ବିଷାକ୍ତ ମଦ ବାଣ୍ଟିିଥିବା ବିଜେଡି ସାଂସଦ ଓ ବିଧାୟକଙ୍କୁ ଗିରଫ କରାଯାଉନି କାହିଁକି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) : ଭୋଟ ହାତେଇବା ପାଇଁ ବାଲେଶ୍ୱର ଜିଲ୍ଲା ଲୋକସଭା ସାସଂଦ ରବୀନ୍ଦ୍ର ଜେନା ଏବଂ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଅନ୍ୟ ବିଜେଡି କର୍ମୀମାନେ ତିହିଡ଼ି ବ୍ଲକରେ ବିଷାକ୍ତ ମଦ ବାଣ୍ଟିଥିଲେ। ସ୍ଥାନୀୟ ଲୋକମାନେ ଏକଥା ଗଣମାଧ୍ୟମକୁ କହିଥିବାବେଳେ ପୁଲିସ କାହିଁକି ମଦମୃତ୍ୟୁରେ ସମ୍ପୃକ୍ତି ଥିବା ଏହି ବିଜେଡି ନେତାମାନଙ୍କୁ ଗିରଫ କରୁନି ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ […]

samirmohanty

samirmohanty

Manoranjan Sial
  • Published: Friday, 10 May 2019
  • Updated: 10 May 2019, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) : ଭୋଟ ହାତେଇବା ପାଇଁ ବାଲେଶ୍ୱର ଜିଲ୍ଲା ଲୋକସଭା ସାସଂଦ ରବୀନ୍ଦ୍ର ଜେନା ଏବଂ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଅନ୍ୟ ବିଜେଡି କର୍ମୀମାନେ ତିହିଡ଼ି ବ୍ଲକରେ ବିଷାକ୍ତ ମଦ ବାଣ୍ଟିଥିଲେ। ସ୍ଥାନୀୟ ଲୋକମାନେ ଏକଥା ଗଣମାଧ୍ୟମକୁ କହିଥିବାବେଳେ ପୁଲିସ କାହିଁକି ମଦମୃତ୍ୟୁରେ ସମ୍ପୃକ୍ତି ଥିବା ଏହି ବିଜେଡି ନେତାମାନଙ୍କୁ ଗିରଫ କରୁନି ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଷାକ୍ତ ମଦ ବାଣ୍ଟିଥିବା ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କର ସମ୍ପତ୍ତିକୁ ଜବତ କରିବା ସହ ନିଲାମ କରି ମଦମୃତ୍ୟୁରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ବିଜେପି ଦାବି କରିଛି। ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେଡି ନେତାମାନେ ତିହିଡ଼ି ବ୍ଲକରେ ବାଣ୍ଟିଥିବା ମଦକୁ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକେ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳରେ ବିଜେଡିର ନେତାମାନେ ଚୋରା ମଦ କାରବାର କରୁଥିବାର ପ୍ରମାଣ ପୁଲିସ ପାଖରେ ଆଗରୁ ଅଛି। ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ନୀଳଗିରି, ଜଳେଶ୍ୱର, ଭୋଗରାଇ ଓ ରେମୁଣା ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ସରକାରୀ ପ୍ରୋତ୍ସାହନରେ ବିଜେଡି ନେତାମାନେ ନକଲି ବିଦେଶୀ ମଦକୁ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଯାହାକି ଓଡିଶା ଅବକାରୀ ଆକ୍ଟ – ୧୯୫୧ର ଧାରା ୧୩୫, ଅନୁଯାୟୀ ସଂପୂର୍ଣ୍ଣ ଭାବେ ବେନିୟମ ଏବଂ ବେଆଇନ। ରାଜନୀତିକ ଉଦ୍ଦେଶ୍ୟ ରଖି ଏଥିରେ ସମ୍ପୃକ୍ତ ଥିବା ବିଜେଡି ନେତା ଏବଂ କର୍ମୀମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସେହିପରି ଧର୍ମଗଡ଼, ସୁକିନ୍ଦା ସମେତ ଆଠଗଡ଼ର ୯ଟି ବୁଥ୍ ସମେତ ଶାସକ ବିଜେଡି ଦ୍ୱାରା ଯେଉଁ ୬୮ଟି ବୁଥରେ ରିଗିଂ ଓ କ୍ୟାପଚରିଂ କରାଯାଇଛି ସେହି ସ୍ଥାନରେ ସାନି ମତଦାନ କରିବା ପାଇଁ ବିଜେପି ଦାବି କରିଥିଲା। କିନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀ ମାତ୍ର ୩୪ଟି ବୁଥରେ ସାନି ମତଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ୪ଟି ଏବଂ ଲୋଇସିଂହାର ୨ଟି ବୁଥରେ କେହି ଅଭିଯୋଗ କରିନଥିଲେ ମଧ୍ୟ ପରିଚାଳନାଗତ ତ୍ରୁଟି ଦେଖାଇ ସାନି ମତଦାନ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବିଜେପି ଦୃଢ଼ ବିରୋଧ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ନିର୍ବାଚନ ହାରିବା ଭୟରେ ବିଜେଡି ବ୍ୟସ୍ତବିବ୍ରତ ହୋଇ ପୁଲିସ ଲଗାଇ ବିରୋଧୀଙ୍କୁ ନାଲିଆଖି ଦେଖାଉଛି। ଗତକାଲି ବରୀ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କ ଭୁବନେଶ୍ୱର ବାସସ୍ଥାନରେ ସିଇଓଙ୍କ ନାଁ ନେଇ ଅଗଣତାନ୍ତ୍ରିକ ଭାବେ ଯାଜପୁର ପୋଲିସ ପହଞ୍ଚି ତାଙ୍କୁ ଖୋଜିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏସଂପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ସମେତ ଉମାକାନ୍ତ ପଟ୍ଟନାୟକ, ସୁବାଷ ଗନ୍ତାୟତ, ରବିଶଙ୍କର ପଟ୍ଟନାୟକ ଓ ବିଶ୍ୱରଞ୍ଜନ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story