ମିଶନ ୧୨୦ ପ୍ଲସ ବିଫଳ ହେବା ପରେ ନୂଆ ରଣନୀତି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ ୧୨୦ ପ୍ଲସ୍‌ ହାସଲରେ ବିଫଳତା ପରେ ଓଡ଼ିଶାରେ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ବିଜେପିର ଯୋଜନା ଆରମ୍ଭ କରିଛି। ରାଜ୍ୟର ସବୁ ବୁଥରେ କମିଟି ଗଠନ କରି ନିଜ ଉପସ୍ଥିତି ଜାହିର କରିବ ବିଜେପି। ଫୋକସ୍‌ରେ ରହିବ ନିର୍ବାଚନରେ କମ ଭୋଟ ମିଳିଥିବା ବୁଥ୍‌। ଏସବୁ ବୁଥ୍‌କୁ ଚିହ୍ନଟ କରି ସ୍ୱତନ୍ତ୍ର ରଣନୀତି କରାଯିବ। ସଦସ୍ୟତା ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶିବରାଜ ସିଂହ ଆଜି ଏ ନେଇ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ […]

bjp

bjp

Manoranjan Sial
  • Published: Saturday, 10 August 2019
  • Updated: 10 August 2019, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଶନ ୧୨୦ ପ୍ଲସ୍‌ ହାସଲରେ ବିଫଳତା ପରେ ଓଡ଼ିଶାରେ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ବିଜେପିର ଯୋଜନା ଆରମ୍ଭ କରିଛି। ରାଜ୍ୟର ସବୁ ବୁଥରେ କମିଟି ଗଠନ କରି ନିଜ ଉପସ୍ଥିତି ଜାହିର କରିବ ବିଜେପି। ଫୋକସ୍‌ରେ ରହିବ ନିର୍ବାଚନରେ କମ ଭୋଟ ମିଳିଥିବା ବୁଥ୍‌। ଏସବୁ ବୁଥ୍‌କୁ ଚିହ୍ନଟ କରି ସ୍ୱତନ୍ତ୍ର ରଣନୀତି କରାଯିବ। ସଦସ୍ୟତା ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶିବରାଜ ସିଂହ ଆଜି ଏ ନେଇ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଖୋର୍ଦ୍ଧା ନଗର ମଣ୍ଡଳରୁ ୨୫ ଜଣଙ୍କୁ ପ୍ରାଥମିକ ସଦସ୍ୟ କରି ଦଳର ସକ୍ରିୟ ସଦସ୍ୟ ହୋଇଛନ୍ତି ଶିବରାଜ। ଏଥିପାଇଁ ଖୋର୍ଦ୍ଧାରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗଦେଇ ବିଜେପିରେ ସାମିଲ ହେବାକୁ ସବୁ ବର୍ଗର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ପରେ ଭୁବନେଶ୍ୱରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ସେ ଦଳ ସହ ଯୋଡ଼ି ହେବାକୁ ସେମାନଙ୍କୁ ଅନୁରୋଧ କରିଥିଲେ।

ତିନିବର୍ଷ ତଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଧଉଳିରୁ ସକ୍ରିୟ ସଦସ୍ୟ ହୋଇଥିଲେ। ସେତେବେଳେ ‘ମୋ ବୁଥ୍‌ ସବୁଠୁ ମଜବୁତ’ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ସଭାପତିଙ୍କ ସହ ହେଭିୱେଟ ନେତାଙ୍କ ବୁଥକୁ ଗସ୍ତ କରିଥିଲେ। ଦଳ ୩୪ ଲକ୍ଷ୍ୟ ସଦସ୍ୟ ସଂଗ୍ରହ କରିବାର ଦାବି କରିଥିଲେ ମଧ୍ୟ ଭୋଟ ଗଣତିରେ ତାହା କିନ୍ତୁ ପ୍ରତିଫଳିତ ହୋଇ ନଥିଲା। ୧୦ ବିଧାୟକରୁ ସଂଖ୍ୟା ବଢି ୨୩ ହୋଇଥିଲେ ବି ରାଜ୍ୟର ୩୬ ହଜାର ବୁଥରେ ବିଜେପି ନିଜ ଉପସ୍ଥିତି ଜାହିର କରିପାରି ନଥିଲା। ଏଥର କିନ୍ତୁ ଦଳ ୫୦ ଲକ୍ଷ ନୂଆ ସଦସ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। ୧୨୦ ଫେଲ୍‌ ହୋଇଥିଲେ ମଧ୍ୟ ମିଶନକୁ ଦଳ ଛାଡ଼ିବନି ବୋଲି କହିଛନ୍ତି ଶିବରାଜ। ସାଧାରଣ ନିର୍ବାଚନରେ ଫେଲ୍‌ ମାରିଥିଲେ ମଧ୍ୟ ଆଗକୁ ପୌର ନିର୍ବାଚନ ଥିବାରୁ ଦଳ ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରିଛି।

ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିଲା ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ। ଅଗଷ୍ଟ ୧୧ରେ ଏହା ସରିବାକୁ ଥିବା ବେଳେ ଏହାକୁ ବଢ଼ାଇ ଅଗଷ୍ଟ ୨୦ କରାଯାଇଛି। ବୁଥ୍‌ ସ୍ତରରେ ସାଂଗଠନିକ ପୁନର୍ବିନ୍ୟାସ ପରେ ଜିଲ୍ଲା ଓ ରାଜ୍ୟ ସଭାପତି ବି ଦଳ ଚୟନ କରିବ ବୋଲି ଜଣା ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story