ବ୍ରହ୍ମ ବିଭ୍ରାଟ: କଂଗ୍ରେସର ଓଡିଶା ବନ୍ଦ, ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନରେ ଦେଖାଦେଇଥିବା ବିଭ୍ରାଟ ପ୍ରତିବାଦରେ ଆଜି କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କରିଛି । ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ରେଳ ଓ ରାସ୍ତାରୋକ କରିଛନ୍ତି । ଫଳରେ ରେଳ ଓ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

ଦୈତ୍ୟନଗରି ଭୁବନେଶ୍ୱର, କଟକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ଭୁବନେଶ୍ୱରରେ ରେଳରୋକ କରିଛନ୍ତି । ଫଳରେ ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସ ଅଟକି ରହିଛି । କଟକରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ରେଳରୋକ କରିଚନ୍ତି । ଏହାସହ ସହରର ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତାରୋକ କରିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଛି । କଟକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଶୁଭଙ୍କର ସରକାରଙ୍କ ନେତୃତ୍ୱରେ କର୍ମୀମାନେ ଏକ ବାଇକ ରାଲି କରି ଦଖକାନବଜାର ବନ୍ଦ କରିଛନ୍ତି । ସମ୍ୱଲପୁରରେ ମଧ୍ୟ କଂଗ୍ରସ କର୍ମୀମାନେ ରେଳରୋକ କରିଛନ୍ତି । ଆନ୍ଦୋଳନକାରୀମାନେ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ରେଳରୋକ କରିବା ଫଳରେ ସେଠାରେ କିଛି ଟ୍ରେନ୍ ଅଟକି ରହିଛି । ରାୟଗଡା, ବ୍ରହ୍ମପୁର, ବାଲେଶ୍ୱର, ଭଦ୍ରକରେ ରେଳରୋକ  କରାଯାଇଛି ।