ସଇଁତଳାରେ ବଲାଙ୍ଗିର ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘର ସଂଘବଦ୍ଧ ଆକ୍ରମଣ, ୭ ଘର ପୋଡ଼ି ଦେଲେ

ଟିଟିଲାଗଡ଼: ସାମାନ୍ୟ ଝଗଡ଼ାକୁ ନେଇ ଆଜି ସଇଁତଳା ଠାରେ ତୁମୁଳକାଣ୍ଡ ଘଟିଯାଇଛି। ବଲାଙ୍ଗିର ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘ କର୍ମକର୍ତ୍ତାମାନେ ସଂଘବଦ୍ଦ ଭାବରେ ଆକ୍ରମଣ କରି ଗୋପବନ୍ଧୁ ପଡ଼ାର ୭ ଜଣଙ୍କ ଘରେ ବ୍ୟାପକ ଭଙ୍ଗ।ରୁଜା କରିବା ସହିତ ଜଳାପୋଡ଼ା କରିଛନ୍ତି। ଗତ ୧୬ ତାରିଖରେ ଘଟିଥିବା ଏକ ସାମାନ୍ୟ ଘଟଣାକୁ ନେଇ ଏହି ଲଙ୍କ।କାଣ୍ଡ ଘଟିଥିବା ପୋଲିସ କହିଛି। ସେଦିନ ସଇଁତଳାରେ ଅନୀଲ ସିଂଭୋଇ ଓ ଭୀଷ୍ମ ସାହୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। […]

saintala-attack

saintala-attack

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 03:46 PM IST

Sports

Latest News

saintala-attackଟିଟିଲାଗଡ଼: ସାମାନ୍ୟ ଝଗଡ଼ାକୁ ନେଇ ଆଜି ସଇଁତଳା ଠାରେ ତୁମୁଳକାଣ୍ଡ ଘଟିଯାଇଛି। ବଲାଙ୍ଗିର ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘ କର୍ମକର୍ତ୍ତାମାନେ ସଂଘବଦ୍ଦ ଭାବରେ ଆକ୍ରମଣ କରି ଗୋପବନ୍ଧୁ ପଡ଼ାର ୭ ଜଣଙ୍କ ଘରେ ବ୍ୟାପକ ଭଙ୍ଗ।ରୁଜା କରିବା ସହିତ ଜଳାପୋଡ଼ା କରିଛନ୍ତି।

ଗତ ୧୬ ତାରିଖରେ ଘଟିଥିବା ଏକ ସାମାନ୍ୟ ଘଟଣାକୁ ନେଇ ଏହି ଲଙ୍କ।କାଣ୍ଡ ଘଟିଥିବା ପୋଲିସ କହିଛି। ସେଦିନ ସଇଁତଳାରେ ଅନୀଲ ସିଂଭୋଇ ଓ ଭୀଷ୍ମ ସାହୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହି ମାମଲାକୁ ନେଇ ସଇଁତଳା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଇଁତଳାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସଇଁତଳାର ଗୋପବନ୍ଧୁ ପଡ଼ା ଯାଇ ଭୀଷ୍ମ ସାହୁ ଓ ତାଙ୍କ ସମର୍ଥକଙ୍କ ଘର ଭଙ୍ଗ।ରୁଜା କରିବା ସହିତ ପୋଡ଼ି ଦେଇଥିଲେ।

ଆକ୍ରମଣ ବେଳେ ପୋଲିସ୍ ନୀରବଦ୍ରଷ୍ଟା ସାଜି ଥିଲା ବୋଲି ଅଭିଯୋଗ ହୋଇଛି।

ସଇଁତଳା ଥାନା ଅଧିକାରୀ ଯତୀନ୍ଦ୍ର କୁମାର ଦାସ କହିଛନ୍ତି,“ ଭୀଷ୍ମ ସାହୁ ଓ ତାଙ୍କର ଦୁଇ ଜଣ ସହଯୋଗୀ ଗତ ୧୬ ତାରିଖରେ ଅନୀଲ ସିଂଭୋଇଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଆମେ ଏନେଇ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲୁ। କିନ୍ତୁ ଅଭିଯୁକ୍ତମାନେ ଏ ପର୍ଯ୍ୟନ୍ତ ଧରାପଡ଼ି ନ ଥିଲେ। ଅଭିଯୁକ୍ତମାନଙ୍କ ଗିରଫଦାରୀ ଦାବିରେ ବଲାଙ୍ଗିର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ରାଜରାସ୍ତାରେ ଏକ ଶୋଭାଯାତ୍ରା କରାଯିବ ବୋଲି ଆମକୁ କେବଳ ମୌଖିକ ସୂଚନା ଦିଆଯାଇଥିଲା। କିନ୍ତୁ ସେମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗୋପବନ୍ଧୁ ପଡ଼ାରେ ଯାଇ ଭୀଷ୍ମ ସାହୁ ଓ ତାଙ୍କ ସହଯୋଗୀମାନଙ୍କ ଘରେ ଭଙ୍ଗାରୁଜା କରିଥିଲେ। ଆମେ ସେମାନଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲୁ।”

ସେ କହିଛନ୍ତି,“ଜମିଜମା ମାମଲାକୁ ନେଇ ଅନୀଲ ସିଂଭୋଇ ଓ ଭୀଷ୍ମ ସାହୁ ମଧ୍ୟରେ ବିବାଦ ଦେଖାଯାଇଥିବା ଆମେ ଜାଣିବାକୁ ପାଇଛୁ। ଗୋପବନ୍ଧୁ ପଡ଼ା ଜମି ସିଂଭୋଇ ପରିବାରର। ତାଙ୍କର ଆଗରୁ ଜମିଦାରୀ ଥିଲା। ତେବେ କେତେ ଜମି ସେଠାରେ ତାଙ୍କର ଅଛି ଓ କେତେ ଜମି ସରକାରୀ ଆମକୁ ଜଣାନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story