ହିଞ୍ଜିଳିରେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିଞ୍ଜିଳିରେ ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ୬୫ବର୍ଷୀୟ ବ୍ୟକ୍ତିଙ୍କୁ ଶାସକ ଦଳର ସ୍ଥାନୀୟ ନେତାମାନେ ସୁରକ୍ଷା ଦେବା ଓ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ଘଟଣାରେ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି। ପୀଡ଼ିତା ପରିବାରକୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଭେଟିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି ଯେ,ରାଜ୍ୟରେ ମହିଳା ଓ ନାବାଳିକାମାନେ ଦୈନିକ ଦୁଷ୍କର୍ମର […]

bjp

bjp

Subrat Kumar Nayak
  • Published: Friday, 22 November 2019
  • Updated: 22 November 2019, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିଞ୍ଜିଳିରେ ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ୬୫ବର୍ଷୀୟ ବ୍ୟକ୍ତିଙ୍କୁ ଶାସକ ଦଳର ସ୍ଥାନୀୟ ନେତାମାନେ ସୁରକ୍ଷା ଦେବା ଓ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ଘଟଣାରେ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି।

ପୀଡ଼ିତା ପରିବାରକୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଭେଟିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି ଯେ,ରାଜ୍ୟରେ ମହିଳା ଓ ନାବାଳିକାମାନେ ଦୈନିକ ଦୁଷ୍କର୍ମର ଶିକାର ହେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ବି ନାବାଳିକାମାନେ ସୁରକ୍ଷିତ ନାହାନ୍ତି। ଦୀପ ତଳ ଅନ୍ଧାର ପରି ଖୋଦ୍ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥାନା ଠାରୁ ମାତ୍ର ୧ କିମି ଦୂରରେ ନାବାଳିକା ଦୁଷ୍କର୍ମର ଶିକାର ହେଉଛି କିନ୍ତୁ ପୁଲିସ ପାଖରେ କୌଣସି ସୂଚନା ରହୁନି। ଫାଇଭ-ଟି ସଂପୂର୍ଣ୍ଣଭାବେ ଫେଲ୍ ମାରିଛି।

ବିଜେପି ପକ୍ଷରୁ କୁହାଯାଇଛି, “ନାବାଳିକା ସହ ଜଣେ ୬୫ବର୍ଷୀୟ ବୃଦ୍ଧ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ବି ଶାସକ ଦଳର ସ୍ଥାନୀୟ ନେତାମାନେ ଘଟଣାକୁ ଚପେଇ ଦେବା ପାଇଁ ପୀଡ଼ିତା ପରିବାରକୁ ଧମକ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଏକ ଲଜ୍ଜାଜନକ ଘଟଣା ପରେ ଅଭିଯୁକ୍ତ ବିରୁଦ୍ଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କାହିଁକି ପଛଘୁଞ୍ଚା ଦେଲା? ଘଟଣାକୁ ରଫାଦଫା କରିବା ପାଇଁ ଯେଉଁ ଲୋକମାନଙ୍କର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେମାନେ କିଏ? ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ୍ ଦୀର୍ଘ ୫ ଦିନ ପରେ ଅପରାଧୀକୁ ଆଣି ପଚରାଉଚରା କରିବା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।”

ଗତକାଲି ରାଜ୍ୟ ମହିଳା ମୋର୍ଚ୍ଚାର ଏକ ପ୍ରିତିନିଧି ଦଳ ପୀଡ଼ିତା ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଶ୍ରୀମତୀ ପ୍ରଧାନ କହିଛନ୍ତି, ପୀଡ଼ିତାର ମା ଅଙ୍ଗନବାଡି କେନ୍ଦ୍ରରେ ରୋଷେୟା ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଉପରେ କେସ୍ ରଫାଦଫା କରିବା ପାଇଁ ଶାସକ ଦଳର ପକ୍ଷରୁ ଚାପ ପକାଯାଉଛି। ଏଣୁ ପୋଲିସ ପ୍ରଶାସନ ପୀଡ଼ିତା ପରିବାରକୁ ସୁରକ୍ଷା ଯୋଗାଇବା ସହ ସାମାଜିକ ଓ ଆର୍ଥୀକ ସହାୟତା ପ୍ରଦାନ କରୁ । ଏହି ଘଟଣାର ତଦନ୍ତ ଭାର ଏସଆଇଟିକୁ ଦିଆଯାଇ ନିଦ୍ଦିଷ୍ଟ ସମୟସୀମା ଭିତରେ ଦୋଷୀକୁ ଦଣ୍ଡ ଦିଆଯାଉ।

ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ଅପଚେଷ୍ଟା କରୁଥିବା ଶାସକ ଦଳର ନେତାମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ଗିରଫ କରାଯାଉ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ , ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story