ଢେଙ୍କାନାଳ(ରାଜଶ୍ରୀ ଶତପଥୀ): “ଆଜ୍ଞା ଆମକୁ ଟିକେ ରକ୍ଷା କରନ୍ତୁ, ପୋଲିସ ଉଠାଇ ନେଇ ଜଙ୍ଗଲରେ ବୁଲାଉଛି। ଖୁବ୍ ଡର ଲାଗୁଛି। ପୋଲିସର ଏ କିପ୍ରକାର ଅଭଦ୍ରାମୀ ” ଏପରି କହି ରକ୍ଷା କରିବାକୁ ଗଣମାଧ୍ୟମ ସମ୍ମୁଖରେ ଆକୁଳ ନିବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ରୁଦ୍ର ପାଣି ।
ଢେଙ୍କାନାଳ କଲେଜ ଛକରୁ ଆଜି ୫୦ କର୍ମୀଙ୍କୁ ଏକ ଭ୍ୟାନରେ ଉଠାଇ ଜଙ୍ଗଲରେ ବୁଲାGଲା ପୁଲିସ୍। ସୋରିଷିଆପଦା ଜଙ୍ଗଲରେ ପୁଲିସ୍ ସେମାନଙ୍କୁ ବୁଲାଉଥିବା କହିଲେ ରୁଦ୍ର । ତାଙ୍କ ସହ ଅଞ୍ଜଳି ବେହେରା, ବିଭୂତି ପ୍ରଧାନ ଆଦି ନେତା ଥିବା କହିଲେ ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ଥିବା ବେଳେ ଜୋରଦାର ବିକ୍ଷୋଭ ସହ କଳାପତାକା ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଷ୍ଟାଡିୟମ ନିକଟସ୍ଥ ଗଣେଶ ବଜାର ଛକ ଓ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବ୍ୟାପକ ବିରୋଧ କରାଯିବା ସହିତ କଳାପତାକା ପ୍ରଦର୍ଶନ କରାଯାଇଛି।
ଗଣେଶ ବଜାର ଛକରେ ବିଜେପି ଓ ବିଜେଡି କର୍ମୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲେ । ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ କିଛି ବିଜେପି କର୍ମୀ କଳା ପତାକା ପ୍ରଦର୍ଶନ କରିଥିବା ବେଳେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ସୁଧୁରିଥିଲା।
ପୂର୍ବତନ ସାଂସଦ ରୁଦ୍ର ପାଣି, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ରାମ ପାତ୍ର, ସୁନୀଲ ଶର୍ମା,ବିଭୁତି ପ୍ରଧାନ,ଶତୃଘ୍ନ ଜେନାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀଙ୍କୁ କଳାପତାକା ପ୍ରଦର୍ଶନ ବେଳେ ଉଠାଇ ନେଲା ପୋଲିସ। ସହରର ବିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ବିଜେପି କର୍ମୀ ନବୀନ ପଟ୍ଟନାୟକ ଗୋ ବ୍ୟାକ ନାରାବାଜି କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ଓ ବିଜେପିର ୯ ଜଣ ନେତାଙ୍କୁ ଉଠାଇ ନେଇଥିଲା ଟାଉନଥାନା ପୋଲିସ। ଢେଙ୍କାନାଳ କଂଗ୍ରେସ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ସମେତ ତାଙ୍କର ୪ ସହଯୋଗୀ ଓ ବିଜେପି ନଗର ମଣ୍ଡଳ ସଭାପତି ଅଜୟ ଭଞ୍ଜଙ୍କ ସମେତ ତାଙ୍କର ୩ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ।
ଭାରତୀୟ ଜନତା ପାର୍ଟି ଗଳିକନ୍ଦିରେ ପ୍ରତିବାଦ କରୁଛି। ବିଜେପି ସମଗ୍ର ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରୁଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।