ଲେଖାଶ୍ରୀ ପଚାରିଲେ, କେତେ ଦୁଷ୍କର୍ମ ହେଲେ ସରକାରଙ୍କ ପେଟ ପୂରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କେତେ ମାଆ, ବୋହୂ ଓ ଝିଅ ଦୁଷ୍କର୍ମରେ ଶିକାର ହେଲେ ଯାଇ ବିଜେଡି ସରକାରଙ୍କ ପେଟ ପୂରିବ? ପୁରୀରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏପରି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଛନ୍ତି। ପୁରୀରେ ଘଟିଥିବା ଘଟଣାକୁ କଡ଼ା ନିନ୍ଦା କରିବା ସହିତ ଲେଖାଶ୍ରୀ କହିଛନ୍ତି, “ମହାପ୍ରଭୁଙ୍କ ରଥଯାତ୍ରା ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ପୁରୀରେ ଘନ ଘନ ବୈଠ କ ବସୁଛି। ରାଜ୍ୟର ଦକ୍ଷ […]

rape-in-puri

rape-in-puri

Manoranjan Sial
  • Published: Tuesday, 09 July 2019
  • Updated: 09 July 2019, 05:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କେତେ ମାଆ, ବୋହୂ ଓ ଝିଅ ଦୁଷ୍କର୍ମରେ ଶିକାର ହେଲେ ଯାଇ ବିଜେଡି ସରକାରଙ୍କ ପେଟ ପୂରିବ? ପୁରୀରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏପରି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଛନ୍ତି।

ପୁରୀରେ ଘଟିଥିବା ଘଟଣାକୁ କଡ଼ା ନିନ୍ଦା କରିବା ସହିତ ଲେଖାଶ୍ରୀ କହିଛନ୍ତି, “ମହାପ୍ରଭୁଙ୍କ ରଥଯାତ୍ରା ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ପୁରୀରେ ଘନ ଘନ ବୈଠ କ ବସୁଛି। ରାଜ୍ୟର ଦକ୍ଷ ଅଧିକାରୀମାନେ ସେଠାରେ ମୁତୟନ ହୋଇଛନ୍ତି। ମାଳ ମାଳ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହା ସତ୍ତ୍ୱେ ଗୁଣ୍ଡିଚା ମନ୍ଦିର ପଛ ପାର୍ଶ୍ୱରେ ଥିବା ଷ୍ଟାଣ୍ଡରେ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମରେ ଶିକାର ହେଉଛି। ଏ ସମ୍ପର୍କରେ ପୁଲିସ କେମିତି ଜାଣିପାରିଲା ନାହିଁ? ଏହା ଅତ୍ୟନ୍ତ ଲଜ୍ଜାର ବିଷୟ। ଏହା ପ୍ରମାଣିତ କରୁଛି, ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କର କୌଣସି ପ୍ରତିବଦ୍ଧତା ନାହିଁ। କେବଳ ଲୋକ ଦେଖାଣିଆ ଭାବେ ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି। ଗୋଟିଏ ପଟେ ସଂସଦରେ ୩୩% ମହିଳା ସଂରକ୍ଷଣ ଓ ମହିଳା ସଶକ୍ତିକରଣ କଥା ଉପରଠାଉରିଆ ଭାବେ ଉଠାଉଛନ୍ତି। ଆଉ ସେପଟେ ମହିଳା ଓ ଝିଅଙ୍କ ସୁରକ୍ଷା ପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି। ଯଦି ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କର ସାମାନ୍ୟତମ ସମ୍ୱେଦନଶୀଳତା ଥାଆନ୍ତା, ତା'ହେଲେ ଗୁଣ୍ଡିଚା ମନ୍ଦିର ପଛ ପାର୍ଶ୍ୱରେ ଘଟିଥିବା ଲଜ୍ଜାଜନକ ଘଟଣା କେବେ ଘଟିନଥାଆନ୍ତା। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ ଦାୟିତ୍ୱହୀନ ଭାବେ ରାଜ୍ୟ ଚଳାଉଛନ୍ତି। ମହିଳା, ନାବାଳିକା, ଯୁବତୀ, ଆଦିବାସୀ ଓ ଦଳିତଙ୍କ ସୁରକ୍ଷା କରିବାରେ ବିଜେଡି ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି।”

ସେ ଆହୁରି କହିଛନ୍ତି,“ଦୁଷ୍କର୍ମରେ ଶିକାର ହୋଇଥିବା ପୀଡ଼ିତାଙ୍କ ମୁହଁ ଲୁଚାଇ ନେବା କଥା। ମାତ୍ର ପୁରୀ ପୀଡ଼ିତାଙ୍କ ମୁହଁ ଖୋଲା ରଖି ଚଲାଇ ଚଲାଇ ରାସ୍ତାରେ ନେଇଛି ପୁଲିସ। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ଅଟୋରେ ବସାଇ ନେଇଛି। ଏହି ସମୟରେ ରାସ୍ତାରେ ଯାଉଥିବା ଲୋକେ ପୀଡ଼ିତାଙ୍କ ଭିଡିଓ ସୁଟିଂ କରିବା ସହିତ ଫଟୋ ମଧ୍ୟ ଉଠାଇଛନ୍ତି। ଯାହା ଫଳରେ ପୀଡ଼ିତାର ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ ହୋଇଛି। ଏହା ଆଇନ୍‌ ବିରୋଧୀ। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ପୁଲିସମାନେ ତାଙ୍କର ଦାୟିତ୍ୱ ଠିକ୍‌ ଭାବେ କରୁ ନାହାନ୍ତି।”

ସେ ଆହୁରି କହିଛନ୍ତି,“ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ଗଣଦୁଷ୍କର୍ମ, ନାବାଳିକା ଦୁଷ୍କର୍ମ ଓ ମହିଳାଙ୍କୁ ହତ୍ୟା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି କାର୍ଯ୍ୟ କରି ଅପରାଧୀମାନେ ଖସି ଯାଉଛନ୍ତି। ବିଜେଡି ସରକାର ୨୦ ବର୍ଷ ଧରି ଶାସନ କଲା ପରେ ମଧ୍ୟ ମହିଳାମାନଙ୍କୁ ସୁରକ୍ଷା ଦେଇପାରୁନି। ରାଜ୍ୟରେ ଏବେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ୧୦ ବର୍ଷ ଭିତରେ ରାଜ୍ୟରେ ଘଟିଥିବା କୁନ୍ଦୁଲି, ପିପିଲି, ଇତିଶ୍ରୀ, ମାଧବୀଲତା ପରି ୫୦ରୁ ଅଧିକ ଦୁଷ୍କର୍ମ ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଦଣ୍ଡିତ ହୋଇନାହାନ୍ତି। ଏପରିକି ପୀଡ଼ିତାଙ୍କୁ ନ୍ୟାୟ ମିଳିନାହିଁ।”

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି.“ରାଜ୍ୟରେ ଏତେ ପରିମାଣରେ ଦୁଷ୍କର୍ମ ଘଟୁଛି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲୁ ନାହାନ୍ତି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଏ ସରକାର ମହିଳାଙ୍କ ସୁରକ୍ଷା ପାଇଁ କାମ କରୁନାହିଁ। ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ କାମ କରୁଛି। ପୁରୀରେ ଏତେ ସଂଖ୍ୟାରେ ପୁଲିସ ମୁତୟନ ହୋଇଥିବା ସତ୍ତ୍ୱେ ଯଦି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହେଉଛି, ଏଥିରୁ ପ୍ରମାଣିତ ହେଉଛି ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାର ମହିଳାମାନଙ୍କୁ କେବଳ ଜଗନ୍ନାଥ ହିଁ ଭରସା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story