ଓଡ଼ିଶାରେ ଫର୍ମକୁ ଫେରିଲା ବିଜେପି, ବିଜେଡି ବିଚଳିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ମାସର ବ୍ୟବଧାନରେ ପୁଣିଥରେ ଓଡ଼ିଶାରେ ଫର୍ମକୁ ଫେରିଛି ବିଜେପି । ଆଉ ଅଚାନକ ବିଜେପିର ଏଭଳି ପରବର୍ତ୍ତିତ ଆଭିମୁଖ୍ୟ ଓ ଶାଣିତ ସମାଲୋଚନା ରାଜ୍ୟରେ କ୍ଷମତାସୀନ ବିଜେଡିକୁ ବିଚଳିତ କରିଦେଇଛି। ସାଧାରଣ ନିର୍ବାଚନ ପରେ ନିଜର ନିଶ୍ଚିତ ବିଜୟ ସମ୍ଭାବନା ଥିବା ଗୋଟିଏ ରାଜ୍ୟସଭା ଆସନକୁ ଟେକି ଦେବାଠୁ ଆରମ୍ଭ କରି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ପ୍ରତ୍ୟେକଟି ବିଲରେ ନିଃସର୍ତ୍ତ ସମର୍ଥନ ଦେଇଥିବା ବିଜେଡି ଏବେ ବିଜେପିର ପରବର୍ତ୍ତୀ ରାଜନୀତିକ ପଦକ୍ଷେପକୁ […]

bjp-in-odisha

bjp-in-odisha

Manoranjan Sial
  • Published: Saturday, 10 August 2019
  • Updated: 10 August 2019, 10:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ମାସର ବ୍ୟବଧାନରେ ପୁଣିଥରେ ଓଡ଼ିଶାରେ ଫର୍ମକୁ ଫେରିଛି ବିଜେପି । ଆଉ ଅଚାନକ ବିଜେପିର ଏଭଳି ପରବର୍ତ୍ତିତ ଆଭିମୁଖ୍ୟ ଓ ଶାଣିତ ସମାଲୋଚନା ରାଜ୍ୟରେ କ୍ଷମତାସୀନ ବିଜେଡିକୁ ବିଚଳିତ କରିଦେଇଛି। ସାଧାରଣ ନିର୍ବାଚନ ପରେ ନିଜର ନିଶ୍ଚିତ ବିଜୟ ସମ୍ଭାବନା ଥିବା ଗୋଟିଏ ରାଜ୍ୟସଭା ଆସନକୁ ଟେକି ଦେବାଠୁ ଆରମ୍ଭ କରି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ପ୍ରତ୍ୟେକଟି ବିଲରେ ନିଃସର୍ତ୍ତ ସମର୍ଥନ ଦେଇଥିବା ବିଜେଡି ଏବେ ବିଜେପିର ପରବର୍ତ୍ତୀ ରାଜନୀତିକ ପଦକ୍ଷେପକୁ ନେଇ ଆଶଙ୍କିତ ହୋଇପଡ଼ିଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଓଡ଼ିଶା ମାଟିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏହାସହିତ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ରହିବା ନିମନ୍ତେ ଦଳୀୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ସାଧାରଣ ନିର୍ବାଚନ ପରଠୁ ବିଜେଡି ଓ ବିଜେପି ମଧ୍ୟରେ ସବୁକିଛି ଠିକଠାକ୍ ଥିବା ଉପରକୁ ଜଣାପଡ଼ୁଥିବାବେଳେ ବେଳେ ଅଚାନକ ଶ୍ରୀ ଚୌହାନ କାହିଁକି ନବୀନ ପଟ୍ଟନାୟକ ଓ ତାଙ୍କ ସରକାରକୁ କଡ଼ା ଭାଷାରେ ସମାଲୋଚନା କଲେ। ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ବିଜେପିର ଏହା ରାଜନୀତିକ ରଣନୀତି ନା ବାସ୍ତବରେ ବିଜେଡିକୁ ତା’ ଭାଷାରେ ବୁଝାଇବାକୁ ଏବେଠୁ ମୂଳଦୁଆ ପକାଯାଇଛି? କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ ହେବାପରଠୁ ବିଜେପି ଅପେକ୍ଷାକୃତ ଅଧିକ ସୁଦୃଢ଼ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଓ ବିଜେପି ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଡ଼ିର ସଫଳ ଗୋଟିଚାଳନା କେତେ ସଠିକ୍ ଓ ଆକ୍ରମଣାତ୍ମକ ହୋଇପାରେ ତାହା ବିରୋଧୀ ଦଳକୁ ଆଉ ଅଛପା ନାହିଁ। ବିଜେଡି ସରକାର ମଧ୍ୟ ନିଜର ଅତୀତର ବିଭିନ୍ନ ପ୍ରକାରର ଦୁର୍ନୀତିର ପର୍ଦ୍ଦାଫାସ୍ ହେବା ଭୟରେ କେନ୍ଦ୍ରର ବିଜେପି ସରକାରକୁ ନିଃସର୍ତ୍ତ ସମର୍ଥନ ଦେଇଆସିଛି। ନିକଟରେ ମୋଦି ସରକାରର ପ୍ରାୟ ୩୫ଟି ବିଲକୁ ବିଜେଡି ସମର୍ଥନ ଜଣାଇ ନିକଟତର ହେବାକୁ ଉଦ୍ୟମ କରିଛି। ଏପଟେ ଓଡ଼ିଶାରେ ନବୀନଙ୍କୁ ଶ୍ରୀ ଚୌହାନଙ୍କ ଶାଣିତ ଆକ୍ରମଣ ମୋଦି ଓ ଶାହ ଯୋଡ଼ିଙ୍କ ସବୁଜ ସଙ୍କେତ ବିନା ସମ୍ଭବପର ହୋଇନଥିବ।

ଦୀର୍ଘବର୍ଷ ଧରି ବିଜେଡି ଯେଉଁ ସବୁ ପ୍ରସଙ୍ଗକୁ ଓଡ଼ିଶାର ସ୍ୱାର୍ଥସମ୍ବଳିତ ବୋଲି ଦର୍ଶାଇ ରାଜନୀତି କରୁଥିଲା ଏବେ ସେସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିକୂଳ ଆଭିମୁଖ୍ୟ ସତ୍ତେ୍ୱ ଦଳ ରାଜରାସ୍ତାକୁ ଓହ୍ଲାଇବା ଦୂରର କଥା ପଦୁଟିଏ ଟାଣ କରି ବି କହିବାକୁ ସାହାସ କରିନି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଅଗ୍ରାହ୍ୟ ହେଉ ଅବା ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ଦାବିକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଆଦି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବାଧାପ୍ରାପ୍ତ ହେଉଥିଲେ ମଧ୍ୟ ବିଜେଡି ସ୍ୱର ଉଠାଇ ନାହିଁ। ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଖୁସି କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମନୋଭାବକୁ ପରଖି ଦଳୀୟ ନେତାମାନେ ମଧ୍ୟ ରାଜ୍ୟ ବିଜେପି ସହ ସାଲିସ୍ ରାଜନୀତି ପାଇଁ ଏକରକମ ବାଧ୍ୟ ହୋଇଥିଲେ। ଏପରିକି ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ନେତାମାନେ କେନ୍ଦ୍ରର ବିଜେପି ସରକାର କିମ୍ବା ବିଜେପି ବିରୁଦ୍ଧରେ ମୁହଁ ଖୋଲିନଥିଲେ। ବିଜେପି ସହ ସାଲିସ୍ କରି ରାଜ୍ୟରେ ନିଜର ସରକାରକୁ ସୁରୁଖୁରୁରେ ଚଳାଇବାକୁ ବିଜେଡି କରିଥିବା ରଣନୀତି ପାଣି ଫୋଟକା ଭଳି ମିଳେଇ ଯାଇଛି। ହୁଏତ ବିଜେଡି ନିଜର ଲଜ୍ଜ୍ୟା ନିବାରଣ ପାଇଁ ଆଗାମୀ ଦିନରେ କିଛି ବିଜେପି ବିରୋଧୀ ବୟାନ ଦେଇପାରେ।

ଅନ୍ୟପକ୍ଷରେ ରାଜନୀତିକ ବିଶ୍ଲେଷକଙ୍କ ମତରେ, ନବୀନ ପଟ୍ଟନାୟକ ସରକାର ଓ ବିଜେଡି ପ୍ରତି ବିଜେପି ଆଗାମୀ ଦିନରେ ଏଭଳି କଡ଼ା ଆଭିମୁଖ୍ୟ ପୋଷଣ କରେ ତା’ହେଲେ ରାଜ୍ୟରେ ଚାଲିଥିବା ଏକଛତ୍ରବାଦ ଓ ମନମୁଖୀ ଶାସନ ଉପରେ ଶକ୍ତ ପ୍ରହାର ହେବ। ତଥା ଓଡ଼ିଶାରେ ନବୀନଙ୍କ ନାଁରେ ପାଣ୍ଡିଆନ ଚଳାଇଥିବା ମନମୁଖୀ ଶାସନର ଅନ୍ତ ଘଟିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story