ପତ୍ନୀ ବଞ୍ଚି ଥାଉଥାଉ ଶୁଦ୍ଧିକ୍ରିୟା

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ପତ୍ନୀ ବଞ୍ଚି ଥାଉଥାଉ ଶୁଦ୍ଧିକ୍ରିୟା କରିଛି ସ୍ୱାମୀ। ପୂରା କୂଳକୁଟମ୍ବ ଲୋକେ ଏହି ଶୁଦ୍ଧିକ୍ରିୟାରେ ସାମିଲ ହୋଇଛନ୍ତି। ଜଣେ ବ୍ୟକ୍ତିର ଶେଷ ସଂସ୍କାର ହେବା ପରେ ଯେପରି ଶୁଦ୍ଧିକ୍ରିୟା ହୋଇଥାଏ, ଠିକ୍ ସେହିପରି ସବୁ ରୀତିନୀତି ପାଳନ କରିଛି ସ୍ୱାମୀ। କଥାଟା ଶୁଣିଲେ ଅଡୁଆ ଲାଗୁଥାଇପାରେ। ହେଲେ ଏହା ସତ। ବଲାଙ୍ଗିର ଜିଲ୍ଲା କୁରୁଲ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଗାଁର ଅକ୍ଷୟ ରାଉତଙ୍କ ପତ୍ନୀ ତାଙ୍କ ସାଙ୍ଗଙ୍କ ସହ ଫେରାର ହୋଇଯାଇଛନ୍ତି। […]

bhoji

bhoji

Niranjan Mishra
  • Published: Sunday, 04 December 2022
  • Updated: 04 December 2022, 09:21 PM IST

Sports

Latest News

ବଲାଙ୍ଗୀର(ଓଡ଼ିଶା ରିପୋର୍ଟର): ପତ୍ନୀ ବଞ୍ଚି ଥାଉଥାଉ ଶୁଦ୍ଧିକ୍ରିୟା କରିଛି ସ୍ୱାମୀ। ପୂରା କୂଳକୁଟମ୍ବ ଲୋକେ ଏହି ଶୁଦ୍ଧିକ୍ରିୟାରେ ସାମିଲ ହୋଇଛନ୍ତି। ଜଣେ ବ୍ୟକ୍ତିର ଶେଷ ସଂସ୍କାର ହେବା ପରେ ଯେପରି ଶୁଦ୍ଧିକ୍ରିୟା ହୋଇଥାଏ, ଠିକ୍ ସେହିପରି ସବୁ ରୀତିନୀତି ପାଳନ କରିଛି ସ୍ୱାମୀ। କଥାଟା ଶୁଣିଲେ ଅଡୁଆ ଲାଗୁଥାଇପାରେ। ହେଲେ ଏହା ସତ। ବଲାଙ୍ଗିର ଜିଲ୍ଲା କୁରୁଲ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା।

ଗାଁର ଅକ୍ଷୟ ରାଉତଙ୍କ ପତ୍ନୀ ତାଙ୍କ ସାଙ୍ଗଙ୍କ ସହ ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ସେ ଗତକାଲି ଶୁଦ୍ଧିକ୍ରିୟାର ଆୟୋଜନ କରିଥିଲେ। ଗାଁ ଲୋକଙ୍କୁ ଡାକି ଦେଇଛନ୍ତି ଦଶାହ ଭୋଜି।

ଅକ୍ଷୟ କହିଛନ୍ତି, ଖୁବ୍ ଧୁମ୍‌ଧାମରେ ହୋଇଥିଲା ତାଙ୍କ ବାହାଘର। କିଛିଦିନ ତଳେ କରୋବା ଚୌଥରେ ଦୁହେଁ ନିଜନିଜ ହାତରେ ଚିତା କୁଟାଇଥିଲେ। ଦୁହିଁଙ୍କ ନାମ ହାତରେ ଲେଖା ଯାଇଥିଲା। ହେଲେ ହଠାତ୍ ସବୁ ବଦଳିଗଲା। ଘରକୁ ଆସୁଥିବା ସାଙ୍ଗ ପ୍ରେମରେ ପଡ଼ିଗଲା ପତ୍ନୀ। ଆଗରୁ ମଧ୍ୟ ପତ୍ନୀ ସାଙ୍ଗ ସହ ଫେରାର ହୋଇଯାଇଥିଲେ। ଆପୋଷ ବୁଝାମଣା ଦ୍ୱାରା ପୁଣି ଘରକୁ ଫେରିଥିଲେ ପତ୍ନୀ। ହେଲେ ପୁଣି ଫେରାର ହୋଇଯିବାରୁ ଶୁଦ୍ଧିକ୍ରିୟା କରାଯାଇଛି। ବିବାହ ବିଚ୍ଛେଦ ନିମନ୍ତେ ମଧ୍ୟ କୋର୍ଟରେ ମାମଲା ଚାଲିଛି।

ସେପଟେ ଅକ୍ଷୟଙ୍କ ସାଙ୍ଗଙ୍କ ପତ୍ନୀ ମଧ୍ୟ ବଲାଙ୍ଗିର ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଅକ୍ଷୟ ହିଁ ସବୁ ନାଟର ମୂଳ। ଅକ୍ଷୟ ତାଙ୍କ ପତ୍ନୀଙ୍କୁ ପରକ୍ରିୟା ପ୍ରୀତି ନିମନ୍ତେ ପ୍ରଥମେ ପ୍ରଶୟ ଦେଇଥିଲେ। ଏବେ ଦୁହେଁ ଫେରାର ହୋଇଯାଇଛନ୍ତି। ଘରେ ଥିବା ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଓ ଜମି ପଟ୍ଟାକୁ ମଧ୍ୟ ନେଇଯାଇଛନ୍ତି ଦୁହେଁ। ତେଣୁ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପଟେ ଜଣାପଡ଼ିଛି, ଫେରାର ଦୁଇ ବିବାହିତଙ୍କ ଘରେ ୨ଟି ଲେଖାଏଁ ସନ୍ତାନ ରହିଛି। ହେଲେ ପରକିଆ ପ୍ରୀତି ଆଗରେ ସବୁ ବନ୍ଧନ ମୂଲ୍ୟହୀନ ହୋଇଯାଇଛି। ଶାରୀରିକ ସୁଖ ପାଇଁ ଦୁହେଁ ସବୁ ସୀମା ଲଂଘି ଚାଲିଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos