ବିଜେଡି ରାଜ୍ୟରେ ରାଜନୀତିକ ଆତଙ୍କବାଦ ଚଳାଇଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡି ରାଜନୀତିକ ଆତଙ୍କବାଦ ଚଳାଇଛି ବୋଲି ବିଜେପି ଆଜି ଅଭିଯୋଗ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ବନ୍ୟା ଅଞ୍ଚଳକୁ ଗସ୍ତ କରିବାବେଳେ ମହିଳା ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଅସମ୍ମାନିତ କରିଥିବା ବିଜେଡି ନେତାଙ୍କୁ କେବେ ଗିରଫ କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗତ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ […]

bjp

bjp

Manoranjan Sial
  • Published: Monday, 19 August 2019
  • Updated: 19 August 2019, 07:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡି ରାଜନୀତିକ ଆତଙ୍କବାଦ ଚଳାଇଛି ବୋଲି ବିଜେପି ଆଜି ଅଭିଯୋଗ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ବନ୍ୟା ଅଞ୍ଚଳକୁ ଗସ୍ତ କରିବାବେଳେ ମହିଳା ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଅସମ୍ମାନିତ କରିଥିବା ବିଜେଡି ନେତାଙ୍କୁ କେବେ ଗିରଫ କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗତ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିବା ସହ ବଲାଙ୍ଗୀରରେ ପ୍ରଶାସନିକ ଅଧିକାରୀମାନଙ୍କ ସହ କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା ବୈଠକ କରିଥିଲେ। ହେଲେ ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେଡିର ନେତା ଓ କର୍ମକର୍ତ୍ତାମାନେ ବୈଠକ ବାହାରେ ଉଦ୍ଦେଶ୍ୟମୂଳକ ଭାବେ ଗୁଣ୍ଡାରାଜ ଚଳାଇଥିଲେ। ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା।

ଜଣେ ମହିଳା ଜନପ୍ରତିନିଧିଙ୍କୁ କିପରି ସମ୍ମାନ ଦିଆଯାଏ ତାହା ବିଜେଡି ଶିଖିନି। ଜଣେ କେନ୍ଦ୍ରମନ୍ତ୍ରୀ ଓ ୨ ଜଣ ସାଂସଦ ବୈଠକରେ ଥିବାବେଳେ ବିଜେଡି କର୍ମୀମାନେ ବିଶୃଙ୍ଖଳା କରୁଥିଲେ। ଆଉ ପୁଲିସ ସେଠାରେ ନିରବଦ୍ରଷ୍ଟା ସାଜିଥିଲା। ମହିଳା ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଅସମ୍ମାନିତ କରିଥିବା ବିଜେଡି ନେତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି।

ଶ୍ରୀ ହରିଚନ୍ଦନ କହିଛନ୍ତି, "ସାଧାରଣ ଲୋକମାନେ ଦୁଃଖ ଦୁର୍ଦ୍ଦଶାରେ ଥିବାବେଳେ ଶାସକ ଦଳ ବିଜେଡି ନିଜର ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରିପାରୁନି। ଓଲଟା ବନ୍ୟା ପ୍ରଭାବିତଙ୍କ ଦୁର୍ଦ୍ଦଶା କଥା ବୁଝିବାକୁ ଯାଇଥିବା ବିଜେପିର ମନ୍ତ୍ରୀ ଓ ସାଂସଦମାନଙ୍କ ବିରୋଧରେ ରାଜନୀତିକ ଆତଙ୍କବାଦ ଚଳାଇବାକୁ ବିଜେଡି ପଛାଇ ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡିର ଗୁଣ୍ଡାମାନେ ସେଠି ଏଭଳି ଆତଙ୍କରାଜ ଚଳାଉଥିବାବେଳେ ପୁଲିସ କାହିଁକି ଚୁପ୍ ଥିଲା ବୋଲି ପ୍ରଶ୍ନ କରି ସେ ଅଭିଯୋଗ କରିଛନ୍ତି ଯେ ଶାସକ ଦଳର ଇଙ୍ଗିତରେ ପୁଲିସ ପରୋକ୍ଷରେ ଏଭଳି ବିଶୃଙ୍ଖଳାକୁ ପ୍ରୋତ୍ସାହନ ଦେଉଥିଲା।

ଅତୀତରେ ଦୁଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ ସୁଶ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତିଙ୍କ ଉପରକୁ ବିଜେଡି କର୍ମୀମାନେ ପଥର ମାଡ଼ କରିଥିବା ଘଟଣାର ଉଲ୍ଲେଖ କରି ସେ କହିଛନ୍ତି ଯେ ସେତେବେଳେ ବି ଏସବୁ ଘଟଣାରେ ସମ୍ପୃକ୍ତ ବିଜେଡି କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରାଗଲାନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଚୁପ୍ ରହିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରାଦୀପ ଗସ୍ତ ସମୟରେ ଶାସକ ଦଳର ଗୁଣ୍ଡାଗର୍ଦ୍ଦିର ନଗ୍ନ ରୂପ ଓଡ଼ିଶାବାସୀ ଦେଖିଛନ୍ତି। ରାଜନୀତିକ ଲଢ଼େଇକୁ ରାଜନୀତିକ ସୀମା ମଧ୍ୟରେ ସୀମିତ ରହିବାକୁ ଦିଆଯାଉ ବୋଲି ବିଜେପି କହିଛି।

ନିଜେ ନବୀନବାବୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଗଲେନି। ରାଜସ୍ୱ ମନ୍ତ୍ରୀ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ଫେରି ଆସିଲେ। ବନ୍ୟା ପ୍ରଭାବିତ ଲୋକମାନେ ଦୁର୍ଦ୍ଦଶାରେ ଥିବାବେଳେ ନବୀନବାବୁ ସେଥିପ୍ରତି ବେପରୁୱା ରହିଛନ୍ତି। ରୋମ୍ ଜଳୁଥିବାବେଳେ ସମ୍ରାଟ ନିରୋ ଯେଭଳି ରାଜପ୍ରସାଦରେ ବସି ବଂଶୀବାଦନ କରୁଥିଲେ ଏବେ ନବୀନବାବୁଙ୍କ ଅବସ୍ଥା ସେଭଳି ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story