କଳାପାହାଡ଼ଙ୍କୁ ଖୁସି କରିବାକୁ ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ସଚିବ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିିକି ରାଜ୍ୟରେ ରକେଟ୍ ବେଗରେ ଫାଇଲ ଦୌଡ଼ିବ ଆଉ ସରକାରୀ ଦପ୍ତରରେ ଫାଇଲ ଅଟକିବ ନାହିଁ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଦେଇଥିବା ବୟାନ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। “କଳାପାହାଡ଼ଙ୍କୁ ଖୁସି କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଦିନରେ ଲଣ୍ଠନ ଦେଖାଉଛନ୍ତି” ବୋଲି ବିଜେପି କଟାକ୍ଷ କରିଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ସରକାରୀ ଦପ୍ତରରେ ଫାଇଲ […]

golak_mohapatra_bjp final

golak_mohapatra_bjp final

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିିକି ରାଜ୍ୟରେ ରକେଟ୍ ବେଗରେ ଫାଇଲ ଦୌଡ଼ିବ ଆଉ ସରକାରୀ ଦପ୍ତରରେ ଫାଇଲ ଅଟକିବ ନାହିଁ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଦେଇଥିବା ବୟାନ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। "କଳାପାହାଡ଼ଙ୍କୁ ଖୁସି କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଦିନରେ ଲଣ୍ଠନ ଦେଖାଉଛନ୍ତି" ବୋଲି ବିଜେପି କଟାକ୍ଷ କରିଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ସରକାରୀ ଦପ୍ତରରେ ଫାଇଲ ରକେଟ୍ ବେଗରେ ଦୌଡ଼ିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପ୍ରଶ୍ନ ଉଠୁଛି, ଗୃହ ବିଭାଗରେ ଦୀର୍ଘ ଦିନ ଧରି ସେ ଦାୟିତ୍ୱରେ ଥିବାବେଳେ ଫାଇଲକୁ ରକେଟ୍ ଗତିରେ ଦୌଡ଼ାଇବା ପାଇଁ କିଏ ଓ କାହିଁକି ମନା କରିଥିଲା। କୁନ୍ଦୁଲି ଗଣଦୁର୍ଷ୍କମ ମାମଲାରେ ପୀଡ଼ିତା ଆତ୍ମହତ୍ୟା କରିଥିବା ସତ୍ତେ୍ୱ ଏପର୍ଯ୍ୟନ୍ତ ଦୋଷୀ ଧରାପଡ଼ିଲା ନାହିଁ। ପିପିଲି ଘଟଣାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଏପରି ତଦନ୍ତ କଲା ଓ ଗୃହ ବିଭାଗ ଏପରି ଭାବେ ମାମଲା ଲଢ଼ିଲା ଯେ ଶେଷରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଗଲେ। ଗତ ୨୦ବର୍ଷ ଧରି ଯେଉଁ ବାବୁମାନେ ପୂର୍ବରୁ ମୁଖ୍ୟ ସଚିବ ଥିଲେ ସେମାନଙ୍କୁ ଫାଇଲକୁ ଦୌଡ଼ାଇବାକୁ କିଏ ମନା କରିଥିଲା? ମୁଖ୍ୟ ସଚିବ କ’ଣ ତାଙ୍କ କଳାପାହାଡ଼ ବସ୍ ଙ୍କୁ ଖୁସି କରିବା ପାଇଁ ଏପରି ବୟାନ ଦେଇଛନ୍ତି କି?"

ସେ ଆହୁରି କହିଛନ୍ତି," ଗତକାଲି ପୁଞ୍ଜି ବିନିଯୋଗ ଫାଇଲକୁ ମୁଖ୍ୟ ସଚିବ କ୍ଲିଅର କଲେ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କୁ କେବଳ ଖାଲି ଜମି ଦେବାରେ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଲାଗିଲା। ରାଜ୍ୟ ସରକାରଙ୍କ ଫାଇଲ କାହା ପାଖରେ ଅଟକେ, ସେହି ଫାଇଲକୁ କିଏ ଅନୁମୋଦନ କରନ୍ତି, ତାହା ସମସ୍ତେ ଜାଣନ୍ତି। ନିଜେ ମୁଖ୍ୟ ସଚିବ ବି ଜାଣନ୍ତି ସେ ପ୍ରଶାସନର ମୁଖ୍ୟ ଦାୟିତ୍ୱ ନେବା ପରେ ମଧ୍ୟ ଫାଇଲ ସବୁକୁ ତୃତୀୟ ମହଲାର କଳାପାହାଡ଼ ବାବୁଙ୍କୁ ଦେଖାଇବାକୁ ସେ ବାଧ୍ୟ।"

ଗୋପାଳପୁର-ଦୀଘା କୋଷ୍ଟାଲ ୱେ ଆଜି ପର୍ଯ୍ୟନ୍ତ ପଡ଼ିରହିଛି। ଲୋକଙ୍କର ଭବିଷ୍ୟତ ନାଲିଫିତା ତଳେ ପଡ଼ି ରହିଛି। ତା’ଛଡ଼ା ସାରା ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ଗତ ପାଞ୍ଚବର୍ଷରେ ମହିଳା ଏବଂ ବିଶେଷ କରି ନାବାଳିକାମାନଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ବଢ଼ିଛି। ଯାହା ଓଡ଼ିଶାବାସୀଙ୍କୁ ସାରା ଦେଶରେ ଲଜ୍ଜିତ କରିଛି। ରାଜ୍ୟରେ ରାଜନୀତିକ ହିଂସା ବଢ଼ି ଚାଲିଛି। ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବି ଶାସକ ଦଳର ଗୁଣ୍ଡାରାଜ, ଜବରଦସ୍ତ ବୁଥ୍ ଜବରଦଖଲ ସାଧାରଣ ଲୋକ ଦେଖିଛନ୍ତି। ସେତେବେଳେ ତ ମୁଖ୍ୟ ସଚିବ ନିଜେ ଗୃହ ବିଭାଗର ସଚିବ ଥିଲେ, ତଥାପି କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story