‘ସ୍ମିତାରାଣୀ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମୀତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ବିଜେପି ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ୍ ପ୍ରଶାସନ ଗତ ୧୫ଦିନ ଧରି ଚୁପ୍ ବସିଛି। ତେଣୁ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପାଇଁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି। ଶ୍ରୀ ନାଏକଙ୍କ ନେତୃତ୍ୱରେ ବିଜେପି […]

bjp

bjp

Manoranjan Sial
  • Published: Friday, 01 November 2019
  • Updated: 01 November 2019, 07:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମୀତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ବିଜେପି ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ୍ ପ୍ରଶାସନ ଗତ ୧୫ଦିନ ଧରି ଚୁପ୍ ବସିଛି। ତେଣୁ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପାଇଁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି।

ଶ୍ରୀ ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ଆଜି ସ୍ମିତାରାଣୀଙ୍କ ଗାଁକୁ ଯାଇ ତାଙ୍କ ପରିବାରବର୍ଗ, ଗାଁ ଲୋକ ଓ ତାଙ୍କର ମୃତ୍ୟୁ ହୋଇଥିବା ଗେଷ୍ଟହାଉସ୍ ବୁଲି ଦେଖିଥିଲେ। ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସରଜମିନ୍ ତଦନ୍ତ କରିଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଭଳି ଜଣାପଡ଼ୁଛି। ସ୍ମିତାରାଣୀଙ୍କ ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କର ବହିଷ୍କାର ଓ ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ବିଧାୟକ ଦଳ ଦାବି କରିଛନ୍ତି। ଏହି ଘଟଣାରେ ପୁଲିସ୍ କେବଳ ରୂପେଶ ଭଦ୍ରକୁ ଗିରଫ କରିଥିବାବେଳେ ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରିନି ବୋଲି ବିଜେପି ପ୍ରଶ୍ନ କରିଛି। ଓଲଟା ଯାଜପୁର ଏସପି ପେଷାଦାର ତଦନ୍ତ ନକରି ମୃତା ସ୍ମିତାରାଣୀଙ୍କର ଚରିତ୍ରହନନ କରିବାକୁ ପଛାଇ ନାହାନ୍ତି। ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ଶ୍ରୀ ନାଏକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲା ଏସପି ସ୍ମିତାରାଣୀଙ୍କର ଚରିତ୍ର ହନନ କରିବା ସହିତ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେଲେ। ମୃତା ସ୍ମିତାରାଣିଙ୍କର ସ୍ୱାମୀଙ୍କ ମତ ଓ ତାଙ୍କ ପରିବାରର କଥାକୁ ଏସପି ତଦନ୍ତ ପରିସରଭୁକ୍ତ ନକରି କେବଳ ଯିଏ ଅପରାଧୀ ତାହା କଥାରେ ସ୍ମିତାରାଣୀଙ୍କର ଚରିତ୍ରକୁ ଆକ୍ଷେପ କଲେ। ଏସପିଙ୍କର ଏଭଳି ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତା ଜଣେ ମୃତ ମହିଳାଙ୍କର ଚରିତ୍ରକୁ ଆକ୍ଷେପ କରି ସର୍ବସାଧାରଣରେ ଏପରି ଟିପ୍ପଣୀ ଦେବା ପୀଡ଼ିତାଙ୍କ ପରିବାରର ମାନହାନି କରିବା ସହିତ ହିନ୍ଦୁ ପରମ୍ପରାରେ ମୃତ ଆତ୍ମା ପ୍ରତି ଦିଆଯାଉଥିବା ସମ୍ମାନକୁ ବିରୋଧାଚରଣ କରୁଛି। ଜିଲ୍ଲା ପୁଲିସ ଓ ପ୍ରଶାସନ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ନ୍ୟାୟ ମିଳିବା ଅସମ୍ଭବ। ବିଜୁ ପକ୍କାଘର କେଳେଙ୍କାରିକୁ ଲୁଚାଇବା ପାଇଁ ସ୍ମିତାଙ୍କୁ ହତ୍ୟା କରାଯାଇଛିା ସ୍ମିତାରାଣୀଙ୍କ ଗଣଦୁର୍ଷ୍କମ ଏବଂ ହତ୍ୟାସ୍ଥଳୀରେ ରଙ୍ଗଶାଳା ସାଜିଥିବା ସେ ଗେଷ୍ଟହାଉସର ସିସିଟିଭି ଫୁଟେଜ କୁଆଡ଼େ ଗଲା ଏବଂ ଗେଷ୍ଟହାଉସକୁ କ’ଣ ପାଇଁ ପୁଲିସ ସେହି ଘଟଣା ଘଟିବା ପରେ ସିଲ୍ କଲା ନାହିଁ। ରାଜ୍ୟ ସରକାର ମହିଳା ସଶକ୍ତିକରଣ , ମୋ’ ସରକାର, ମୋ’ ପୁଲିସ ଏବଂ ଫାଇଭ-ଟି କଥା କହୁଥିବାବେଳେ ଜଣେ ମହିଳା ସରକାରୀ କର୍ମଚାରୀଙ୍କ ମୃତ୍ୟୁପରେ ବି ତାଙ୍କୁ ନ୍ୟାୟ ମିଳୁନାହିଁ। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଜେପି ଦାବି କରୁଛି।

ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଗୌତମ ରାୟ, ଅମର ନାୟକ, ବବିତା ମଲ୍ଲିକ, ଅମୀୟ ମଲ୍ଲିକ, ପବିତ୍ର ଦାସ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story