ପିଲା ହେଲେନି ବୋଲି ଜୀବନ ହାରିଲେ ପ୍ରଫେସର ଓ ପତ୍ନୀ! ଚିଠି ଖୋଲିଲା ଗୁମର

ରାଉରକେଲା(ପୱନ ତିୱାରୀ): ପିଲା ହେଲାନି ବୋଲି ଲ୍ୟାବୋରୋଟାରୀରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ପିଇ ଜୀବନ ହାରିଲେ ରାଉରକେଲା ଏନ୍‌ଆଇଟିର ଆସୋସିଏଟ୍‌ ପ୍ରଫେସର ଓ ତାଙ୍କ ପତ୍ନୀ! ଆଉ ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ୪ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌। ପୁଲିସ ସେହି ସୁଇସାଇଡ୍ ନୋଟ୍‌କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ୨୦୧୧ରୁ ରାଉରକେଲା ଏନ୍ଆଇଟିରେ ଲାଇଫ ସାଇନ୍ସ ବିଭାଗରେ ଅଧ୍ୟାପନା କରୁଥିଲେ ତାମିଲନାଡୁ ମଦୁରାଇର ଆର.ଜୟବାଲାନ। ଆଉ ତାଙ୍କ ପତ୍ନୀ ମାଳିନୀ କେଶୱନ୍ତ ଏନ୍‌ଆଇଟି ନିକଟ […]

rkl

rkl

Manoranjan Sial
  • Published: Saturday, 17 August 2019
  • Updated: 17 August 2019, 09:22 PM IST

Sports

Latest News

ରାଉରକେଲା(ପୱନ ତିୱାରୀ): ପିଲା ହେଲାନି ବୋଲି ଲ୍ୟାବୋରୋଟାରୀରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ପିଇ ଜୀବନ ହାରିଲେ ରାଉରକେଲା ଏନ୍‌ଆଇଟିର ଆସୋସିଏଟ୍‌ ପ୍ରଫେସର ଓ ତାଙ୍କ ପତ୍ନୀ! ଆଉ ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ୪ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌। ପୁଲିସ ସେହି ସୁଇସାଇଡ୍ ନୋଟ୍‌କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

୨୦୧୧ରୁ ରାଉରକେଲା ଏନ୍ଆଇଟିରେ ଲାଇଫ ସାଇନ୍ସ ବିଭାଗରେ ଅଧ୍ୟାପନା କରୁଥିଲେ ତାମିଲନାଡୁ ମଦୁରାଇର ଆର.ଜୟବାଲାନ। ଆଉ ତାଙ୍କ ପତ୍ନୀ ମାଳିନୀ କେଶୱନ୍ତ ଏନ୍‌ଆଇଟି ନିକଟ ଏକ ଘରୋଇ ମେଡ଼ିକାଲ୍‌ରେ କାର୍ଯ୍ୟ କରୁଥିଲେ। ଉଭୟେ ଏନ୍‌ଆଇଟି ପରିସରରେ ଥିବା ଷ୍ଟାଫ୍‌ କ୍ୱାର୍ଟର୍ସର ଏଫ୍ଆର୍‌ଏ-୧୦୨ରେ ରହୁଥିଲେ। ୯ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲେ ମଧ୍ୟ ସନ୍ତାନସନ୍ତତି ନଥିଲେ। ୨ ସପ୍ତାହ ତଳେ ଉଭୟେ ତାମିଲନାଡୁ ଯାଇଥିଲେ। ଗତ ୧୪ ତାରିଖରେ ସେମାନେ ରାଉରକେଲା ଫେରି ଆସିଥିଲେ। ସେଦିନଠୁ ଉଭୟ ମାନସିକ ଚାପରେ ଥିଲା ପରି ଲାଗୁଥିଲେ। ଆଉ ଘରୁ ବାହାରୁନଥିଲେ। ଅଧିକାଂଶ ସମୟରେ ସେମାନଙ୍କ କବାଟ ବନ୍ଦ ରହୁଥିବା ପଡ଼ୋଶୀ କହିଛନ୍ତି।

ଆଜି କ୍ୱାର୍ଟର୍ସରୁ ପଚା ଗନ୍ଧ ବାହାରିବାରୁ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀଙ୍କ ସହ ପୁଲିସ ସଦଳବଳେ ପହଞ୍ଚି ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ସ୍ୱାମୀ ଆର.ଜୟ ବାଲାନଙ୍କ ମୃତଦେହ ବାଥରୁମ୍‌ରୁ ଓ ପତ୍ନୀ ମାଳିନୀଙ୍କ ମୃତଦେହ ବେଡ୍ ଉପରୁ ଉଦ୍ଧାର ହୋଇଥିଲା। ତା’ସହ ୪ ପୃଷ୍ଠାର ଇଂରାଜୀ ଓ ତାମିଲରେ ଲେଖାଥିବା ସୁଇସାଇଡ୍ ନୋଟକୁ ପୁଲିସ ଜବତ କରିଥିଲା। ଏଥିରେ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଛନ୍ତି ଦମ୍ପତି।

ତେବେ ପାରିପାର୍ଶ୍ୱିକ ସ୍ଥିତି ଓ ସୁଇସାଇଡ ନୋଟ୍‌ରେ ଥିବା ଲେଖାରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ବିଶ୍ୱାସ କରାଯାଉଛି। କାରଣ ୪ ପୃଷ୍ଠା ବିଶିଷ୍ଟ ସୁଇସାଇଡ୍ ନୋଟ୍‌ରେ ସନ୍ତାନ ସନ୍ତତି ହେଉନଥିବାରୁ ସେମାନେ ଜୀବନ ହାରିଥିବା ଦର୍ଶାଇଛନ୍ତି। ତା’ସହ ପ୍ରଫେସରଙ୍କ ଭାଇ ହିଁ ସେମାନଙ୍କ ଅର୍ଜିତ ସମ୍ପତ୍ତିର ଅଧିକାରୀ ବୋଲି ଏଥିରେ କୁହାଯାଇଛି। ପୁଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରୁଥିବା ବେଳେ ଆସନ୍ତାକାଲି ପରିବାର ଲୋକେ ରାଉରକେଲାରେ ପହଞ୍ଚିବା ପରେ ମୃତ୍ୟୁର କାରଣ ଆହୁରି ସ୍ପଷ୍ଟ ହେବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos