ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଦାବିରେ ତେଜୁଛି ଆନ୍ଦୋଳନ

<p>ରାଉରକେଲା (ଓଡ଼ିଶା ରିପୋର୍ଟର): &nbsp;ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ନେଇ ତେଜୁଛି ଆନ୍ଦୋଳନ। ଆଜି ରାଉରକେଲାର ପୂର୍ବତନ ବିଧାୟକ ଶାରଦା ନାୟକଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ପାନପୋଷଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ରାଉରକେଲା ଆସି ସେତୁ କାମ ୧୫ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି କହିଥିଲେ। କିନ୍ତୁ ଏ ଭିତରେ ୧୫୦ ଦିନରୁ ଅଧିକ ସମୟ ବିତିଥିଲେ ବି ଆଜିଯାଏଁ କାମ ଆରମ୍ଭ ହୋଇ ନଥିବା ଅଭିଯୋଗ କରିଛି ବିଜେଡି। ଏହାସହ ପ୍ରତି କ୍ଷେତ୍ରରେ ରାଉରକେଲାକୁ କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଶାରଦା। ବିକ୍ଷୋଭରେ ମହିଳା, ଛାତ୍ର ଓ ଯୁବ ବିଜେଡି କର୍ମୀ ସାମିଲ ହୋଇଥିଲେ।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 05:39 PM IST
<p>ରାଉରକେଲା (ଓଡ଼ିଶା ରିପୋର୍ଟର): &nbsp;ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ନେଇ ତେଜୁଛି ଆନ୍ଦୋଳନ। ଆଜି ରାଉରକେଲାର ପୂର୍ବତନ ବିଧାୟକ ଶାରଦା ନାୟକଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ପାନପୋଷଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ରାଉରକେଲା ଆସି ସେତୁ କାମ ୧୫ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି କହିଥିଲେ। କିନ୍ତୁ ଏ ଭିତରେ ୧୫୦ ଦିନରୁ ଅଧିକ ସମୟ ବିତିଥିଲେ ବି ଆଜିଯାଏଁ କାମ ଆରମ୍ଭ ହୋଇ ନଥିବା ଅଭିଯୋଗ କରିଛି ବିଜେଡି। ଏହାସହ ପ୍ରତି କ୍ଷେତ୍ରରେ ରାଉରକେଲାକୁ କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଶାରଦା। ବିକ୍ଷୋଭରେ ମହିଳା, ଛାତ୍ର ଓ ଯୁବ ବିଜେଡି କର୍ମୀ ସାମିଲ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos