ଚୟନ ହୋଇପାରିଲେନି କଂଗ୍ରେସ ଓ ବିଜେପିର ବିଧାୟକ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବିଧାନସଭାର ବଜେଟ୍ ଅଧିବେଶନ। କିନ୍ତୁ ଏପର୍ଯ୍ୟନ୍ତ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବିଧାୟକ ଦଳ ନେତା କିଏ ହେବେ ତାହା ସ୍ପଷ୍ଟ ହୋଇପାରିନି। ବିଜେପି ବିଧାୟକ ଦଳ ବୈଠକ ଗତକାଲି ସମ୍ପନ୍ନ ହୋଇଥିଲେ ମଧ୍ୟ ଦଳର ବିଧାୟକମାନେ କାହାକୁ ଚୟନ କରିପାରିନାହାନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ ସେ ନେଇ ମଧ୍ୟ ଦଳୀୟସ୍ତରରେ କିଛି ଚୂଡ଼ାନ୍ତ ହୋଇପାରିନଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତାକାଲିଠୁ ଆରମ୍ଭ […]

assembly

assembly

Manoranjan Sial
  • Published: Monday, 24 June 2019
  • Updated: 24 June 2019, 08:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବିଧାନସଭାର ବଜେଟ୍ ଅଧିବେଶନ। କିନ୍ତୁ ଏପର୍ଯ୍ୟନ୍ତ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବିଧାୟକ ଦଳ ନେତା କିଏ ହେବେ ତାହା ସ୍ପଷ୍ଟ ହୋଇପାରିନି। ବିଜେପି ବିଧାୟକ ଦଳ ବୈଠକ ଗତକାଲି ସମ୍ପନ୍ନ ହୋଇଥିଲେ ମଧ୍ୟ ଦଳର ବିଧାୟକମାନେ କାହାକୁ ଚୟନ କରିପାରିନାହାନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ ସେ ନେଇ ମଧ୍ୟ ଦଳୀୟସ୍ତରରେ କିଛି ଚୂଡ଼ାନ୍ତ ହୋଇପାରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନ ପାଇଁ କଂଗ୍ରେସ ପ୍ରସ୍ତୁତ ଥିବା ଦଳର ବିଧାୟକମାନେ କହୁଥିଲେ ମଧ୍ୟ ବିଧାୟକ ଦଳ ବୈଠକ ବସିପାରିନି। ବିଧାନସଭାରେ ଦଳର ଆଭିମୁଖ୍ୟ କ’ଣ ହେବ ଓ ବିଧାୟକମାନେ କେଉଁସବୁ ପ୍ରସଙ୍ଗ ଉଠାଇବେ, ସେ ନେଇ ମଧ୍ୟ ନିର୍ଦ୍ଦିଷ୍ଟ ରଣକୌଶଳ ନିର୍ଦ୍ଧାରଣ କରାଯାଇପାରିନି। ବିଧାୟକ ଦଳ ବୈଠକ ଡାକିବା ଓ ବିଧାୟକ ଦଳ ନେତା ଚୟନକୁ ନେଇ ମଧ୍ୟ କଂଗ୍ରେସର ରାଜ୍ୟ ନେତୃତ୍ୱ କିମ୍ବା ବିଧାୟକମାନେ ଆଗ୍ରହ ଦେଖାଇ ନଥିବା ଜଣାପଡ଼ିଛି। ଯେଉଁଥିପାଇଁ ବିଧାନସଭା ଆରମ୍ଭ ହେଉଥିଲେ ମଧ୍ୟ କଂଗ୍ରେସ ନିଜର ବିଧାୟକ ଦଳ ନେତା ଚୟନ କରିପାରିନି। ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କୁ ପଠାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଗ୍ରହଣ କରି ନଥିବାରୁ ସେ ମଧ୍ୟ ସାଂଗଠନିକ କାର୍ଯ୍ୟରେ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି।

ଚଳିତଥର କଂଗ୍ରେସର ୯ଜଣ ବିଧାୟକ ନିର୍ବାଚିତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଦଳ କାହାକୁ ବିଧାୟକ ଦଳ ନେତା ପଦରେ ଆସୀନ କରୁଛି ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଯଦିଓ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏଥର ପୁଣିଥରେ ନିର୍ବାଚିତ ହୋଇଛନ୍ତି ଓ ସେ ଏହି ପଦବୀ ପାଇଁ ମୁଖ୍ୟ ଦାବିଦାର ଅଛନ୍ତି ତଥାପି ଦଳ ଆନୁଷ୍ଠାନିକ ଭାବେ କୌଣସି ନିଷ୍ପତ୍ତି ନେଇନାହିଁ। ଓଡ଼ିଶାରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଏଆଇସିସି ମଧ୍ୟ ବିଶେଷ ଆଗ୍ରହ ଦେଖାଉନାହିଁ। ଏପରିକି କିଏ ଓ କେଉଁ କ୍ଷମତା ବଳରେ ବିଧାୟକ ଦଳ ବୈଠକ ଡାକିବ ତାହା କେହି ଜାଣିପାରୁନାହାନ୍ତି। ଯେଉଁଥିପାଇଁ କଂଗ୍ରେସ ରାଜ୍ୟରେ ବିଧାୟକ ଦଳ ବୈଠକ ଡାକିପାରିନଥିବା ଜଣାପଡ଼ିଛି।

ସେହିପରି ରବିବାର ବିଜେପି ବିଧାୟକମାନଙ୍କ ବୈଠକ ବସିଥିଲେ ମଧ୍ୟ ବିଧାୟକ ଦଳ ନେତା କିଏ ହେବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳର ବିଧାୟକମାନେ ଏକସ୍ୱରରେ ଏହି ନିଷ୍ପତ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଉପରେ ନ୍ୟସ୍ତ କରିଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବସିଥିବା ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଚୟନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ବୈଠକରେ ବିଧାୟକ ଦଳ ନେତା ଚୟନକୁ ନେଇ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା କରି ଏହାର ନିଷ୍ପତ୍ତି ଜାତୀୟ ନେତୃତ୍ୱଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଜଣାପଡ଼ିଛି। ବିଜେପି ବିଧାୟକ ଦଳର ନେତା ଯିଏ ହେବେ ସେ ରାଜ୍ୟର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ ତୁଲାଇବେ। ବିଜେପି ପ୍ରଥମଥର ପାଇଁ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି। ଅବଶ୍ୟ ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ ନାୟକଙ୍କ ମଧ୍ୟରୁ ଜଣକୁ ଏହି ପଦରେ ଆସୀନ କରାଯିବାର ସମ୍ଭାବନା ରହିଛି।

ତେଣୁ ଦୁଇ ଦଳର ବିଧାୟକମାନେ ବିଧାନସଭାରେ ସେମାନଙ୍କର ନେତା କିଏ ହେବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ନବାଗତ ବିଧାୟକ। ଆସନ୍ତାକାଲି ବିଧାନସଭାର ପ୍ରଥମ ଦିନରେ ଦୁଇ ଦଳର ବିଧାୟକମାନେ ବିନା ନେତାରେ ଗୃହକୁ ଯାଉଥିବାରୁ ସେମାନଙ୍କ ଗତିବିଧି ଓ ଆଚାର-ବ୍ୟବହାର କିଭଳି ରହିବ ତାହା ମଧ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story