୫ରେ ବିଜେପିର ସାଂଗଠନିକ ନିର୍ବାଚନ କର୍ମଶାଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଜ୍ୟ ସାଂଗଠନିକ ନିର୍ବାଚନ କର୍ମଶାଳା ଆସନ୍ତା ୫ତାରିଖରେ ଅନୁଷ୍ଠିତ ହେବ। ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ମୃତ୍ୟୁ ଯୋଗୁ ଅଗଷ୍ଟ ୨୫ତାରିଖରେ ହେବାକୁ ଥିବା ଏହି କର୍ମଶାଳାକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟ ବିଜେପି ନିର୍ବାଚନ ସହଅଧିକାରୀ ସୁଦୀପ୍ତ ରାୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦଳର ବିଭିନ୍ନ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଏହି ସାଙ୍ଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ୩୦୦ରୁ ଉର୍ଦ୍ଧ୍ୱ ନେତୃବୃନ୍ଦଙ୍କୁ ଦାୟିତ୍ୱ ନ୍ୟସ୍ତ […]

BJP-changes-its-candidate-for-Bhograi-Assembly-constituency

BJP-changes-its-candidate-for-Bhograi-Assembly-constituency

Manoranjan Sial
  • Published: Tuesday, 03 September 2019
  • Updated: 03 September 2019, 06:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ରାଜ୍ୟ ସାଂଗଠନିକ ନିର୍ବାଚନ କର୍ମଶାଳା ଆସନ୍ତା ୫ତାରିଖରେ ଅନୁଷ୍ଠିତ ହେବ। ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ମୃତ୍ୟୁ ଯୋଗୁ ଅଗଷ୍ଟ ୨୫ତାରିଖରେ ହେବାକୁ ଥିବା ଏହି କର୍ମଶାଳାକୁ ସ୍ଥଗିତ ରଖାଯାଇଥିଲା।

ରାଜ୍ୟ ବିଜେପି ନିର୍ବାଚନ ସହଅଧିକାରୀ ସୁଦୀପ୍ତ ରାୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦଳର ବିଭିନ୍ନ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଏହି ସାଙ୍ଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ୩୦୦ରୁ ଉର୍ଦ୍ଧ୍ୱ ନେତୃବୃନ୍ଦଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛିା ଏଥିରେ ଯୁବ, ମହିଳା, ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ନେତୃବୃନ୍ଦ ମଧ୍ୟ ସାମିଲ ଅଛନ୍ତି। ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ଦଳର ସମସ୍ତ ରାଜ୍ୟ ପଦାଧିକାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ରାଜ୍ୟର ପ୍ରତିନିଧିଗଣ, ବିଧାୟକ ଓ ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସହ ଅଧିକାରୀମାନେ ଯୋଗ ଦେବେ। ରାଜ୍ୟ ମୁଖ୍ୟାଳୟରେ ଏହି କର୍ମଶାଳା ଅନୁଷ୍ଠିତ ହେବ। ଏହି କର୍ମଶାଳାରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ଓ ସାଂସଦ ବିନୋଦ ସୋନକାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସାଂଗଠନିକ ବିଷୟରେ ବିଚାରବିମର୍ଶ କରିବେ ବୋଲି ଶ୍ରୀ ରାୟ କହିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପଟେଲ ଦଳର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ଓ ସହନିର୍ବାଚନ ଅଧିକାରୀଙ୍କୁ ମନୋନୀତ କରିସାରିଛନ୍ତି।

ସୂଚନାଯୋଗ୍ୟ, ବିଜେପି ରାଜ୍ୟରେ ନିଜର ସଦସ୍ୟ ସଂଗ୍ରହ ଅଭିଯାନ ଶେଷ କରିସାରିଛି ଓ ଡିସେମ୍ବର ପୂର୍ବରୁ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos