ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ, କଳାପଟି ପିନ୍ଧିଲେ ବିଜେପି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣି ବିଶ୍ୱାଳ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ, ଜିଲ୍ଲା ଏସପି ଓ ମହିଳା କମିଶନ ଅଧ୍ୟକ୍ଷା ବହିଷ୍କାର ନହେବା ପର୍ଯ୍ୟନ୍ତ ବିଜେପି ବିଧାୟକମାନେ ପ୍ରତିବାଦ ଜାରି ରଖିବେ ବୋଲି ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ ସ୍ମିତାରାଣୀ ହତ୍ୟାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ […]

bjp

bjp

Manoranjan Sial
  • Published: Friday, 15 November 2019
  • Updated: 15 November 2019, 06:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣି ବିଶ୍ୱାଳ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ, ଜିଲ୍ଲା ଏସପି ଓ ମହିଳା କମିଶନ ଅଧ୍ୟକ୍ଷା ବହିଷ୍କାର ନହେବା ପର୍ଯ୍ୟନ୍ତ ବିଜେପି ବିଧାୟକମାନେ ପ୍ରତିବାଦ ଜାରି ରଖିବେ ବୋଲି ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ ସ୍ମିତାରାଣୀ ହତ୍ୟାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ଗତକାଲି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମୋହର ମାରିଲୋ ଯେଉଁ ଷଡ଼ଯନ୍ତ୍ରକୁ ରୂପେଶ ଭଦ୍ର ଓ ବିଜେଡିର କିଛି ନେତାମାନେ ଆରମ୍ଭ କରିଥିଲେ, ଯାହାକୁ ଜିଲ୍ଲା ଏସପି, ମହିଳା କମିଶନ ଅଧ୍ୟକ୍ଷା ପରବର୍ତୀ ସମୟରେ ଆହୁରି ଆଗକୁ ନେଲେ ତାକୁ ରାଜ୍ୟ ସରକାରଙ୍କର ମନ୍ତ୍ରୀ ମୋହର ମାରିଛନ୍ତି। ଗୋଟିଏ କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦେବାରେ ଏ ସରକାର ସମ୍ପୃର୍ଣ୍ଣ ବିଫଳ ହେଲା। ରାଜ୍ୟ ସରକାର ତୁରନ୍ତ ଯାଜପୁର ଏସପିଙ୍କୁ ଓ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ। ଏହା ନହେବା ପର୍ଯ୍ୟନ୍ତ ବିଜେପିର ବିଧାୟକ ଦଳ ତାର ସଂଗ୍ରାମ ଜାରି ରଖିବ। ବିଧାନସଭାରେ ବିଜେପିର ବିଧାୟକମାନେ କଳାପଟି ବାନ୍ଧି ନିରବ ପ୍ରତିବାଦ କରିବେ। ଗତକାଲି ମନ୍ତ୍ରୀଙ୍କର ବୟାନ ପରେ ମୃତ ସ୍ମୀତାରାଣିଙ୍କର ବାପା ଯାହା କହିଲେ ତାହା ଅତ୍ୟନ୍ତ ଚିନ୍ତାଜନକ। ସେ କହିଛନ୍ତି ଯେ ସେ ଥାନାରେ ଏଫଆଇର ଦେବାବେଳେ ଜଣେ ପୁଲିସ ଅଧିକାରୀ ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ। ସେହିପରି ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି କେବେ ବି ଲେଖାଯାଇ ନଥାଏ। ହେଲେ ନିଜେ ମନ୍ତ୍ରୀ ବିଧାନସଭାରେ ଏହାକୁ ଆତ୍ମହତ୍ୟା ବୋଲି କହିଲେ, ସେ ତାହା କେଉଁ ସୂତ୍ରରୁ ଜାଣିଲେ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ସ୍ମିତାରାଣିଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି, ଯାହା ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ବୋଲି ବାହାରିଛି।

ଆମେ ଏହି ଘଟଣା ଉପରେ ଆଲୋଚନା ପାଇଁ ବିଧାନସଭାରେ ମୋସନ ଆଣିବା ପାଇଁ ଚାହିଁଥିଲୁ । ହେଲେ ବାଚସ୍ପତି ଆମର ଦାବିକୁ ଗ୍ରହଣ କଲେ ନାହିଁ। ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ ଉପରେ ଆଲୋଚନା ପାଇଁ ଗୃହକୁ ସୁଯୋଗ ଦେବା ସଂସଦୀୟ ପରମ୍ପରା। ସ୍ୱାଭାବିକ ଭାବେ ବିଜେପିକୁ ବାଚସ୍ପତି ଗୃହରେ ପ୍ରସଙ୍ଗ ରଖିବା ପାଇଁ ଦେବା କଥା। ହେଲେ କଂଗ୍ରେସକୁ ଏହି ବିଷୟରେ ମୁଲତବୀ ପ୍ରସ୍ତାବରେ ଆଲୋଚନା କରିବା ପାଇଁ ବାଚସ୍ପତି ସୁଯୋଗ ଦେଲେ।

ଶ୍ରୀ ନାଏକ କହିଛନ୍ତି ଯେ, ଥରେ ଯେନତେନ ପ୍ରକାର ଆଲୋଚନା କରି ଏହି ପ୍ରସଙ୍ଗର ଆଲୋଚନାକୁ ଶେଷ କରିବା ପାଇଁ ବାଚସ୍ପତି ଚାହୁଁଥିଲେ। ବାଚସ୍ପତି ଥରେ ବି ହେଲେ ପଚାରିଲେ ନାହିଁ ବିରୋଧିଦଳର ନେତା କ’ଣ କହିବା ପାଇଁ ଚାହୁଁଛନ୍ତି । ଓଡିଶା ବିଧାନସଭା ଇତିହାସରେ ଏହା ପ୍ରଥମଥର ପାଇଁ ଘଟିଲା। ଆମେ ଚାହୁଁଥିଲୁ ମୋସନ ଆସିଥାନ୍ତା ଓ ସିବିଆଇ ତଦନ୍ତ ପାଇଁ ରୁଲିଙ୍ଗ ହୋଇଥାନ୍ତା। ହେଲେ ତାହା ନକରାଇ ଦେବା ପାଇଁ କଂଗ୍ରେସ-ବିଜେଡି ହାତ ମିଳାଇଲେ। ଶାସକ ଦଳ ଓ ସରକାରଙ୍କୁ ଆରାମରେ ମୁକୁଳାଇ ଦେଲା କଂଗ୍ରେସ। ବିଧାନସଭାରେ ବିଜେପି ତାର ଲଢେଇ ଜାରି ରଖିବ ବୋଲି ଶ୍ରୀ ନାଏକ ସ୍ପଷ୍ଟ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଜେପି ବିଧାୟକ ଏବଂ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos