ବୌଦ୍ଧରେ ଡବଲ୍ ମର୍ଡର, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଯମଘାଟି ଗାଁରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ରବୀନ୍ଦ୍ର ମେହେର ନାମକ ଜଣେ ଯୁବକ ନିଜ ବଡ଼ ବାପା ଓ ବଡ଼ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ମୃତକମାନେ ହେଲେ ଗୋବର୍ଦ୍ଧନ ମେହେର ଓ ପାନେଶ୍ୱରୀ ମେହେର। ଏହି ହତ୍ୟାକାଣ୍ଡ ଭିଆଇବା ପରେ ରବୀନ୍ଦ୍ର ବାଉଁଶୁଣି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ଏହା ପରେ ପୋଲିସ୍ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛି। ସକାଳ ପ୍ରାୟ […]

murder

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 11:45 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଯମଘାଟି ଗାଁରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ରବୀନ୍ଦ୍ର ମେହେର ନାମକ ଜଣେ ଯୁବକ ନିଜ ବଡ଼ ବାପା ଓ ବଡ଼ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ମୃତକମାନେ ହେଲେ ଗୋବର୍ଦ୍ଧନ ମେହେର ଓ ପାନେଶ୍ୱରୀ ମେହେର। ଏହି ହତ୍ୟାକାଣ୍ଡ ଭିଆଇବା ପରେ ରବୀନ୍ଦ୍ର ବାଉଁଶୁଣି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ଏହା ପରେ ପୋଲିସ୍ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛି।

ସକାଳ ପ୍ରାୟ ୧୦ଟା ବେଳେ ଚାଷ ଜମିରେ ରବୀନ୍ଦ୍ର ଏହି ହତ୍ୟା କରିଥିଲା। ଗୁଣିଗାରେଡି ସନ୍ଦେହରେ ସେ ନିଜ ବଡ଼ ବାପା ଓ ମା’ଙ୍କୁ ହତ୍ୟା କରିଥିବା କହୁଛି। ଅନ୍ୟପକ୍ଷରେ ପୋଲିସ୍ ସନ୍ଦେହ କରୁଛି ଯେ ଜମିବାଡ଼ିକୁ କେନ୍ଦ୍ର କରି ରବୀନ୍ଦ୍ର ସେମାନଙ୍କୁ ମାରି ଦେଇଛି।

ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିବା ସହିତ ରବୀନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story