ଜଣେ ତଥାକଥିତ ଆରଟିଆଇ କର୍ମୀ ଭୂପିନ୍ଦର ସିଂ ପଟେଲ ଓଡ଼ିଶା ଆସି ଉଠାଇବା ପଛରେ ରହସ୍ୟ କ’ଣ? ଶ୍ରୀ ପଟେଲ ଯେଉଁ ଅଭିଯୋଗ କରୁଛନ୍ତି ଓ ତଥ୍ୟପ୍ରମାଣ ଥିବା ଦାବି କରୁଛନ୍ତି ତାକୁ ସିଏ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ ନଦେଇ ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରି କହିବା ଅର୍ଥ କ’ଣ? କିଏ ତାଙ୍କୁ ଓଡ଼ିଶା ଆଣିଛି ଓ ସେ କେଉଁ ହୋଟେଲରେ ରହିଛନ୍ତି ତଥା ଏଥିପାଇଁ କିଏ ଟଙ୍କା ଦେଇଛି ତାହା ସ୍ପଷ୍ଟ ହେବା ଉଚିତ୍।

ପାଣ୍ଡିଆନଙ୍କ ସହ ତାଙ୍କର ବ୍ୟବସାୟିକ ସମ୍ପର୍କ କ’ଣ?

ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏ ହେଉଛନ୍ତି ସେହି ପଟେଲ ଯିଏ ଛତିଶଗଡ଼ର ଅଜିତ୍ ଯୋଗୀଙ୍କ ପୁଅ ସହ ମିଶି ବ୍ୟବସାୟ କରୁଥିଲେ ଓ ତାଙ୍କୁ ସୁପ୍ରିମକୋର୍ଟ ମଧ୍ୟ ଭର୍ତ୍ସନା କରିଛନ୍ତି। ତେଣୁ ଯେଉଁ ଅଭିଯୋଗ ଶ୍ରୀ ପଟେଲ ଆଣିଛନ୍ତି ତାକୁ ଗତ ଫେବୃଆରୀ ମାସରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ନିଜ ୱେବସାଇଟ୍ ମାଧ୍ୟମରେ ଯୁକ୍ତିଯୁକ୍ତ ପ୍ରମାଣ ରଖି ଖଣ୍ଡନ କରିସାରିଛନ୍ତି। ତେଣୁ ବୈଜୟନ୍ତ ବାବୁ ବିଜେପିରେ ମିଶିବା ପରେ ପାଣ୍ଡିଆନଙ୍କୁ କ୍ଷମତା ହାତରୁ ଖସିଯିବାର ଆଶଙ୍କା ଘାରିଲାଣି। ୪-୫ଜଣ ଅଣଓଡ଼ିଆ ଅଫିସରଙ୍କ ମାଧ୍ୟମରେ ରାଜ୍ୟ ପ୍ରଶାସନକୁ ନିଜ ନିୟନ୍ତ୍ରଣରେ ରଖିଥିବା ପାଣ୍ଡିଆନ ଏବେ ଏହି କାରଣରୁ ବ୍ୟତିବ୍ୟସ୍ତ ହୋଇ ଏଭଳି ମନ୍ଦ ଉଦ୍ୟମ ଓ ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି। ଏବେ ନବୀନବାବୁଙ୍କ କ୍ଷମତାରେ ରହିବାର କଣ୍ଟ ପୁରିଗଲାଣି। କିନ୍ତୁ ପାଣ୍ଡିଆନ ଜାଣିଛନ୍ତି କ୍ଷମତା ନରହିଲେ ତାଙ୍କର ଅବସ୍ଥା କ’ଣ ହେବ। ତେଣୁ ଯେନତେନ ପ୍ରକାରେ ନବୀନଙ୍କୁ କ୍ଷମତାରେ ରଖିବାକୁ ଏହି ୪-୫ଜଣ ଅଣଓଡ଼ିଆ ଅଫିସର ଲାଗିପଡ଼ିଛନ୍ତି। ସେଥିପାଇଁ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି।

ବୈଜୟନ୍ତ ବାବୁ ୧୦ହଜାର ଲୋକଙ୍କୁ ଧରି ବିଜେପିରେ ସାମିଲ ହୋଇଥିବାରୁ ପାଣ୍ଡିଆନ ଭୟଭୀତ ହୋଇପଡ଼ିଛନ୍ତି। ଓଡ଼ିଶା ଲୋକଙ୍କ ଝାଳବୁହା କୋଟିକୋଟି ଟଙ୍କାକୁ ନେଇ ତାମିଲନାଡୁରେ ଫାର୍ମହାଉସ୍ କରିଥିବା ଏହି ତାମିଲ ପ୍ରଶାସକଙ୍କୁ ନିଶ୍ଚିତ ଭାବେ କଡ଼ା ଗଣ୍ଡା ଜବାବ ଦିଆଯିବ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି। ହଜାର ହଜାର କୋଟି ଦୁର୍ନୀତିରେ ପାଣ୍ଡିଆନ ସଂଶ୍ଲିଷ୍ଟ ଅଛନ୍ତି। ଚିଟଫଣ୍ଡ ଟଙ୍କା ଲୁଟ କରି ତାମିଲନାଡୁରେ ଫାର୍ମ ହାଉସ କରୁଛନ୍ତି ତାମିଲ ପ୍ରଶାସନିକ ଅଫିସର। ଭର୍ତ୍ତୃହରି ବାବୁ ନବୀନ ବାବୁ ଏବଂ ପାଣ୍ଡିଆନଙ୍କ ଦିଲ୍ଲୀ ଏଜେଣ୍ଟ ସାଜି କାର୍ଯ୍ୟ କରୁଛନ୍ତି। ତେଣେ ନବୀନ ବାବୁ ହାରିବା ଭୟରେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ସୂଚନା ଅଧିକାର କର୍ମୀ ଭୂପିନ୍ଦର ସିଂ ପଟେଲ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ବିରୁଦ୍ଧରେ ଟିକସ ଠକେଇର ଅଭିଯୋଗ ଆଣିଥିଲେ। ତେବେ ମାତ୍ର ୩ଘଣ୍ଟା ଭିତରେ ରାଜ୍ୟ ବିଜେପି ଏହାର କଡ଼ା ଜବାବ ଦେଇ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story