ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱରରେ ହସ୍ପିଟାଲ୍ ଓ ସପିଂ ମଲ୍କୁ ବିଡିଏର ନୋଟିସ୍। ଏଥର ବେଆଇନ ଫାର୍କିଂ ଫି’ ଆଦାୟ ବନ୍ଦ କରିବା ସହ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ନକରିବାକୁ ତାଗିଦ କରିଛନ୍ତି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ। ଏଥିପାଇଁ ୧୪ଟି ପ୍ରତିଷ୍ଠିତ ହସ୍ପିଟାଲ୍ ଓ ସପିଂ ମଲ୍ ନୋଟିସ୍ ଜାରି କରାଯାଇଛି। ଏଥିସହ ଅନୁମୋଦିତ ବିଲ୍ଡିଂ ପ୍ଲାନ୍ରେ ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନକୁ କେବଳ ପାର୍କିଂ ପାଇଁ ବ୍ୟବହାର କରିବାକୁ ସମସ୍ତ ବ୍ୟବସାୟ କୋଠା, ସପିଂ ମଲ୍, ମଲ୍ଟିପ୍ଲେକ୍ସ, ହସ୍ପିଟାଲ୍ ଓ ଆପାର୍ଟମେଣ୍ଟ ଗୁଡ଼ିକୁ ବିଡିଏ ପକ୍ଷରୁ ତାଗିଦ କରାଯାଇଛି। ଏହା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଲୋକେ ରାସ୍ତା ଉପରେ ଗାଡ଼ି ରଖୁଛନ୍ତି ଓ ଟ୍ରାଫିକ୍ ସମସ୍ୟା ଉପୁଜୁଛି ବୋଲି ନୋଟିସ୍ରେ ଦର୍ଶାଯାଇଛି।
ଏଥିସହ ବିଜ୍ଞପ୍ତି ସତ୍ତ୍ୱେ କିଛି ସ୍ଥାନରେ ବେଆଇନ ପାର୍କିଂ ଫି’ ଆଦାୟ ହେଉଥିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିବାରୁ ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛି ବିଡିଏ।