ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନବାବୁ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗୋ ଓ ‘ପକ୍କା ଘର’ ନାଁ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତିା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଯୋଜନାକୁ ହଡ଼ପ କରି ସେସବୁର ନାଁ ବଦଳାଇ ଏଠି ମୁଖ୍ୟମନ୍ତ୍ରୀ ବାହାବା ନେବାକୁ ବସିଛନ୍ତି। ଏହା କରି ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥାରେ ରୁଗ୍ଣ ମାନସିକତାର ପରିଚୟ ଦେଇଛନ୍ତି। ପରଘର […]

lekhashree-criticized-cm-naveen-patnik

lekhashree-criticized-cm-naveen-patnik

Manoranjan Sial
  • Published: Monday, 16 September 2019
  • Updated: 16 September 2019, 05:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗୋ ଓ ‘ପକ୍କା ଘର’ ନାଁ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତିା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଯୋଜନାକୁ ହଡ଼ପ କରି ସେସବୁର ନାଁ ବଦଳାଇ ଏଠି ମୁଖ୍ୟମନ୍ତ୍ରୀ ବାହାବା ନେବାକୁ ବସିଛନ୍ତି। ଏହା କରି ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥାରେ ରୁଗ୍ଣ ମାନସିକତାର ପରିଚୟ ଦେଇଛନ୍ତି। ପରଘର ତିଅଣରେ ମୁଖ୍ୟମନ୍ତ୍ରୀ ଅତିଥି ସତ୍କାର କରୁଛନ୍ତି ବୋଲି ରାଜ୍ୟ ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ କରିଛନ୍ତି। ଚିରାଚରିତ ଢଙ୍ଗରେ ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପକ୍କାଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଏହି ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ। ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ଅର୍ଥ ବରାଦ ନାହିଁ। ରାଜ୍ୟରେ ଗରିବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି। ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁରତାର ସହ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଦଳରେ ବିଜୁ ପକ୍କାଘର ବୋଲି ବିଜ୍ଞାପନ ଦେଉଛନ୍ତି। ପୁର୍ବରୁ ରାଜ୍ୟ ସରକାର ଯେତେ ବିଜ୍ଞାପନ ଛପାଇଛନ୍ତି ସେଥିରେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଶବ୍ଦଟିକୁ ବାଦ ଦେଇ ସାଧାରଣ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହାଉସିଂ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତିା ଏହି ଯୋଜନାରେ ସିଂହଭାଗ ଘର ନିର୍ମାଣ ହେଉଛି। ବିଜୁ ପକ୍କାଘର ପାଇଁ ରାଜ୍ୟ ସରକାର ତାଙ୍କ ବଜେଟରେ ଟଙ୍କାଟିଏ ବି ବ୍ୟବସ୍ଥା କରିନାହାନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ବିଧାନସଭାରେ ଉତ୍ତର ରଖି ରାଜ୍ୟ ସରକାର ସ୍ୱୀକାର କରିଥିଲେ ଯେ, ରାଜ୍ୟରେ ମୋଟ ୨୦ ଲକ୍ଷ ପକ୍କାଘର ମଧ୍ୟରୁ ୩.୭୭ ଲକ୍ଷ ବିଜୁ ପକ୍କା ଘର ଓ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ପାଇଁ କେନ୍ଦ୍ର ସରକାର କେବଳ ୨୦୧୯-୨୦ରେ ୪୮୨୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି ପ୍ରତିଶୃତି ଦେଇଥିଲା କି, ଯାହାର ପକ୍କା ଘର ନାହିଁ ତାକୁ ପକ୍କା ଘର ଦିଆଯିବ ଏବଂ ଯାହାର ଘର ଢିଅ ନାହିଁ ତାଙ୍କୁ ବେସରକାରୀ ଜାଗା କିଣି ଆବାସ ସୁରକ୍ଷା ଦିଆଯିବ। କିନ୍ତୁ ପ୍ରତିଶୃତିକୁ ରାଜ୍ୟ ସରକାର ପାଳନ କଲେ ନାହିଁ। ଏବେବି ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ।

କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜ ନାଁରେ ଚଳାଇବା ରାଜ୍ୟ ସରକାରଙ୍କ ପୁରୁଣା ଅଭ୍ୟାସ। ୧୦୮ ଆମ୍ବୁଲାନ୍ସ ଯୋଜନା ଓ ଟଙ୍କିକିଆ ଚାଉଳ ଯୋଜନାକୁ ହାଇଜ୍ୟାକ୍ କରିଥିଲେ। ଏବେ କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ହଡ଼ପ କରିବାରେ ଲାଗିଛନ୍ତି। ତେଣୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏଭଳି ହୀନ ରାଜନୀତିରୁ ନିବୃତ୍ତ ରହି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ଅନ୍ତତଃପକ୍ଷେ ଧନ୍ୟବାଦ ଦେବା ଆରମ୍ଭ କରନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos