‘ଫାଇଭ- ଟି’ ଆଳରେ ପ୍ରଶାସନିକ ବିସଙ୍ଗତି, ସମସ୍ତେ ଚୁପ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫାଇଭ-ଟି’ ଆଳରେ ରାଜ୍ୟରେ ପ୍ରଶାସନିକ ବିସଙ୍ଗତି ଓ ଅନିୟମିତତା ଚାଲିଛି। ମନ୍ତ୍ରୀ ଓ ସଚିବଙ୍କୁ ଦୁର୍ବଳ କରି ଏକ ଅଲଗା ‘ପାୱାର ସେଣ୍ଟର’ ସୃଷ୍ଟି କରାଯାଇ ପ୍ରଚଳିତ ବ୍ୟବସ୍ଥାକୁ ଦୁର୍ବଳ କରାଯାଉଛି। ବରିଷ୍ଠ ତଥା ଶୀର୍ଷ ପଦସ୍ଥ ପ୍ରଶାସନିକ ଅଫିସରଙ୍କ ଆତ୍ମସମ୍ମାନ ପ୍ରତି କୁଠାରଘାତ ହେଉଛି।” ଆଇଏଏସରୁ ସାଂସଦ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଏଭଳି ବୟାନକୁ ନେଇ ଏବେ ରାଜ୍ୟ ପାୱାର କରିଡରରେ ଚର୍ଚ୍ଚା ଲାଗିଥିବାବେଳେ ନିଜର କ୍ଷମତା ସଙ୍କୁଚିତ ହେଉଥିବା ନେଇ ମଧ୍ୟ […]

5t

5t

Manoranjan Sial
  • Published: Monday, 11 November 2019
  • Updated: 11 November 2019, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫାଇଭ-ଟି’ ଆଳରେ ରାଜ୍ୟରେ ପ୍ରଶାସନିକ ବିସଙ୍ଗତି ଓ ଅନିୟମିତତା ଚାଲିଛି। ମନ୍ତ୍ରୀ ଓ ସଚିବଙ୍କୁ ଦୁର୍ବଳ କରି ଏକ ଅଲଗା ‘ପାୱାର ସେଣ୍ଟର’ ସୃଷ୍ଟି କରାଯାଇ ପ୍ରଚଳିତ ବ୍ୟବସ୍ଥାକୁ ଦୁର୍ବଳ କରାଯାଉଛି। ବରିଷ୍ଠ ତଥା ଶୀର୍ଷ ପଦସ୍ଥ ପ୍ରଶାସନିକ ଅଫିସରଙ୍କ ଆତ୍ମସମ୍ମାନ ପ୍ରତି କୁଠାରଘାତ ହେଉଛି।” ଆଇଏଏସରୁ ସାଂସଦ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଏଭଳି ବୟାନକୁ ନେଇ ଏବେ ରାଜ୍ୟ ପାୱାର କରିଡରରେ ଚର୍ଚ୍ଚା ଲାଗିଥିବାବେଳେ ନିଜର କ୍ଷମତା ସଙ୍କୁଚିତ ହେଉଥିବା ନେଇ ମଧ୍ୟ ପ୍ରଶାସନିକ ମହଲରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା କମିଶନର ପାହ୍ୟାର ଅଫିସର ଭିକେ ପାଣ୍ଡିଆନଙ୍କୁ ଜୁଲାଇ ୨୯ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଟ୍ରାନ୍ସଫରମେସନ ଆଣ୍ଡ ଇନିସିଏଟିଭ(ଫାଇଭ-ଟି) କାର୍ଯ୍ୟକ୍ରମର ସଚିବ ଭାବେ ନିଯୁକ୍ତି ମିଳିଥିଲା। ୨୦୦୦ ବ୍ୟାଚର ଆଇଏଏସ୍ ଶ୍ରୀ ପାଣ୍ଡିଆନଙ୍କୁ ଏହି ନୂଆ ଦାୟିତ୍ୱ ଦେଇ ରାଜ୍ୟ ସରକାର ପରୋକ୍ଷରେ ତାଙ୍କୁ ସମସ୍ତ ବିଭାଗ ଉପରେ ନିୟନ୍ତ୍ରଣ ଓ ଅଧିକାର ରଖିବାର କ୍ଷମତା ଦେଇଥିଲେ। ଏହାସହିତ ‘ଫାଇଭ-ଟି’ ସଚିବ ଭାବେ ସେ ବରିଷ୍ଠ ପାହ୍ୟାର ଆଇଏଏସଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ବୋଲି ସେତେବେଳେ ଆଶଙ୍କା କରାଯାଉଥିଲା। ଯାହାକି ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଅବଶ୍ୟ ଏସବୁ ପ୍ରଶାସନିକ ବିସଙ୍ଗତି ନେଇ କେହି ଆନୁଷ୍ଠାନିକ ଭାବେ କିଛି ମତ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବାର ଆଶଙ୍କା ଥିବାରୁ ଅଫିସର ଓ ରାଜନେତାମାନେ ନିରବ ରହିଥିବା ଜଣାପଡ଼ିଛି।

ଚଳିତମାସରେ ଅବସର ନେବାକୁ ଥିବା ଜଣେ ବରିଷ୍ଠ ଓଏଏସ୍ ଅଫିସର ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ‘ଫାଇଭ-ଟି’ ଓ ‘ମୋ ସରକାର’ ଭଳି ପ୍ରଶାସନିକ ସଂସ୍କାର ମାଧ୍ୟମରେ ସାଧାରଣ ଲୋକ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୂରତ୍ୱକୁ ହ୍ରାସ ସହ ନିର୍ବାଚିତ ସରକାରଙ୍କୁ ଅଧିକ ଉତ୍ତରଦାୟିତ୍ୱ ସମ୍ପନ୍ନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ସତ। କିନ୍ତୁ ଏହି କାର୍ଯ୍ୟକ୍ରମ ଯେଭଳି ଢଙ୍ଗରେ ଚାଲିଛି ତାହା ଭାରତୀୟ ବିଧିବ୍ୟବସ୍ଥାରେ ମନ୍ତ୍ରୀ ଓ ସଚିବମାନଙ୍କୁ ପ୍ରଦତ୍ତ କ୍ଷମତାକୁ ସଙ୍କୁଚିତ କରିବାରେ ଲାଗିଛି। ପ୍ରଚଳିତ ବିଧିବ୍ୟବସ୍ଥା ଓ ପ୍ରତିଷ୍ଠାନ ମଧ୍ୟ ଦୁର୍ବଳ ହେବାରେ ଲାଗିଛି ତଥା ଜଣେ ବ୍ୟକ୍ତିଙ୍କ ପାଖରେ ‘କ୍ଷମତା ଠୁଳ’ ହୋଇଥିବା ଭଳି ସନ୍ଦେଶ ଯାଉଛି। ଯାହାକି ଗଣତନ୍ତ୍ର ପାଇଁ ଉଚିତ୍ ନୁହେଁ। ଏସବୁ ଅସଙ୍ଗତି ପ୍ରତି ବରିଷ୍ଠ ଆଇଏଏସ ଓ ଓଏଏସ ଅଫିସରମାନେ ଅବଗତ ଥାଇ ମଧ୍ୟ ସେମାନେ ଚୁପ୍ ବସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କ ‘କାର୍ଯ୍ୟଶୈଳୀ’ରେ ମଧ୍ୟ ଏବେ ଆକାଶପାତାଳ ତଫାତ୍ ଦେଖିବାକୁ ମିଳିଲାଣି । ତେଣୁ ଏସବୁ ପ୍ରଶାସନିକ ବିସଙ୍ଗତି ସମ୍ପର୍କରେ ଅନ୍ତତଃପକ୍ଷେ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ମହଲରେ ଏନେଇ ସ୍ୱର ଉତ୍ତୋଳନ ହେବା ଉଚିତ୍।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟକ୍ରମ, ପ୍ରକଳ୍ପ ଅବା ବିଭାଗର ସମୀକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଉଥିବାବେଳେ ସେଠାରେ ମୁଖ୍ୟସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ସଚିବ ଅବା ବରିଷ୍ଠ ପାହ୍ୟାର ଅଫିସରମାନେ ଉପସ୍ଥିତ ରହିବାର ବିଧିବ୍ୟବସ୍ଥା ଓ ପରମ୍ପରା ରହିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯେଉଁ ବରିଷ୍ଠ ଅଫିସରମାନେ ମୁତୟନ ହୋଇଥାନ୍ତି, ସେମାନେ ସେହି ବୈଠକରେ ପ୍ରଚ୍ଛଦପଟ୍ଟରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ବୈଠକକୁ ତଦାରଖ କରିଥାନ୍ତି । ପରେ ସେମାନେ ନିଜର ଫିଡବ୍ୟାକକୁ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ସମ୍ପୃକ୍ତ ବିଭାଗର ସଚିବ ବା ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଞ୍ଚାଇଥାନ୍ତି। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଯେକୌଣସି ବୈଠକ ନେଉଛନ୍ତି ସେଠାରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଭୂମିକା ଓ କ୍ଷମତାକୁ ଗୌଣ କରାଯାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସରମାନେ ହିଁ ସିଧାସଳଖ ବୈଠକରେ ଆଗଧାଡ଼ିରେ ରହୁଥିବା ଦେଖିବାକୁ ମିଳିଛି। ଯାହାକି ନିଶ୍ଚିତ ଭାବେ ପ୍ରଶାସନିକ ବିସଙ୍ଗତି ଓ ବରିଷ୍ଠ ଅଫିସରମାନଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ସୃଷ୍ଟି କରୁଛି।

ସେହିପରି ନିଜର ଟୁର୍ ପ୍ରୋଗାମ ପାଇଁ ମୁଖ୍ୟମନ୍ତ୍ରୀଙ୍କଠୁ ‘ଫାଇଭ-ଟି ସଚିବ’ ଅନୁମୋଦନ ନେବାବେଳେ ସେଥିରେ ଯାହା ଉଲ୍ଲେଖ କରିଛନ୍ତି ତାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ‘ଫାଇଭ-ଟି’ ସଚିବ ଜଣେ ଜୁନିୟର ଅଫିସର ହୋଇଥିଲାବେଳେ ସେ ଟୁରରେ ଯିବାବେଳେ ତାଙ୍କ ସହ ଉନ୍ନୟନ କମିଶନର ଅବା ମୁଖ୍ୟ ସଚିବ କିମ୍ବା ବରିଷ୍ଠ ସଚିବମାନେ ଗସ୍ତ କରିବା ନିଶ୍ଚିତ ଭାବେ ପ୍ରଶାସନିକ ଅନିୟମିତତା ଓ ବିସଙ୍ଗତି। ଏଭଳି ପ୍ରଶାସନିକ ମଡେଲ ଯୋଗୁ ବରିଷ୍ଠ ଅଫିସରମାନଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସୁଛି। ଏହା ବନ୍ଦ ହେବା ଉଚିତ୍। ଏପରିକି ମୁଖ୍ୟମନ୍ତ୍ରୀଙ୍କଠୁ ଏଭଳି ଟୁର ପ୍ରୋଗ୍ରାମର ଅନୁମୋଦନ ନିଆଯାଇଥିବା ଚିଠିକୁ ସେ ନିଜେ ଦେଖିଥିବା ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଗତ କିଛିଦିନ ତଳେ ନିଜର ମାଲିକାନାରେ ଥିବା ଏକ ଦୈନିକ ଖବର କାଗଜରେ ଏନେଇ ସମ୍ପାଦକୀୟ ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ଦେବାକୁ ଆହ୍ୱାନ କରିଥିଲେ।
ପ୍ରଶ୍ନ ଉଠୁଛି, ଫାଇଭ-ଟି ଆଳରେ ରାଜ୍ୟରେ ପ୍ରଶାସନିକ ବିସଙ୍ଗତି ଓ ବରିଷ୍ଠ ଅଫିସରମାନଙ୍କ ଆତ୍ମସମ୍ମାନ ଭୁଲୁଣ୍ଠିତ ହେଉଥିବାବେଳେ କାହିଁକି କୌଣସି ମହଲ(ରାଜନେତା, ପ୍ରଶାସନିକ କଳ, ଗଣମାଧ୍ୟମ ଓ ବୁଦ୍ଧିଜୀବୀ)ରୁ ପ୍ରତିବାଦର ସ୍ୱର ଶୁଭୁନି। ଫାଇଭ-ଟି ମାଧ୍ୟମରେ ସରକାର ଓ ଲୋକଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ ଓ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଆଳରେ ଏଭଳି ଏକ ତ୍ରୁଟିପୂର୍ଣ୍ଣ ପରମ୍ପରାକୁ କାହିଁକି ସମସ୍ତେ ମୁଣ୍ଡପାତି ସହି ନେଉଛନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story