'ସରକାର ସୁଧୁରି ଯାଆନ୍ତୁ, ସମାଲୋଚନା ଶୁଣିବାର ଧୈର୍ଯ୍ୟ ରଖନ୍ତୁ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ଉପାୟରେ ଓଟିଭିକୁ ରାଜ୍ୟ ସରକାର ହଇରାଣ କରୁଥିବା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ସେ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁଛି ତା ଉପରେ ସରକାରୀ କଳ ଦାଉ ସାଧୁଛି। ଏହା ଶୁଭଙ୍କର ନୁହେଁ । ଏହା କ୍ଷମତାର ଅପବ୍ୟବହାର। ଅତ୍ୟନ୍ତ ସ୍ୱେଛାଚାରି ଶାସନର ପରିଚୟ। ସରକାର ସୁଧୁରି ଯାଆନ୍ତୁ। […]

pradeep

pradeep

Ranjit Kumar Jena
  • Published: Friday, 16 October 2020
  • Updated: 16 October 2020, 02:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ଉପାୟରେ ଓଟିଭିକୁ ରାଜ୍ୟ ସରକାର ହଇରାଣ କରୁଥିବା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ସେ କଠୋର ଶବ୍ଦରେ ନିନ୍ଦା କରିଛନ୍ତି।

https://twitter.com/pradiptanaikbjp/status/1316981972451745796?s=20

ପ୍ରଦୀପ୍ତ ଟ୍ୱିଟ୍ କରି କହିଛନ୍ତି, 'ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ଼ ଭୂମିକା ଅଛି। ହେଲେ ଯେଉଁଭଳି ଭାବରେ ଆମ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡ଼ୁଛନ୍ତି, ତାହା ଆଗରୁ କେବେ ଦେଖାଯାଇନଥିଲା। ସରକାର ଏପରି କାହିଁକି କରୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଛନ୍ତି। କଣ ସରକାର ଭାବୁଛନ୍ତି କି ସରକାର ସମାଲୋଚନାର ଊର୍ଦ୍ଧ୍ୱରେ ବୋଲି ବୋଲି ସେ ପ୍ରଶ୍ନ କରିଛନ୍ତି।'

ପ୍ରଦୀପ ଆହୁରି ଲେଖିଛନ୍ତି, 'ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁଛି, ତା ଉପରେ ସରକାରୀ କଳ ଦାଉ ସାଧୁଛି। ଏହା ଶୁଭଙ୍କର ନୁହେଁ। ଏହା କ୍ଷମତାର ଅପବ୍ୟବହାର। ଅତ୍ୟନ୍ତ ସ୍ୱେଚ୍ଛାଚାରୀ ଶାସନର ପରିଚୟ ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ସରକାର ସୁଧୁରି ଯାଆନ୍ତୁ। ସମାଲୋଚନାର ଧୈର୍ଯ୍ୟ ରଖନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା। ଏହା ସହ କବିରଙ୍କ ଏକ ଉକ୍ତି ମଧ୍ୟ ସେ ଟ୍ୱିଟ୍ କରିଛନ୍ତି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos