ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବନ୍ୟା ଆସିଥିବାରୁ ତରତର ହୋଇ ସାଇକେଲ୍ରେ ଘରକୁ ଫେରୁଥିଲେ ଗଣେଶ କୁମ୍ଭାର। ହେଲେ ରାସ୍ତାରେ ପ୍ରବାହିତ ହେଉଥିବା ଜଳ ସ୍ରୋତ ତାଙ୍କୁ ଭସାଇ ନେଇଥିଲା। ଚାଷ ଜମିରୁ ଆଜି ତାଙ୍କର ମୃତଦେହ ମିଳିଛି।
ବଲାଙ୍ଗିର ରେଲୱେ ଷ୍ଟେସନ କ୍ୟାଣ୍ଟିନ୍ରେ ଟାଉନ ଥାନା ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଗାଁର ଗଣେଶ କୁମ୍ଭାର କାମ କରିବାକୁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଜିଲ୍ଲାରେ ବନ୍ୟା ହୋଇଥିବା ଜାଣି ଗତକାଲି ରାତିରେ ସେ ସାଇକେଲ୍ରେ ଘରକୁ ଫେରୁଥିଲେ। ତେବେ ବଲାଙ୍ଗିର-ମହିମୁଣ୍ଡା ରାସ୍ତାର ଲଖପାଲି ଛକଠାରେ ରାସ୍ତା ଉପରେ ଚାରିଫୁଟର ପାଣି ପ୍ରବାହିତ ହେଉଥିବାରୁ ସେ ଭାସି ଯାଇଥିଲେ। ଉକ୍ତ ରାସ୍ତାଠାରୁ ଗୋଟିଏ କିଲୋମିଟର ଦୂରରେ ଏକ ଚାଷ ଜମିରୁ ଗାଁ ଲୋକେ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ପରିବାରର ସେ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ସମ୍ପୁର୍ଣ୍ଣ ପରିବାର ଭାଙ୍ଗି ପଡ଼ିଛି।
ଟାଉନ ଥାନା ଅଧିକାରୀ ତୋଫାନ ବାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Miscellaneous
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା।
Miscellaneous
୨ ହଜାର ନୂଆ ଟ୍ରାଫିକ ପୁଲିସ ପଦବୀ ସୃଷ୍ଟିକୁ ମଞ୍ଜୁରୀ, ଚଳିତବର୍ଷ ପୂରଣ ହେବ ୫୦୦ ପଦବୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।
Events & Festivals
ଉତ୍କର୍ଷ ଓଡ଼ିଶା କନକ୍ଲେଭ: ୪ଦିନ ଧରି ଚାଲିବ କାର୍ଯ୍ୟକ୍ରମ, ୨୮ରେ ଆସିବେ ପ୍ରଧାନମନ୍ତ୍ରୀ
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି ।
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।