ପିଏମ୍‌ କିଷାନରୁ ବଞ୍ଚିତ ଚାଷୀଙ୍କୁ ସାମିଲ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲା ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ କିଷାନ) ତାଲିକାରୁ ବାଦ୍ ପଡ଼ି ସମସ୍ତ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇବାକୁ ବଞ୍ଚିତ ହୋଇଛନ୍ତି। ସେହି ଚାଷୀମାନଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ରାଜ୍ୟ ବିଜେପି ଦାବି କରିଛି। ଏହାସହିତ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ […]

samir-mohanty

samir-mohanty

Manoranjan Sial
  • Published: Monday, 02 September 2019
  • Updated: 02 September 2019, 09:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ କିଷାନ) ତାଲିକାରୁ ବାଦ୍ ପଡ଼ି ସମସ୍ତ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇବାକୁ ବଞ୍ଚିତ ହୋଇଛନ୍ତି। ସେହି ଚାଷୀମାନଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ରାଜ୍ୟ ବିଜେପି ଦାବି କରିଛି। ଏହାସହିତ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସ୍ୱତନ୍ତ୍ର ସହାୟତା ପ୍ରଦାନ ପାଇଁ ମଧ୍ୟ ବିଜେପି ଦାବି କରିଛି ।

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଆଜି ରାଜ୍ୟ ବିଜେପି ପ୍ରତିନିଧିକ ଦଳ ଭେଟି ପିଏମ୍ କିଷାନ ଯୋଜନାରେ ବଞ୍ଚିତ ଥିବା ଚାଷୀଙ୍କ ତାଲିକା ତୁରନ୍ତ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛିି। ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଭେଟି କହିଛନ୍ତି ଯେ, ‘ଫନି’ ବାତ୍ୟା କାରଣରୁ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ନଡ଼ିଆ ଗଛ ସଂପୂର୍ଣ୍ଣ ନଷ୍ଟ ହୋଇଛି। ବାତ୍ୟାରେ ନଡ଼ିଆ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି। ‘ଫନି’ ବାତ୍ୟା ଜନିତ ନଡ଼ିଆ ଚାଷ ନଷ୍ଟ ହୋଇଥିବା କାରଣରୁ ହଜାର ହଜାର ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ରାଜ୍ୟରେ କତାଶିଳ୍ପ ପାଇଁ ନଡ଼ିଆ ଚାଷ ପ୍ରମୁଖ ଭୁମିକା ଗ୍ରହଣ କରେ। ଏହି କତାଶିଳ୍ପ କାରଣରୁ ହସ୍ତତନ୍ତ ଦ୍ରବ୍ୟ ଉତ୍ପାଦ କରୁଥିବା ଅନେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀମାନେ ପ୍ରଭାବିତ ମଧ୍ୟ ହୋଇଛନ୍ତି। ନିଜ ଜୀବନ ଜୀବିକା ହରାଇ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଏହି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସ୍ପେଶାଲ ରିଲିଫ ପ୍ରଦାନ କରିବାକୁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ସୁରମା ପାଢୀ, ଯତୀନ ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଦିଲୀପ ମଲ୍ଲିକ, ସୁଦୀପ୍ତ ରାୟ, ଗୋଲକ ମହାପାତ୍ର , ଜୀବନ ସାହୁ, ସୁରଥ ବିଶ୍ୱାଳ ଓ ମହେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story