ବୁଥ୍ କ୍ୟାପଚରିଂ ପାଇଁ ଷଡ଼ଯନ୍ତ୍ର କରିଛି ବିଜେଡି, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ବିଜେଡି ଖୋଲାଖୋଲି ଉଲ୍ଲଘଂନ କରୁଛି। ଆଉ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ବିଜେଡିର ଏଭଳି ବେଆଇନ କାର୍ଯ୍ୟକଳାପ ପ୍ରତି ଆଖିବୁଜି ଦେଇ ପରୋକ୍ଷରେ ସେମାନଙ୍କୁ ପ୍ରଶୟ ଦେଉଛନ୍ତି। ପ୍ରଶାସନ ଏବଂ ପୁଲିସ୍ ଫୋର୍ସକୁ ଲଗାଇ ବୁଥ୍ ରିଗିଙ୍ଗ୍ ଏବଂ କ୍ୟାପଚରିଙ୍ଗ ନିମନ୍ତେ ବିଜେଡି ଚକ୍ରାନ୍ତ କରିଛି ବୋଲି ବିଜେପି ଆଜି ଅଭିଯୋଗ କରିଛି। ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ […]

samir

Manoranjan Sial
  • Published: Wednesday, 17 July 2019
  • , Updated: 17 July 2019, 08:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ବିଜେଡି ଖୋଲାଖୋଲି ଉଲ୍ଲଘଂନ କରୁଛି। ଆଉ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ବିଜେଡିର ଏଭଳି ବେଆଇନ କାର୍ଯ୍ୟକଳାପ ପ୍ରତି ଆଖିବୁଜି ଦେଇ ପରୋକ୍ଷରେ ସେମାନଙ୍କୁ ପ୍ରଶୟ ଦେଉଛନ୍ତି। ପ୍ରଶାସନ ଏବଂ ପୁଲିସ୍ ଫୋର୍ସକୁ ଲଗାଇ ବୁଥ୍ ରିଗିଙ୍ଗ୍ ଏବଂ କ୍ୟାପଚରିଙ୍ଗ ନିମନ୍ତେ ବିଜେଡି ଚକ୍ରାନ୍ତ କରିଛି ବୋଲି ବିଜେପି ଆଜି ଅଭିଯୋଗ କରିଛି।

ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏନେଇ ଫେରାଦ ହୋଇଛି। ବିଜେପି ଅଭିଯୋଗ କରିଛି ଯେ, ପାଟକୁରାରେ ବହୁ ସଂଖ୍ୟାର ପୁଲିସ କର୍ମଚାରୀମାନେ ସାଦା ପୋଷାକ ପିନ୍ଧି ବିଜେଡିର ପ୍ରଚାର କରିବା ସହ ସବୁ ପଞ୍ଚାୟତ ଓ ବୁଥରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଛନ୍ତି। ବିଡିଓ, ତହସିଲଦାର ଏବଂ ଥାନା ଅଧିକାରୀମାନେ ଭୋଟରମାନଙ୍କୁ ଟଙ୍କା ବାଣ୍ଟିବାରେ ବିଜେଡି ନେତାମାନଙ୍କୁ ସାହାଯ୍ୟ କରୁଛନ୍ତି। ଶାସକ ବିଜେଡିର ମନ୍ତ୍ରୀ ଏବଂ ବିଧାୟକମାନେ ପାଟକୁରା ନିର୍ବାଚନମଣ୍ଡଳୀରେ ରହି ବେଆଇନ କାର୍ଯ୍ୟକଳାପ ଜରିଆରେ ଭୋଟରମାନଙ୍କୁ କିଣିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି, ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରତ୍ୟେକ ମାସ ୭ରୁ ୧୫ ତାରିଖ ମଧ୍ୟରେ ମିଳିବା କଥା। କିନ୍ତୁ ପାଟକୁରାରେ ସ୍ଥାନୀୟ ପ୍ରଶାସନ ଏହି ଭତ୍ତାକୁ ୧୫ ତାରିଖରେ ନଦେଇ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ହାତରେ ବାଣ୍ଟିବାକୁ ଚ୍ରକାନ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ୧୭ ତାରିଖରେ ଥିବାରୁ ସେହି ଦିନ ହିଁ ଲୋକମାନଙ୍କୁ ଡାକି ଭତ୍ତା ଦେବା ସହ ମୁଖ୍ୟମନ୍ତ୍ରୀଙ୍କର ର‌୍ୟାଲିବେଳେ ଠିଆ ହେବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ପାଟକୁରାରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ବିଡିଓ, ସିଡିପିଓ ଏବଂ ତହସିଲଦାର ଖୋଲିଖୋଲି ଭାବେ ବିଜେଡି ଦଳର ନିର୍ବାଚନୀ ସଭା ଆଯୋଜନ କରି ବିଜେଡିକୁ ଭୋଟ ଦେବାକୁ ପ୍ରଚାର କରୁଛନ୍ତି ଓ ଏସବୁରେ ସରକାରୀ ଗାଡିକୁ ବ୍ୟବହାର ହେଉଛିି ।

ବିଜେପିର ଅଭିଯୋଗ ଅନୁଯାୟୀ, ବିଜେଡିର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରାରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଆଶାକର୍ମୀମାନଙ୍କ ଦ୍ୱାରା ଘରେଘରେ ଟଙ୍କା ବାଣ୍ଟୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ପକ୍କା ଘର ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀଙ୍କୁ ବିଜେଡିର ମନ୍ତ୍ରୀ ଏବଂ ବିଧାୟକମାନେ ଆଜି ହିଁ ପାଟକୁରାରେ ନବୀନବାବୁଙ୍କ ହାତରେ ହିତାଧିକାରୀମାନଙ୍କୁ ଟଙ୍କା ବାଣ୍ଟିବାର ଚ୍ରକାନ୍ତ କରିଛନ୍ତିି। ଶାସକ ବିଜେଡି ଦଳର କର୍ମୀଙ୍କ ସପକ୍ଷରେ ରହି ନିର୍ବାଚନୀ ଦାୟିତ୍ୱରେ ଥିବା ଅଧିକାରୀମାନେ ବିଜେପିର ସଭା ଏବଂ ରୋଡ୍ ଶୋ’ରେ ବାଧା ସୃଷ୍ଟି କରୁଛନ୍ତି। ବିଜେଡି ପ୍ରାର୍ଥୀ ନିଜେ ଖୋଲାଖୋଲି ଭାବେ ଟଙ୍କା ବାଣ୍ଟୁଥିବାବେଳର ଭିଡିଓ ଏବଂ ସିମୁଳିଆରୁ ଆସିଥିବା ମିଶନ ଶକ୍ତିର ଜଣେ ମହିଳା କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବାର ଫଟୋଚିତ୍ର ସୋଶାଲ ମିଡିଆରେ ଭାଇରାଲ ହେବା ସତ୍ତେ୍ୱ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଏହି ସମସ୍ତ ଘଟଣାରେ ତୁରନ୍ତ ତଦନ୍ତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ବେଆଇନ ଭାବେ ଚାଲିଥିବା ଟଙ୍କା ବଣ୍ଟାକୁ ବନ୍ଦ କରି ମୁକ୍ତ, ନିରପେକ୍ଷ ଏବଂ ଅବାଧ ନିର୍ବାଚନ କରିବାକୁ ବିଜେପିର ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ମଦନମୋହନ ଦତ୍ତ, ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ସୁଦର୍ଶନ ନାୟକ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଠାକୁର ରଞ୍ଜିିତ ଦାସ ପ୍ରମୁଖ ସାମିଲ ଥିଲେ।

Related story