ଲକ୍‌ଡାଉନରେ ଖୋଲା ରହିବ ବହି ଓ ପ୍ରିପେଡ୍ ରିଚାର୍ଜ ଦୋକାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ବେଳେ ଖୋଲା ରହିବ ସ୍କୁଲ ପାଠ୍ୟ ପୁସ୍ତକ ଦୋକାନ ଏବଂ ଇଲେକ୍ଟ୍ରି ଫ୍ୟାନ ଦୋକାନ। ସ୍କୁଲ ବହି ଓ ଫ୍ୟାନ ଦୋକାନ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ସେହିପରି କିଛି ଅତ୍ୟାବଶ୍ୟକୀୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ଏହା ଭିତରେ ରହିଛି ପାଉଁରୁଟି ଫ୍ୟାକ୍ଟ୍ରି, କ୍ଷୀର ପ୍ରକ୍ରିୟାକରଣ ପ୍ଲାଣ୍ଟ୍, ଅଟା ଏବଂ ଡାଲି ମିଲ୍ ଇତ୍ୟାଦି। ପ୍ରିପେଡ୍ ମୋବାଇଲ ରିଚାର୍ଜ ଦୋକାନ ଖୋଲିବାକୁ […]

999999999999999

999999999999999

Tapaswini Nayak
  • Published: Wednesday, 22 April 2020
  • Updated: 22 April 2020, 02:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ବେଳେ ଖୋଲା ରହିବ ସ୍କୁଲ ପାଠ୍ୟ ପୁସ୍ତକ ଦୋକାନ ଏବଂ ଇଲେକ୍ଟ୍ରି ଫ୍ୟାନ ଦୋକାନ। ସ୍କୁଲ ବହି ଓ ଫ୍ୟାନ ଦୋକାନ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ସେହିପରି କିଛି ଅତ୍ୟାବଶ୍ୟକୀୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ଏହା ଭିତରେ ରହିଛି ପାଉଁରୁଟି ଫ୍ୟାକ୍ଟ୍ରି, କ୍ଷୀର ପ୍ରକ୍ରିୟାକରଣ ପ୍ଲାଣ୍ଟ୍, ଅଟା ଏବଂ ଡାଲି ମିଲ୍ ଇତ୍ୟାଦି।

ପ୍ରିପେଡ୍ ମୋବାଇଲ ରିଚାର୍ଜ ଦୋକାନ ଖୋଲିବାକୁ ନେଇ ଲକ୍‌ଡାଉନ ନିୟମରେ କୋହଳ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ବରିଷ୍ଠ ନାଗରିକଙ୍କ ସହ ରହୁଥିବା କେୟାର ଟେକରଙ୍କ ପାଇଁ ମଧ୍ୟ ଲକ୍‌ଡାଉନ ନିୟମକୁ କୋହଳ କରାଯାଇଛି। ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏନେଇ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos