ଲୋକଙ୍କ ସହ ଫୋନ୍‌ରେ କଥା ହେବେ ନବୀନ: ବିରୋଧୀ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜେ ଲୋକଙ୍କୁ ଫୋନ କରି ସେମାନଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ବିରୋଧୀ ସମାଲୋଚନା କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପ୍ୟାରେଡରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, […]

naveen

naveen

Manoranjan Sial
  • Published: Thursday, 15 August 2019
  • Updated: 15 August 2019, 07:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜେ ଲୋକଙ୍କୁ ଫୋନ କରି ସେମାନଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ବିରୋଧୀ ସମାଲୋଚନା କରିଛନ୍ତି।

ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପ୍ୟାରେଡରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, 5T ମନ୍ତ୍ରକୁ ଭିତ୍ତି କରି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ମୋ ସରକାର କାର୍ଯ୍ୟକ୍ରମ’। ଏହି କାର୍ଯ୍ୟକ୍ରମ ଅଧୀନରେ ସବୁ ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ। ଆସନ୍ତା ଅକ୍ଟୋବର ୨ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରୁ ଏହା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡ଼ିକରେ ଏହା କାର୍ଯ୍ୟକାରୀ ହେବ। ଆସନ୍ତା ବର୍ଷ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣାକୁ ତାଚ୍ଛଲ୍ୟ କରିଛନ୍ତି ବିରୋଧୀ। ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିବା ଅବସ୍ଥାରେ ରହିଛି। ଆୟୁଷ୍ମାନ ଭାରତ ଯୋଜନାରେ ମିଳୁଥିବା ସୁବିଧା ଲୋକେ ପାଉନାହାନ୍ତି। ଏହି ଯୋଜନାକୁ ରାଜନୀତିକ କାରଣରୁ ମୁଖ୍ୟମନ୍ତ୍ରୀ ଅଟକାଇ ରଖିଛନ୍ତି। ଥାନାରେ ଏତଲା ଦେବାକୁ ଗଲେ ପଇସା ଦେବାକୁ ପଡ଼ୁଛି। ଏ ସମ୍ପର୍କରେ କଣ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି? ମୁଖ୍ୟମନ୍ତ୍ରୀ ସବୁ ଜାଣି ଓଡ଼ିଶାର ଲୋକଙ୍କ ସହିତ ଚାହିଁଜଳକା ଖେଳ ଖେଳୁଛନ୍ତି। କାରଣ ଓଡ଼ିଶା ପ୍ରଦେଶର ଲୋକେ ଭାରି ସାଧାସିଧା। ମୁଖ୍ୟମନ୍ତ୍ରୀ ଏସବୁ ବନ୍ଦ କରନ୍ତୁ। ସେ ଲୋକଙ୍କ ସହିତ କଣ କଥା ହେବେ?”

ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି-“ଓଡ଼ିଶା ବିଷୟରେ ମୁଖ୍ୟମନ୍ତ୍ରୀଙ୍କର ଜ୍ଞାନ ନାହିଁ। ସେଥିପାଇଁ ସବୁ କାମ ବ୍ୟୁରୋକ୍ରାଟ୍‌ମାନେ ବୁଝୁଥିଲେ। ପ୍ୟାରୀମୋହନ ମହାପାତ୍ରଙ୍କଠାରୁ ଆରମ୍ଭ କରି ଭି.କେ ପାଣ୍ଡିଆନ୍‌ଙ୍କ ପର୍ଯ୍ୟନ୍ତ। ବହୁ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସଦ୍‌ବୁଦ୍ଧି ଉଦୟ ହୋଇଛି। ଅକ୍ଟୋବର ୨ରୁ ସେ ଲୋକଙ୍କ ସହ ସିଧା କଥା ହେବେ ବୋଲି ଘୋଷଣା କରିଛନ୍ତି। ଏହା ନିଶ୍ଚିତ ଭଲ ଖବର। ମାତ୍ର ଏହା କେତେଦୂର ସଫଳ ହେବ, ତାହା ସନ୍ଦେହରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos