ବୌଦ୍ଧ ଦନ୍ତାହାତୀ ଶିକାର ଘଟଣା: କ୍ରାଇମବ୍ରାଞ୍ଚ ନେଲା ତଦନ୍ତ ଭାର

ଭୁବନେଶ୍ୱର: ବୌଦ୍ଧ ଦନ୍ତାହାତୀ ଶିକାର ଘଟଣାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚର ୱାଇଲ୍ଡ ଲାଇଫ୍ ସେଲ୍। ସେଲ୍‌ର ୪ ଜଣିଆ ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍‌ରେ ଜଣେ ପୋଲିସ୍ ଇନ୍ସପେକ୍ଟରଙ୍କ ସହିତ ଜଣେ ଏସିଏଫ୍ ଅଛନ୍ତି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ସ୍ପେଶାଲ୍ ଡିଜି ବି.କେ ଶର୍ମା।

ବୁଧବାର ଏହି ଚୋରା ହାତୀ ଦାନ୍ତ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଥିଲା। ଏହି ଗ୍ୟାଙ୍ଗର ୯ ଜଣ ଶିକାରୀଙ୍କୁ ବୌଦ୍ଧରୁ ଗିରଫ କରାଯାଇଥିଲା। ଗିରଫ ୯ ଶିକାରୀଙ୍କ ମଧ୍ୟରୁ ୬ ଜଣ କଟକର ନରସିଂହପୁର ଅଞ୍ଚଳର। ସେମାନଙ୍କଠାରୁ ୮ ଖଣ୍ଡରେ କଟା ହୋଇଥିବା ଦୁଇଟି ହାତୀ ଦାନ୍ତ ସହିତ ୩ଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଥିଲା। ଏହି ଶିକାରୀମାନେ ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଥିବା ଏକ ଦନ୍ତାକୁ ଶିକାର କରି ତାର ଦାନ୍ତ କାଟି ନେଉଥିବା ବେଳେ ଏସ୍‌ଓଜି ଯବାନଙ୍କ ହାତରେ ଧରାପଡ଼ିଥିଲେ।

ଆହୁରି ପଢ଼ନ୍ତୁ

ଏସ୍‌ସିବିରେ ପ୍ଲାଜମା ଥେରାପି ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ଆରମ୍ଭ ହେଲା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ

ଲାଞ୍ଚ ନେଇ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ

ଆଜି ଆରୋଗ୍ୟ ଲାଭ କଲେ ୬୧୨ କରୋନା ଆକ୍ରାନ୍ତ, ଗୋଟିଏ ଦିନରେ ସର୍ବାଧିକ

ଶିକ୍ଷିତ ବେକାରଙ୍କ ଦକ୍ଷତା ବଢ଼ାଇବେ ୪ ଆଇଟି କମ୍ପାନୀ, ଚୁକ୍ତି ପତ୍ର ସ୍ୱାକ୍ଷର କଲେ ଓଡ଼ିଶା ସରକାର

ଭୁବନେଶ୍ୱରରୁ ୯୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୨୭ ଲୋକାଲ୍‌ କେସ୍‌

ଔଷଧ ବାଣ୍ଟୁଥିବା ବେଳେ ଟଳିପଡ଼ିଲେ କୋଭିଡ୍‌ ଯୋଦ୍ଧା

୧୭ରୁ ୩ ଦିନ ପାଇଁ ଶଟଡାଉନ ହେବ ବୀରମିତ୍ରପୁର

କୁଜଙ୍ଗ ବ୍ଲକର ୨ଟି ପଞ୍ଚାୟତ ଶଟ୍‌ଡାଉନ୍

କଟକ ସହରରେ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ

‘ଗଞ୍ଜାମରେ ୮୨% ଗାଁ ଏବେ ବି ଗ୍ରୀନ ଜୋନ୍‌ରେ‌’

କୋଭିଡ୍ କେୟାର ହୋମ୍ ପାଇଁ ANMଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି; ଦିନକୁ ୮୫୦ ଟଙ୍କା