ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ଦିଲ୍ଲୀସ୍ଥିତ କେଦାରନାଥ ସାହନି ଅଡିଟୋରିୟମଠାରେ ଉତ୍ତର ଦିଲ୍ଲୀ ନଗର ନିଗମ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।
ଉତ୍ତର ଦିଲ୍ଲୀ ନଗର ନିଗମ ଦ୍ୱାରା ୧୭୫ ଜଣଙ୍କୁ ସଫେଇ କର୍ମଚାରୀ ଭାବେ ନିଯୁକ୍ତ କରାଯାଇଛି। ଏହି ଅବସରରେ ନିଗମ ଦ୍ୱାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗର ନିଗମର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ଉପସଭାପତି କରମ ସିଂ କର୍ମା, ଉତ୍ତର ଦିଲ୍ଲୀ ନଗର ନିଗମ ମେୟର ଜୟ ପ୍ରକାଶଙ୍କ ସମେତ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜେଜେମାଆ-ନାତୁଣୀଙ୍କୁ ଲୁଟିଲେ, ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ
ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା।
Miscellaneous
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି। ଏହି ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
Health
ଦେଶରେ HMPV ଚିହ୍ନଟ ପରେ ଓଡ଼ିଶା ସରକାରଙ୍କ ଛନକା!
ଦେଶରେ HMPV ଚିହ୍ନଟକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,‘ଚୀନ୍ରୁ HMPV ଆସୁଥିବା ଖବରକୁ WHO ଏଯାବତ ସ୍ପଷ୍ଟ କରିନି। ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ।
Crime
ରାତି ଅନ୍ଧାରରେ ପହାଡ଼ ଉପରେ ଚାଲିଥିଲା ଜୁଆ ଖେଳ; ତା’ପରେ...
ରବିବାର ବିଳମ୍ୱିତ ରାତିରେ କୁମୁଡ଼ା ପାହାଡରେ ଚାଲିଥିଲା ଜୁଆ ଖେଳ। ଜୁଆଡିମାନେ ଜୁଆ ଖେଳରେ ମାତିଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଖବର ପାଇଥିଲେ।
Politics
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।