‘ଫୋନି’ ଘର ଭଙ୍ଗା ତାଲିକାରେ ବ୍ୟାପକ ଜାଲିଆତି, ଏସ୍ଆ‌ର୍‌ସିଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟା ପ୍ରଭାବିତ ଲୋକଙ୍କ ଘରଭଙ୍ଗା ତାଲିକା ପ୍ରସ୍ତୁତିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରି ବିଜେପି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ନିକଟରେ ଫେରାଦ ହୋଇଛି। ‘ଫୋନି’ କ୍ଷତିଗ୍ରସ୍ତ ୧୪ଟି ଜିଲ୍ଲା ପାଇଁ ପ୍ରସ୍ତୁତ ହୋଇଥିବା ଘରଭଙ୍ଗା ତାଲିକାକୁ ସାର୍ବଜନୀନ କରିବା ସହ ପ୍ରକୃତ କ୍ଷତିଗ୍ରସ୍ତଙ୍କ ତାଲିକା ଆଉଥରେ ପ୍ରସ୍ତୁତ କରାଯାଇ, ସେମାନଙ୍କୁ ଘରଭଙ୍ଗା ସହାୟତା ଦିଆଯାଉ ବୋଲି ବିଜେପି ଦାବି କରିଛି। ଦଳୀୟ ଭିତ୍ତିରେ ଶାସକ ଦଳ ଏହି […]

src

src

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟା ପ୍ରଭାବିତ ଲୋକଙ୍କ ଘରଭଙ୍ଗା ତାଲିକା ପ୍ରସ୍ତୁତିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ କରି ବିଜେପି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ନିକଟରେ ଫେରାଦ ହୋଇଛି। ‘ଫୋନି’ କ୍ଷତିଗ୍ରସ୍ତ ୧୪ଟି ଜିଲ୍ଲା ପାଇଁ ପ୍ରସ୍ତୁତ ହୋଇଥିବା ଘରଭଙ୍ଗା ତାଲିକାକୁ ସାର୍ବଜନୀନ କରିବା ସହ ପ୍ରକୃତ କ୍ଷତିଗ୍ରସ୍ତଙ୍କ ତାଲିକା ଆଉଥରେ ପ୍ରସ୍ତୁତ କରାଯାଇ, ସେମାନଙ୍କୁ ଘରଭଙ୍ଗା ସହାୟତା ଦିଆଯାଉ ବୋଲି ବିଜେପି ଦାବି କରିଛି। ଦଳୀୟ ଭିତ୍ତିରେ ଶାସକ ଦଳ ଏହି ତାଲିକା ପ୍ରସ୍ତୁତ କରିଥିବା ବେଳେ ପ୍ରକୃତ କ୍ଷତିଗ୍ରସ୍ତଙ୍କ ନାଁ ଘରଭଙ୍ଗା ତାଲିକାରୁ ବାଦ୍ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଭେଟି ଫନି ବାତ୍ୟାଜନିତ ଘରଭଙ୍ଗା ତାଲିକା ପ୍ରସ୍ତୁତିରେ ହୋଇଥିବା ବ୍ୟାପକ ଜାଲିଆତି ସମ୍ପର୍କରେ ଅଭିଯୋଗ କରିଛି ।

ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟର ୧୪ଟି ଜିଲ୍ଲାର ପ୍ରକୃତ ‘ଫୋନି’ କ୍ଷତିଗ୍ରସ୍ତ ଲୋକେ ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି। ବାତ୍ୟାରେ ଭାଙ୍ଗିଥିଲେ ବି ସରକାରୀ ତାଲିକାରେ ସେମାନଙ୍କ ନାମ ନଥିବାରୁ ଘରଭଙ୍ଗା କ୍ଷତିପୂରଣ ପାଇବା ତାଙ୍କ ପାଇଁ ସ୍ୱପ୍ନ ହୋଇଛି। ‘ଫୋନି’ ବାତ୍ୟାଜନିତ ରାଜ୍ୟର ୧୪ଟି ଜିଲ୍ଲାରେ ତାଲିକା ଅନୁୟୀ ପୂର୍ଣ୍ଣ, ଗୁରୁତର ଓ ଆଂଶିକ ୩ ପ୍ରକାର ଭାବେ ପ୍ରସ୍ତୁତ ହୋଇଥିବା ଘରଭଙ୍ଗା ସଂଖ୍ୟା ୩ ଲକ୍ଷ ୮୯ ହଜାର ଦର୍ଶାଯାଇ ବ୍ୟାପକ ଜାଲିଆତି କରାଯାଇଛି। ପ୍ରକୃତ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣରୁ ବଞ୍ଚିତ କରାଯାଇ ଶାସକ ଦଳ ଦଳୀୟ ଭିତିରେ ଘର ଭାଙ୍ଗିନଥିବା ଲୋକଙ୍କୁ ତାଲିକାଭୁକ୍ତ କରିଛନ୍ତିା କ୍ଷତିଗ୍ରସ୍ତ ଗରିବ ଲୋକମାନେ ଦରଖାସ୍ତ ଧରି ନିୟମିତ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣିବାକୁ ବି କେହି ନାହାନ୍ତି।
‘ଫୋନି’ ବାତ୍ୟା ପୂର୍ବରୁ ଏବଂ ପରେ ୩ଟି ପର୍ଯ୍ୟାୟରେ ମୋଟ ୩୩୩୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗାଇ ଦେଇଛନ୍ତି। କିନ୍ତୁ ଦଳୀୟ ଭିତ୍ତିରେ ଶାସକ ଦଳ ଘରଭଙ୍ଗା ତାଲିକା ପ୍ରସ୍ତୁତ କରିଛି । ଯେଉଁଥିପାଇଁ ୩.୮୯ ଲକ୍ଷ ଘର ଭଙ୍ଗା ମଧ୍ୟରୁ ୧ଲକ୍ଷ ୮ହଜାର ଘରକୁ ସର୍ବାଧିକ କ୍ଷତି ଦର୍ଶାଯାଇ ଘରପିଛା ୯୫ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ନେଇଥିବା ନଷ୍ପିତ୍ତି ରେ ସର୍ବାଧିକ ଅନିୟମିତତା ହୋଇଛି। ତେବେ ପ୍ରତିନିଧି ଦଳର ଅଭିଯୋଗ ଓ ଆଲୋଚନା ପରେ ଏସଆରସି ଶ୍ରୀ ଜେନା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମହାନ୍ତି କହିଛନ୍ତି।

ଏହି ପ୍ରତିନିଧି ଦଳରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେପି ନେତା କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ଗୋଲକ ମହାପାତ୍ର, ଶାରଦା ପ୍ରଧାନ, ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos