ସ୍ୱାସ୍ଥ୍ୟକାର୍ଡ କରୁଥିଲେ ହୁସିଆର୍‌, ମାତିଛନ୍ତି ଠକ

ବଣାଇ (ରଞ୍ଜିତ ଚୌଧୁରୀ): ସ୍ୱାସ୍ଥ୍ୟକାର୍ଡ ନାଁରେ ଠକେଇ। ଜଣେ କି ଦୁଇ ଜଣ ନୁହେଁ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୮ଟି ପଞ୍ଚାୟତର ୮୦୦୦ ଲୋକଙ୍କୁ ହୋଇଛି ଠକେଇ। ହେଲ୍‌ଥ କାର୍ଡ ଦେବାର ପ୍ରତିଶ୍ରୁତି ଦେଇ ଆଦାୟ କରୁଥିଲେ ଟଙ୍କା। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ହେଲ୍‌ଥ କାର୍ଡ ନପାଇ ଲୋକମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଏହି ମାମଲାର ଜଣକୁ ଗିରଫ କରି ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଅନ୍ୟମାନଙ୍କୁ ଗିରଫ କରିବା […]

Health-Card

Health-Card

Manoranjan Sial
  • Published: Monday, 31 October 2022
  • Updated: 31 October 2022, 09:16 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସ୍ୱାସ୍ଥ୍ୟକାର୍ଡ ନାଁରେ ଠକେଇ। ଜଣେ କି ଦୁଇ ଜଣ ନୁହେଁ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୮ଟି ପଞ୍ଚାୟତର ୮୦୦୦ ଲୋକଙ୍କୁ ହୋଇଛି ଠକେଇ। ହେଲ୍‌ଥ କାର୍ଡ ଦେବାର ପ୍ରତିଶ୍ରୁତି ଦେଇ ଆଦାୟ କରୁଥିଲେ ଟଙ୍କା। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ହେଲ୍‌ଥ କାର୍ଡ ନପାଇ ଲୋକମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଏହି ମାମଲାର ଜଣକୁ ଗିରଫ କରି ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୁନ୍ଦରଗଡ଼ ଜିଲ୍ଲାରେ ହୋଇଛି ସ୍ୱାସ୍ଥ୍ୟ କାର୍ଡ ନାଁରେ ଠକେଇ। ସ୍ୱାସ୍ଥ୍ୟକାର୍ଡ କରାଇଦେବାକୁ କହି ଘରକୁ ଆସୁଛନ୍ତି ଠକ। ମିଛରେ ହେଲ୍‌ଥ କାର୍ଡ ଓ ପରିବାରର ମହିଳା ସ୍ୱାସ୍ଥ୍ୟ ପରୀକ୍ଷା କରିବାର ପ୍ରତିଶ୍ରୁତି ଦେଉଛନ୍ତି। ଏଥିପାଇଁ ଜଣକା କାହା ପାଖରୁ ୪୦ ଟଙ୍କା ତ ଆଉ କାହା ପାଖରୁ ୫୦ ଟଙ୍କା ନେଉଛନ୍ତି। ଆଉ କାହା ପାଖରୁ ୧୦୦ ଟଙ୍କା ମଧ୍ୟ ନେଉଥିଲେ। ସ୍ୱାସ୍ଥ୍ୟ କାର୍ଡ ପାଇଁ ନେଉଥିଲେ ଆଧାରକାର୍ଡ, ଭୋର୍ଟ ପରିଚୟପତ୍ର ଓ ଫଟୋ। ଆଉ ଗଲେ ଲୋକଙ୍କୁ ଗୋଟିଏ ନକଲି ରସିଦ୍‌ ଦେଇଯାଉଥିଲେ। ହେଲେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ କାର୍ଡ ଦେଇନଥିଲେ।

ସୁନ୍ଦରଗଡ଼ ଜିଲ୍ଲା ବଣେଇ, ଲହୁଣିପଡ଼ା ଓ ଟିକାୟତପାଲି ଥାନା ଅଞ୍ଚଳର ୮ଟି ପଞ୍ଚାୟତର ୮୦୦୦ରୁ ଅଧିକ ଲୋକ ଏହି ଠକାମୀରେ ଶିକାର ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ବଣାଇ ଥାନା ପୁଲିସ ଏହି ଠକେଇ ମାମଲାରେ ରାଉରକେଲାର ଅଞ୍ଚଳର ଜଣେ ଯୁବକକୁ ଗିରଫ ଧରିଛି। ତା’ପାଖରୁ ବିଭିନ୍ନ କାଗଜପତ୍ର ଓ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ହେଲେ ତଦନ୍ତରେ ବ୍ୟାଘାତ ହେବାର ଆଶଙ୍କା କରି ପୁଲିସ୍‌ ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ।

ଗିରଫ ହୋଇଥିବା ଠକର କହିବା ଅନୁସାରେ ଏହି ଠକାମୀରେ ୫ରୁ ୬ ଜଣ ସମ୍ପୃକ୍ତ ଅଛନ୍ତି। ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏମାନେ ସାଧାରଣତଃ ଅଶିକ୍ଷିତ ଓ ଦୁର୍ଗମ ଅଞ୍ଚଳକୁ ଟାର୍ଗେଟ କରନ୍ତି। ସେଠାର ଲୋକଙ୍କୁ ମିଛ କଥା କହି ଟଙ୍କା ଆଦାୟ କରି ଚମ୍ପଟ ମାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story