କେତେ ପାରଙ୍ଗମ କ୍ରାଇମବ୍ରାଂଚ: ୧୦ ବର୍ଷରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୪.୪%

କ୍ରାଇମବ୍ରାଂଚର ଦୋଷୀ ସାବ୍ୟସ୍ତ ହାର ମାତ୍ର ୪.୪% । ଯାହାକି ଏହି ତଦନ୍ତକାରୀ ସଂସ୍ଥାର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

STFC

ଷ୍ଟେଟ୍ ଫୋରେନ୍ସିକ ସାଇନ୍ସ ଲ୍ୟାବ

Ordigital Desk
  • Published: Monday, 13 March 2023
  • Updated: 13 March 2023, 10:47 PM IST

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଓ ପାରିବାପଣିଆକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ କ୍ରାଇମବ୍ରାଂଚର ଟ୍ରାକ୍ ରେକର୍ଡ, ପାରିବାପଣିଆ ଓ ବିଶ୍ୱସନୀୟତା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଭିନ୍ନ ଅପରାଧ ମାମଲାରେ ରାଜନୀତିକ ସମ୍ପୃକ୍ତି ଓ ବିବାଦ ବଢ଼ିବା ପରେ କ୍ରାଇମବ୍ରାଂଚକୁ ତଦନ୍ତ ଭାର ଦେଇ ନିରପେକ୍ଷ ତଦନ୍ତର ଆଳ ଦେଖାଇ ଖସିଯିବାକୁ ରାଜ୍ୟ ସରକାର ପ୍ରୟାସ କରୁଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ଏହି ତଦନ୍ତକାରୀ ସଂସ୍ଥା ମାତ୍ର ୧୦ଟି ମାମଲାରେ ଦୋଷ ପ୍ରମାଣିତ ବା ଦୋଷୀ ସାବ୍ୟସ୍ତ କରାଇବାରେ ସକ୍ଷମ ହୋଇଛି । କ୍ରାଇମବ୍ରାଂଚ ୧୦ ବର୍ଷରେ ମୋଟ ୨୨୫ଟି ମାମଲାର ତଦନ୍ତ କରଛି । ଏହି ଅବଧି ମଧ୍ୟରେ ୧୧ଟି ମାମଲାକୁ କୋର୍ଟରେ ଫଇସଲା ହୋଇଥିବାବେଳେ ସେଥିରୁ ୧୦ଟି ମାମଲାରେ ଦୋଷସିଦ୍ଧ ହୋଇଛି । ଅର୍ଥାତ୍ କ୍ରାଇମବ୍ରାଂଚର ଦୋଷୀ ସାବ୍ୟସ୍ତ ହାର ମାତ୍ର ୪.୪% । ଯାହାକି ଏହି ତଦନ୍ତକାରୀ ସଂସ୍ଥାର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଜି ବିଧାନସଭାରେ ବିଧାୟକ ଗଣେଶରାମ ସିଂ ଖୁଂଟିଆଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୩ରୁ ୨୦୨୨ ମସିହା ମଧ୍ୟରେ କ୍ରାଇମବ୍ରାଂଚ ପୁଲିସ ଷ୍ଟେସନରେ ମୋଟ ୨୨୫ଟି ମାମଲାର ତଦନ୍ତ କରିଛି। ଏହି ମାମଲାଗୁଡ଼ିକରେ ମୋଟ ୨୬୧ଜଣ ଅପରାଧୀଙ୍କୁ ଗିରଫ କରିଥିବାବେଳେ ୮୮ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ଏହି ୧୦ବର୍ଷ ମଧ୍ୟରେ ୧୧ଟି ମାମଲା କୋର୍ଟରେ ଫଇସଲା ହୋଇଥିବାବେଳେ ସେଥିରୁ ୧୦ଟି ମାମଲାରେ ଦୋଷସିଦ୍ଧ ହୋଇଅଛି। ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଷ୍ଟେଟ୍ ଫୋରେନ୍ସିକ ସାଇନ୍ସ ଲ୍ୟାବରେ ପଲିଗ୍ରାଫ ଟେଷ୍ଟ ସୁବିଧା ଅଛି। କିନ୍ତୁ ନାର୍କୋ ଆନାଲିସିସ୍ ଟେଷ୍ଟ କରିବା ନିମନ୍ତେ ସୁବିଧା ନାହିଁ। ଏଥିପାଇଁ କୋର୍ଟଙ୍କ ଅନୁମତିରେ ଅନ୍ୟ ରାଜ୍ୟ କିମ୍ବା କେନ୍ଦ୍ରୀୟ ବିଜ୍ଞାନଗାରରେ ଏହି ନାର୍କେ ଆନାଲିସିସ୍ ଟେଷ୍ଟ କରାଯାଇଥାଏ ବୋଲି ସେ କହିଛନ୍ତି ।

Also Read

ତେବେ ଗତ ୧୦ବର୍ଷ ମଧ୍ୟରେ ମୋଟ ୨୨୫ଟି ମାମଲାର ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଂଚ ଏହି ଅବଧିରେ ମାତ୍ର ୧୦ଟି ମାମଲା ଅର୍ଥାତ ୪.୪% ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟରେ ଉପଯୁକ୍ତ ତଥ୍ୟପ୍ରମାଣ ଦେଇ ଦୋଷୀସାବ୍ୟସ୍ତ କରାଇବାରେ ସକ୍ଷମ ହୋଇଛି । ଏହି ଦୋଷୀ ସାବ୍ୟସ୍ତ ହାର ହିଁ ଖୋଲାଖୋଲି ଭାବେ କ୍ରାଇମବ୍ରାଂଚର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେହିପରି ଫେବୃୟାରୀ ୨୭ ତାରିଖରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ୨୦୧୮ରୁ ୨୦୨୨ ମସିହା ମଧ୍ୟରେ କ୍ରାଇମବ୍ରାଂଚ ମୋଟ ୯୧ଟି ମାମଲା ତଦନ୍ତ ପାଇଁ ହାତକୁ ନେଇଛି । ସେଥିରୁ ୧୩ଟିର ଚାର୍ଜସିଟ୍ ଦାଖଲ କରିଥିବାବେଳେ ଆଉ ୧୪ଟିର ଫାଇନାଲ ରିପୋର୍ଟ ଦାଖଲ କରିଛି । ୨୦୧୮ରେ ମୋଟ ୩୨ଟି ମାମଲାରୁ ୫ଟିରେ ଚାର୍ଜସିଟ୍ ଓ ୮ଟିରେ ଫାଇନାଲ ରିପୋର୍ଟ ଦାଖଲ କରିଥିବା କ୍ରାଇମବ୍ରାଂଚ ୨୦୧୯ରେ ୨୦ଟି ମାମଲାର ତଦନ୍ତ ଭାର ନେଇଛି । ସେଥିରୁ ୨ଟିରେ ଚାର୍ଜସିଟ୍ ଓ ୩ଟିରେ ଫାଇନାଲ ରିପୋର୍ଟ, ୨୦୨୦ରେ ୧୫ଟି ମାମଲାରୁ ୨ଟିରେ ଚାର୍ଜସିଟ୍ ଓ ଗୋଟିଏରେ ଫାଇନାଲ ରିପୋର୍ଟ, ୨୦୨୧ ମସିହାରେ ୧୮ଟି ମାମଲାର ତଦନ୍ତ ହାତକୁ ନେଇଥିବା କ୍ରାଇମବ୍ରାଂଚ ୩ଟି ମାମଲାରେ ଚାର୍ଜସିଟ୍ ଓ ୨ଟି ମାମଲାର ଫାଇନାଲ ରିପୋର୍ଟ, ୨୦୨୨ରେ ମୋଟ ୬ଟି ମାମଲାରୁ ଗୋଟିଏରେ ଚାର୍ଜସିଟ୍ ଦାଖଲ କରିବାରେ ସକ୍ଷମ ହୋଇଛି । ୨୦୨୩ ମସିହାରେ ୩ଟି ମାମଲା ମଧ୍ୟ କ୍ରାଇମବ୍ରାଂଚ ହାତକୁ ନେଇଛି । ତେବେ ୨୦୧୮ରୁ ୨୦୨୨ ମସିହା ମଧ୍ୟରେ ୯୧ଟି ମାମଲାରୁ ମାତ୍ର ୨୭ଟି ମାମଲାରେ ଚାର୍ଜସିଟ୍ ଓ ଫାଇନାଲ ରିପୋର୍ଟ ଦାଖଲ କରିଛି । ବାକି ମାମଲାର ତଦନ୍ତ ଏବେବି ଜାରି ରହିଛି ।

ତେବେ ଯେ କୌଣସି ସଙ୍ଗୀନ ଅପରାଧ ଓ ରାଜନୀତିକ ମୋଡ଼ ନେଉଥିବା ମାମଲାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ହସ୍ତାନ୍ତର କରୁଥିବା ରାଜ୍ୟ ସରକାର ଏହି ସଂସ୍ଥାର ଟ୍ରାକ୍ ରେକର୍ଡକୁ ନେଇ କିଭଳି ଚୁପ୍ ଅଛନ୍ତି ଓ କ୍ରାଇମବ୍ରାଂଚ ନିଜର ତଦନ୍ତରେ ମନ୍ଥରତା ଅବଲମ୍ବନ କରିବା ପଛରେ ରାଜନୀତିକ ଚାପ କାର୍ଯ୍ୟ କରୁନି ତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story