ଦେବଗଡ଼( ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ଗୋହିରା ଡ୍ୟାମରେ ହୁଲି ଡଙ୍ଗା ବୁଡ଼ି ଜଣେ ନିଖୋଜ ଅଛନ୍ତି । ଗତକାଲି ରାତିରେ ଡ୍ୟାମ ଦେଇ ୬ଜଣ ଠେଲକୋଗୁଡ଼ା ଗାଁକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା ।
ଡଙ୍ଗାରେ ଯାଉଥିବା ୬ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତିଜଣଙ୍କ ହେଲେ ତିଲେଇବଣୀ ବ୍ଲକ ବରଘାଟ ଗାଁର ଜଗନ୍ନାଥ ସିଂ। ତାଙ୍କୁ ଉଦ୍ଧାର ପାଇଁ ଆଜ ଭୋରରୁ ଦେବଗଡ଼ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।
ଡଙ୍ଗାରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଆସି ଜୀବନ ବଞ୍ଚାଇଥିଲେ । ଅନ୍ୟ ୨ ଜଣ ପାଣି ଭିତରେ ଥିବା ଗୋଟିଏ ଗଛରେ ଲାଗିଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ।
Politics
ବୀମା କରିନଥିବା ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ସରକାର ଦେବେ ସହାୟତା: ରାଜସ୍ୱ ମନ୍ତ୍ରୀ
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବୀମାଭୁକ୍ତ ହୋଇନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେବଳ ଧାନ ନୁହେଁ ପନିପରିବାର, କପା, ଚିନାବାଦାମ ଫସଲ ମଧ୍ୟ କ୍ଷତି ହୋଇଛି ।
Crime
ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍ ଧାନ, ସିଲ୍ କଲା ଯୋଗାଣ ବିଭାଗ
କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।
Miscellaneous
ଜାନୁୟାରୀ ୩ରୁ ଭୁବନେଶ୍ୱରରୁ ଆଉ ୫ ସହରକୁ ସିଧାସଳଖ ବିମାନ ସେବା
ପୂର୍ବରୁ ପ୍ରାୟ ଦେଢ଼ମାସ ତଳେ ଏହି ସିଧାସଳଖ ବିମାନ ସେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ।
Crime
ଜବରଦସ୍ତ ଲୁକ୍ସ... ହାଇପ୍ରୋଫାଇଲ୍ ଗେଟଅପ୍...
ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍।