ରାଜ୍ୟ ସରକାରଙ୍କ ବିଫଳତାରୁ ଭୟଙ୍କର ସ୍ଥିତିରେ କରୋନା: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ନାନା ଭାଷଣବାଜି କରୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଗ୍ରାଉଣ୍ଡରେ ସମ୍ପୂର୍ଣ୍ଣ ଓଲଟା। କରୋନା ମୁକାବିଲାରେ ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେପି ଅଭିଯୋଗ କରିଛି। ଅବିଭକ୍ତ ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ତୁରନ୍ତ ଜଣେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କୁ ଦାୟିତ୍ୱ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ […]

bjp00

bjp00

Manoranjan Sial
  • Published: Tuesday, 14 July 2020
  • Updated: 14 July 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ନାନା ଭାଷଣବାଜି କରୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଗ୍ରାଉଣ୍ଡରେ ସମ୍ପୂର୍ଣ୍ଣ ଓଲଟା। କରୋନା ମୁକାବିଲାରେ ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେପି ଅଭିଯୋଗ କରିଛି। ଅବିଭକ୍ତ ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ତୁରନ୍ତ ଜଣେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କୁ ଦାୟିତ୍ୱ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ଯେ, ସାରା ରାଜ୍ୟରେ କରୋନା ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇସାରିଲାଣିା ଓଡ଼ିଶାରେ ଆଜି ସୁଦ୍ଧା ସର୍ବମୋଟ ୧୩ ହଜାର କରୋନା ପଜିଟିଭି ବାହାରିଲାଣି, ଯେଉଁଥିରୁ ଗଞ୍ଜାମ ଜିଲ୍ଲାରୁ କେବଳ ୪ହଜାରରୁ ଉର୍ଦ୍ଧ। ଏବେ ରାଜ୍ୟରେ ଆକ୍ଟିଭ ଥିବା ୪୮୯୬ କେସରୁ ଗଂଜାମରେ କେବଳ ହେଉଛି ୧୯୧୭। ଏଥିରୁ ଗଂଜାମରେ କରୋନାର ସ୍ଥିତି କେତେ ଭୟଙ୍କର ଅଛି ତାହା ଅନୁମାନ କରାଯାଇପାରେ। ଗଂଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କର ନିଜ ଜିଲ୍ଲା। ଯଦି ସେଠାରେ କରୋନା ମୁକାବିଲାରେ ରାଜ୍ୟ ସରକାର ବିଫଳ ତା’ହେଲେ ଓଡ଼ିଶାର ଅନ୍ୟ ଅଂଚଳରେ ସ୍ଥିତି କ’ଣ ହୋଇଥିବ?

ବିଭିନ୍ନ ମିଡିଆ ଓ ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା କିଛି ଭିଡିଓକୁ ପ୍ରଦର୍ଶନ କରି ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ; ବିଭିନ୍ନ ସରକାରୀ କ୍ୱାରେଂଟାଇନ ସେଂଟର, ଆଇସୋଲେସନ ସେଂଟରମାନଙ୍କରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ନିମ୍ନମାନର ଖାଇବା ମିଳୁଛି ଏବଂ ଆକ୍ରାନ୍ତକାରୀମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି। ପ୍ରଥମ ଦିନରୁ ଏ ଅବ୍ୟବସ୍ଥା ଚାଲିଆସିଛି । ଯେତେବେଳେ ପ୍ରବାସୀମାନେ ରାଜ୍ୟକୁ ଫେରିଲେ ସେତେବେଳେ ବିନା ସୁବିଧା ଓ ବ୍ୟବସ୍ଥାରେ ବିଭିନ୍ନ କ୍ୱାରେଟାଂଇନ ସେଂଟରରେ ରଖାଗଲା। ଯାହାଫଳରେ କିଛି ଲୁଚିକି ଘରକୁ ପଳାଇଲେ ଓ ଆହୁରି ଅନେକ ସମସ୍ୟା ତିଆରି ହେଲା। କ୍ୱାରେଂଟାଇନ ଅବଧିକୁ ବାରମ୍ବାର ବଦଳାଯିବା, ବିନା ଟେଷ୍ଟିଙ୍ଗରେ ଲୋକମାନଙ୍କୁ ଘରକୁ ପଠାଇ ଦିଆଯିବା ଆଦି କାରଣ ପାଇଁ ଗଂଜାମରେ ଆଜି ଏହି ଅବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଘରକୁ ଘର ବୁଲି ସର୍ଭେ କରୁଥିବା ସରକାରୀ କର୍ମଚାରୀମାନଙ୍କର ସୁରକ୍ଷା କଥା ସରକାର ଚିନ୍ତା କରୁନାହାନ୍ତି। ସେମାନଙ୍କ ପାଖରେ ପିପିଇ କିଟ୍ ନାହିଁ। ଯେଉଁଠି ବି ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନମାନର। ଅଙ୍ଗନୱାଡି କର୍ମୀ ହୁଅନ୍ତୁ ବା ସ୍କୁଲ ଶିକ୍ଷକ ହୁଅନ୍ତୁ, ଯେଉଁମାନେ ଫିଲ୍ଡ ସର୍ଭେ କରିବା ପାଇଁ ଯାଉଛନ୍ତି ସେମାନଙ୍କର କରୋନା ପରୀକ୍ଷା କରାଯାଉନାହିଁ । ଯାହାଫଳରେ ଦୁଇଟା ସମସ୍ୟା ହେଉଛି। ଗୋଟିଏ ହେଲା ସେମାନେ ଯଦି ନିଜେ ପଜିଟିଭ ଥିବେ ତା’ହେଲେ ଅନ୍ୟମାନଙ୍କୁ ହେବାର ସମ୍ଭାବନା ରହିଛି ବା ଯଦି ନିଜେ ସର୍ଭେ କରୁ କରୁ କାହା ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଯାଆନ୍ତି, ତାହେଲେ ତାଙ୍କ ପରିବାର ବି ସଂକ୍ରମିତ ହେବାର ଡର ଅଛି। ତେଣୁ ଯେଉଁମାନେ ସେହି କାମରେ ନିୟୋଜିତ ଅଛନ୍ତି ସେମାନଙ୍କର ସ୍ୱାବ୍ ଟେଷ୍ଟ ହେବା ନିହାତି ଆବଶ୍ୟକ । ବିଳମ୍ବରେ ହେଲେ ବି ସେମାନଙ୍କର କରୋନା ପଜିଟିଭ ପରୀକ୍ଷା କରାଯିବ ବୋଲି ଗତକାଲି ସରକାର ଘୋଷଣା କରିଛନ୍ତି ।।

ସରକାର କେବଳ ଚାପରେ ଆସି ଜଣେ ଶିକ୍ଷକ ମରିବା ପରେ ତାଙ୍କ ମୃତ୍ୟୁକୁ କରୋନା ପାଇଁ ବୋଲି ସ୍ୱୀକାର କରିଛନ୍ତିା ସରକାର ତୁରନ୍ତ କରୋନା ମୁକାବିଲାରେ ପ୍ରାଣ ହରାଇଥିବା ସମସ୍ତ କରୋନା ମୃତକ, ଅଙ୍ଗନଓାଡି କର୍ମଚାରୀ, ଆଶା କର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ଶିକ୍ଷକ, ପୁଲିସ, ସାମ୍ବାଦିକମାନଙ୍କୁ ଘୋଷଣା କରିଥିବା କ୍ଷତିପୂରଣ ରାଶି ଦିଅନ୍ତୁ। ଦୂରଦୃଷ୍ଟିର ଅଭାବ, ବିନା ସହମତିରେ କୋଭିଡ୍ ପରିଚାଳନା ପାଇଁ ରାଜ୍ୟରେ ଆଜି ଏହି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ସେହିପରି ଜିଲ୍ଲା ପ୍ରଶାସନ କେବଳ କଂଟେନମେଂଟ ଘୋଷଣା କରୁଛନ୍ତି ହେଲେ କଂଟେନମେଂଟ ଅଂଚଳକୁ ସାନିଟାଇଜେସନ କରାଯାଉ ନାହିଁ। ବର୍ତ୍ତମାନ ଗାଁ ପୋଖରୀ ସଂକ୍ରମଣ ବ୍ୟାପିବାର କେନ୍ଦ୍ର ପାଲଟିଛି। ଗାଁ ପୋଖରୀର ସାନିଟାଇଜେସନ ହେବା ନିହାତି ଆବଶ୍ୟକ ରହିଛି। ଜିଲ୍ଲା ପ୍ରଶାସନ କରୋନା ମୁକାବିଲାରେ ସ୍ଥାନୀୟ ସାମାଜିକ ସଂଗଠନ, ରାଜନୀତିକ ସଂଗଠନ, ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରୁନାହାନ୍ତି। କରୋନା ବିରୋଧରେ ଏ ଲଢ଼େଇ କେବଳ ସରକାର ଲଢୁନାହାନ୍ତି । ଏହି ମୁକାବିଲାରେ ସରକାର ସମସ୍ତଙ୍କୁ ସାମିଲ କରନ୍ତୁ। ରାଜ୍ୟ ସରକାର କରୋନା ମୁକାବିଲାରେ ଗାଁ କମିଟିର ପରାମର୍ଶ ଅନୁସାରେ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ହେଲେ ତାହା ହେଉନାହିଁ। କରୋନା ମୁକାବିଲାରେ ଜିଲ୍ଲା ପ୍ରଶାସନ ନିଜକୁ କେବଳ ଟ୍ୱିଟରରେ ସୀମିତ ନକରି ଲୋକାଭିମୂଖୀ ଏବଂ ଦୃରଦୃଷ୍ଟି ସଂପନ୍ନ ହେବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗଂଜାମ ଜିଲ୍ଲା ସଭାପତି ବିଭୂତି ଜେନା, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଓ ଶିଶିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story