ଭିନ୍ନ ଭିନ୍ନ ପ୍ରସଙ୍ଗରେ ବିଜେପି, କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର: ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଜି ବିଜେପି ଓ କଂଗ୍ରେସ ବିଧାନକମାନେ ଅଧିବେଶନ ବେଳେ କକ୍ଷତ୍ୟାଗ କରିଛନ୍ତି। ବିଜେପି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟକୁ ଇସ୍ୟୁ କରିଥିବାବେଳେ ବିର୍ଲା ଗ୍ଲୋବାଲ ୟୁନିଭରର୍ସିଟି ବିଲରେ ସଂଶୋଧନ କରା ନ ଯିବାରୁ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାଁରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅରୁଚିକର ମନ୍ତବ୍ୟ ବିରୋଧରେ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ସେମାନେ ବିରୋଧୀ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ମଧ୍ୟ ଭାଗ ନେଇ ନାହାନ୍ତି। ଏଥିସହ ବିରୋଧୀ […]

bjp

bjp

Rakesh Mallick
  • Published: Monday, 07 December 2015
  • Updated: 07 December 2015, 03:49 PM IST

Sports

Latest News

ଭୁବନେଶ୍ୱର: ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଜି ବିଜେପି ଓ କଂଗ୍ରେସ ବିଧାନକମାନେ ଅଧିବେଶନ ବେଳେ କକ୍ଷତ୍ୟାଗ କରିଛନ୍ତି। ବିଜେପି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟକୁ ଇସ୍ୟୁ କରିଥିବାବେଳେ ବିର୍ଲା ଗ୍ଲୋବାଲ ୟୁନିଭରର୍ସିଟି ବିଲରେ ସଂଶୋଧନ କରା ନ ଯିବାରୁ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାଁରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅରୁଚିକର ମନ୍ତବ୍ୟ ବିରୋଧରେ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ସେମାନେ ବିରୋଧୀ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ମଧ୍ୟ ଭାଗ ନେଇ ନାହାନ୍ତି। ଏଥିସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ ମଧ୍ୟ ବିଜେପି ପକ୍ଷରୁ ବିରୋଧ କରାଯାଇଛି।

ବିଧାନସଭାରେ ଶୂନ୍ୟକାଳରେ ବିଜେପି ବିଧାୟକ ରବି ନାରାୟଣ ନାଏକ ଅଭିଯୋଗ କରିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନ୍ତ୍ରୀ ସଞ୍ଜୟ ଦାସବର୍ମା କେନ୍ଦ୍ରୀୟ ଅବହେଳା ମୋସନ୍ ଆଲୋଚନା ଦିନ ଅପମାନିତ କରିଛନ୍ତି। ବିଶେଷ କରି ମୋଦିଙ୍କ ଲଣ୍ଡନ ତିଆରି ସୁଟ୍ ଓ ବିଦେଶ ବୁଲାକୁ ନେଇ ଦାସବର୍ମା ଦେଇଥିବା ବକ୍ତବ୍ୟକୁ ବିବରଣୀରୁ ବାଦ୍ ଦେବା ପାଇଁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବୟାନକୁ ନେଇ ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିଲେ। ରମାଦେବୀ ବିଶ୍ୱବିଦ୍ୟାଳୟ ଇସ୍ୟୁ ଉପରେ ଏ ଦୁଇ ଦଳ ବିଧାନସଭା ଭିତରେ ଓ ବାହାରେ ଏକ୍ ହୋଇ ଲଢିଥିଲେ। ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଦାସର୍ବମାଙ୍କ ମନ୍ତବ୍ୟକୁ ସମର୍ଥନ କରିବା ସହ ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ୭୦ ଭାଗରୁ ଊର୍ଦ୍ଧ୍ୱ  ଲୋକ ଦୈନିକ ୨୦ ଟଙ୍କ।ରେ ଚଳୁଥିବା ବେଳେ ମୋଦି ସୁନାର ସୁଟ୍ ପିନ୍ଧିବାକୁ ସମାଲୋଚନା କରିବା ଅଯୌକ୍ତିକ ନୁହେଁ। ଦେଶରେ ଶାସନ ଗାଦିରେ ବସିଥିବା ଦଳ ଗାନ୍ଧି ହତ୍ୟାକରୀ ଚିନ୍ତାଧାରା ଉପରେ ଆଧାରିତ। ଯେଉଁମାନେ ଗାନ୍ଧିଜୀଙ୍କୁ ହତ୍ୟାକରିଥିଲେ ସେମାନଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଗୋଟିଏ ପଟେ ଗାନ୍ଧିଜୀଙ୍କୁ ନେତା ହିସାବରେ ସ୍ୱୀକାର କରୁଛନ୍ତି, ଅନ୍ୟପଟେ ତାଙ୍କ ହତ୍ୟାକାରୀଙ୍କୁ ପ୍ରଶଂସା କରୁଛନ୍ତି। ଏହାଦ୍ୱାରା ଦେଶର ଉନ୍ନତି ହେବନାହିଁ। ସେଭଳି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ନାହିଁ ବୋଲି ମୁଁ ଗୃହରେ କହିଥିଲି। ବିଜେଡି, ବିଜେପି ମହାମେଣ୍ଟ କରିଛନ୍ତି। ଉଭୟ ଉଭୟଙ୍କୁ ସାହାଯ୍ୟ କରୁଛନ୍ତି। ଏବେ ବିଜେଡି, ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବାରୁ ଏହାକୁ ସମର୍ଥନ କରିଛି। ବିଜେପି ଦେଶକୁ ରସାତଳକୁ ନେଇଯାଉଛି। ଏଭଳି ଦଳ ବିରୋଧରେ ଯିଏ ସ୍ୱର ଉଠାଇବ କଂଗ୍ରେସ ତାକୁ ସମର୍ଥନ କରିବ।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, କଂଗ୍ରେସ-ବିଜେପି ଭାଇ ଭାଇ ହୋଇ ରାଜନୀତି କରୁଛନ୍ତି। ଉଭୟେ ଆଣୁଥିବା ଅଭିଯୋଗରେ ପରସ୍ପରକୁ ସମର୍ଥନ କରୁଛନ୍ତି। ଏହି ଦୁଇ ଦଳ ଜନସାଧାରଣଙ୍କ ସ୍ୱର୍ଥ ଓ ରାଜ୍ୟର ଉନ୍ନତି ଦେଖୁନାହାନ୍ତି। ବିଜେଡିକୁ ଶାସନରୁ ହଟାଇବା ଦୁଇ ଦଳର ଏକମାତ୍ର ଉଦ୍ଦେଶ୍ୟ।

ସେହିପରି ବିଜେପି ବିଧାୟକ ରବିନାରାୟଣ ନାୟକ କହିଛନ୍ତି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। କଂଗ୍ରେସ ବିଜେଡି ସହ ସଲାସୁତରା କରି କାର୍ଯ୍ୟ କରୁଛି। ଏହାକୁ ବିରୋଧ କରି ଆମ ଦଳ ଗୃହତ୍ୟାଗ କରିଛି।

ବିର୍ଲା ଗ୍ଲୋବାଲ ୟୁନିଭରର୍ସିଟି ବିଲ ବିଧାନସଭାରେ ଆଗତ ହୋଇଥିଲା। ଏହି ବିଲରେ କିଛି ସଂଶୋଧନ କରିବାକୁ ବିରୋଧୀ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ବିଧାନସଭାରେ ଅଗ୍ରାହ୍ୟ ହୋଇଯାଇଥିଲା। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ କକ୍ଷତ୍ୟାଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story