ବିଧାୟକ ସରୋଜ ମେହେରଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ଶ୍ରୀ ମେହେର ଜଣେ ଆଦିବାସୀ ବର୍ଗର ସରକାରୀ ଅଫିିସର ଜୟକାନ୍ତ ଶବରଙ୍କୁ ଯେଉଁଭଳି ଭାବରେ ସର୍ବସାଧାରଣରେ କାନ ଧରି […]

lekhasri SAMANTSINHAR FINAL

lekhasri SAMANTSINHAR FINAL

Manoranjan Sial
  • Published: Friday, 07 June 2019
  • Updated: 07 June 2019, 08:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି।

ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ଶ୍ରୀ ମେହେର ଜଣେ ଆଦିବାସୀ ବର୍ଗର ସରକାରୀ ଅଫିିସର ଜୟକାନ୍ତ ଶବରଙ୍କୁ ଯେଉଁଭଳି ଭାବରେ ସର୍ବସାଧାରଣରେ କାନ ଧରି ଉଠ୍ ବସ୍ କରାଇଛନ୍ତି, ସେଥିରୁ ନବୀନବାବୁଙ୍କ ଶାସନ ଏଣିକି ଗଣତାନ୍ତ୍ରିକ ଶୈଳୀ ପରିବର୍ତ୍ତେ ନକ୍ସଲଙ୍କ ପ୍ରଜାକୋର୍ଟ ଶୈଳୀରେ ଚାଲିବ ବୋଲି ଆଭାସ ମିଳିଲାଣି। ଆଦିବାସୀ ବର୍ଗର ଜଣେ ସରକାରୀ ଅଫିସରଙ୍କ ପ୍ରତି ବିଧାୟକ ଶ୍ରୀ ମେହେରଙ୍କ ଏଭଳି ଆଚରଣକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିବା ସହ ତାଙ୍କୁ ଯେଭଳି ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଯାଇଛି ତାହାର ତୁରନ୍ତ ତଦନ୍ତ କରି ଦୋଷୀ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରାଯିବାକୁ ଦାବି କରିଛି।

ଜଣେ ଆଦିବାସୀ ଯୁବକଙ୍କୁ ଏପରି ଶାରିରୀକ ଓ ମାନସିକ ନିର୍ଯାତନା ଦେବା ବିରୋଧରେ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଲେଖାଶ୍ରୀ ମଧ୍ୟ ପ୍ରଶ କରିଛନ୍ତି। ସେ କହିଛନ୍ତି ଯେ, ଅତୀତରେ ଶାସକ ବିଜେଡିର ଅହଙ୍କାର ସମ୍ପର୍କରେ ଓଡ଼ିଶାବାସୀ ଅବଗତ ଥିବାବେଳେ ଗୁଣ୍ଡାଗର୍ଦ୍ଦି ଏବଂ ଦାଦାଗିରି କରି ରାସ୍ତାରେ ଲୋକମାନଙ୍କୁ ମାଡ଼ ମାରିବାର ଅନେକ ଘଟଣା ଘଟାଇଛନ୍ତି।
ଜୁନିୟର ଇଞ୍ଜିନିୟର ଜୟକାନ୍ତ ଶବରଙ୍କ ପତ୍ନୀ ପୁଲିସରେ ଏତଲା ଦେଇଥିବା ସତ୍ତେ୍ୱ ପାଟଣାଗଡ଼ର ବିଧାୟକ ସରୋଜ ମେହେରଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଧାୟକ ନିଜେ ନିଜର ଅପରାଧକୁ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଥିବାବେଳେ ପୁଲିସ ଆଉ କେଉଁ ବଡ଼ ପ୍ରମାଣକୁ ଅପେକ୍ଷା କରିଛି ବୋଲି ସେ ପଚାରିଛନ୍ତି। ନବୀନବାବୁ କାହିଁକି ଏହି ଘଟଣାରେ ନିରବଦ୍ରଷ୍ଟା ସାଜିଛନ୍ତି?

ଏବେ ଶ୍ରୀ ଶବରଙ୍କ ପରିବାର ଲୋକ ଅତ୍ୟନ୍ତ ଭୟଭୀତ ଥିବାରୁ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ବିଜେପି ଦାବି କରିଛି। ପୂର୍ବରୁ ପ୍ରଦୀପ ମହାରଥୀ, ସୁଶାନ୍ତ ସିଂ, ଆୟୁବ ଖାନ୍, ପ୍ରଶାନ୍ତ ଜଗଦେବ, ସମୀର ଦାଶଙ୍କ ଭଳି ଅନେକ ବିଜେଡି ନେତା, ମନ୍ତ୍ରୀ, ବିଧାୟକ ଏବଂ ସାଂସଦମାନେ ସରକାରୀ ଅଫିସରମାନଙ୍କୁ ମାଡ଼ ମାରିବା ଏବଂ ସେମାନଙ୍କ ପ୍ରତି ଅଭଦ୍ର ଆଚରଣ ପ୍ରଦର୍ଶନ କରିଛନ୍ତି। ବିଜେଡିର ଏହି ଚରିତ୍ର ଏବେ ପୁଣିଥରେ ପଦାରେ ପଡ଼ିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos