କଣ୍ଟାବାଞ୍ଜି(ସୁରଦାସ ବାଗ): ରିଜର୍ଭ ଜଙ୍ଗଲରୁ ଯୁବକ ଓ ଯୁବତୀ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ସେମାନେ ପ୍ରେମୀ ଯୁଗଳ ବୋଲି ସନ୍ଦେହ କରାଯାଉଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଜଣାପଡ଼ି ନାହିଁ। ବଲାଙ୍ଗିର ଜିଲ୍ଲା ତୁରେଇକେଲା ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାରୁ ପ୍ରକାଶ, ଗତ ମଙ୍ଗଳବାରଠାରୁ ଦୁହେଁ ଫେରାର ଥିଲେ। ପରିବାର ଲୋକେ ଚାରିଆଡ଼େ ଦୁଇଜଣଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ତେବେ ଆଜି ଛତରଙ୍ଗ ରିଜର୍ଭ ଜଙ୍ଗଲରୁ ଉଭୟଙ୍କ ମୃତଦେହ ଏକ ନିମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ଏନେଇ ତୁରେଇକେଲା ଥାନାକୁ ଖବର ଦେଇଥିଲେ। ପୁଲିସ ଜଙ୍ଗଲରେ ପହଞ୍ଚି ମୃତଦେହ ଜବତ କରିଛି। କଣ୍ଟାବାଞ୍ଜି ଏସ୍ଡିପିଓ ସରୋକ କୁମାର ମହାପାତ୍ର ମାମଲାର ତଦନ୍ତ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Events & Festivals
ଆଜି ପଇତାଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।