ଜୟପୁର ଗଣଦୁଷ୍କର୍ମ ଘଟଣା: ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁରରେ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ନଥିବା ବେଳେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି ମହିଳା ମୋର୍ଚ୍ଚା। ଦଳର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି୍‌ଥିଲା। ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିବା ପରେ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି, ଅଭିଯୁକ୍ତଙ୍କ […]

BJP Leader

Tapaswini Nayak
  • Published: Tuesday, 04 January 2022
  • , Updated: 04 January 2022, 03:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁରରେ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ନଥିବା ବେଳେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି ମହିଳା ମୋର୍ଚ୍ଚା। ଦଳର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି୍‌ଥିଲା।

ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିବା ପରେ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ବିଜେଡି ଠାରୁ ସୁରକ୍ଷା ପାଉଥିବା କିଛି ଅପରାଧୀ ଏହି ଦୁଷ୍କର୍ମ କରିଛନ୍ତି। ୧୨ ଦିନ ବିତିଯାଇଥିବା ସତ୍ତ୍ୱେ ପୁଲିସ କାହିଁକି ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ ବୋଲି ଐଶ୍ୱର୍ଯ୍ୟା ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଉକ୍ତ ମହିଳାଙ୍କୁ କ୍ଷତିପୂରଣ ଦେବାକୁ ଆମେ କମିଶନଙ୍କ ନିକଟରେ ଦାବି କରିଛୁ। ଫେବ୍ରୁଆରୀ ୭ ତାରିଖ ମଧ୍ୟରେ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ମାନବ ଅଧିକାର କମିଶନ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

ଡିସେମ୍ବର ୩୧ ତାରିଖରେ ବିଜେପି ମହିଳା ମୋର୍ଚ୍ଚାର ଏକ ୪ ଜଣିଆ ପ୍ରତିନିଧି ଦଳ ଜୟପୁର ଗସ୍ତ କରି ପୀଡ଼ିତାଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ, ଡିସେମ୍ବର ୨୪ ତାରିଖରେ ସ୍ୱାମୀଙ୍କୁ ବନ୍ଧୁକ ମନୁରେ ରଖାଯାଇ ଏହି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା।  ପୀଡ଼ିତାଙ୍କ ପକ୍ଷରୁ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
https://youtu.be/pvIoR6HONPU

Related story