ବଡ଼ଙ୍କୁ ବାଟ ଦେଖେଇଲେ କୁନିପିଲା

ରେଢାଖୋଲ(ରମାକାନ୍ତ ମହାନନ୍ଦ): କୁନି ମୁଣ୍ଡରେ ବଡ଼ ଚିନ୍ତା। ଯାହା ବଡ଼ମାନେ କରି ନ ପାରିଲେ ତାହା କରି ଦେଖାଇଲେ କୁନି ଭାଇଭଉଣୀ। ବର୍ଷା ଦିନେ ଜୀବନକୁ ପାଣି ଛଡ଼ାଇ ୫ ଖଣ୍ଡ ଗ୍ରାମବାସୀ ଉଛୁଳା ନାଳ ପାର ହେଉଥିବା ବେଳେ କୁନି ଭାଇଭଉଣୀଙ୍କ ଉଦ୍ୟମରେ ଏବେ ସେହି ନାଳ ଉପରେ ଛିଡ଼ା ହୋଇଛି ପୋଲ । ଏଥିପାଇଁ ଲାଗିଗଲା ୮ ବର୍ଷ ସମୟ। ହେଲେ ଗାଁ ସମସ୍ୟା ସମ୍ପର୍କରେ କୁନି ଭାଇଭଉଣୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ […]

redhakhol

redhakhol

Niharika Rout
  • Published: Wednesday, 01 December 2021
  • Updated: 01 December 2021, 12:57 PM IST

Sports

Latest News

ରେଢାଖୋଲ(ରମାକାନ୍ତ ମହାନନ୍ଦ): କୁନି ମୁଣ୍ଡରେ ବଡ଼ ଚିନ୍ତା। ଯାହା ବଡ଼ମାନେ କରି ନ ପାରିଲେ ତାହା କରି ଦେଖାଇଲେ କୁନି ଭାଇଭଉଣୀ। ବର୍ଷା ଦିନେ ଜୀବନକୁ ପାଣି ଛଡ଼ାଇ ୫ ଖଣ୍ଡ ଗ୍ରାମବାସୀ ଉଛୁଳା ନାଳ ପାର ହେଉଥିବା ବେଳେ କୁନି ଭାଇଭଉଣୀଙ୍କ ଉଦ୍ୟମରେ ଏବେ ସେହି ନାଳ ଉପରେ ଛିଡ଼ା ହୋଇଛି ପୋଲ । ଏଥିପାଇଁ ଲାଗିଗଲା ୮ ବର୍ଷ ସମୟ। ହେଲେ ଗାଁ ସମସ୍ୟା ସମ୍ପର୍କରେ କୁନି ଭାଇଭଉଣୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ପଛାଇ ନାହାନ୍ତି। ଶେଷରେ ଗାଁ ନାଳ ଉପରେ ଛିଡ଼ା ହୋଇଛି ପୋଲ । ଆଉ ଗ୍ରାମବାସୀ ଏହି ପୋଲର ବିନ୍ଧାଣୀ  ଭାଇ ଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏପରି ଘଟଣା  ସମ୍ବଲପୁର ନାକଟିଦେଉଳ ବ୍ଲକର କୁଢାନାଳୀ ଗାଁରେ ଘଟିଛି।

[caption id="attachment_695720" align="aligncenter" width="650"]bridge ନାଳ ଉପରେ ନବନିର୍ମିତ ପୋଲ ।[/caption]

ସମ୍ବଲପୁର ନାକଟିଦେଉଳ ବ୍ଲକର କୁଢାନାଳୀ ଗାଁରେ ରୁହନ୍ତି  ଆୟୁଷ ରଞ୍ଜନ ରାଉତ ଓ ଆଦ୍ୟାଶା ପ୍ରିୟରଞ୍ଜନ ରାଉତ । ଜିଲ୍ଲାର ଶେଷ ସୀମାରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି କୁଢ଼ାନାଳି ସହିତ ୫ଟି ଗାଁ। ଏହି ସବୁ ଗାଁରେ ପ୍ରାୟ ଚାରି ଶହ ପରିବାର ବସବାସ କରନ୍ତି। ହେଲେ ଏହି ଛଅ ଖଣ୍ଡ ଗାଁର ଦୁଃଖ ଥିଲା ନୁହୁରାଣୀ ନାଳ। ନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ପଞ୍ଚାୟତ ଓ  ବ୍ଲକ ଅଫିସ୍‌କୁ ଲୋକେ ଏହି ନାଳ ଅତିକ୍ରମ କରି ଯାଉଥିଲେ। ନାଳ ଉପରେ ପୋଲିଟିଏ ତିଆରି କରିବା ପାଇଁ ଗ୍ରାମବାସୀ ବର୍ଷ ବର୍ଷ  ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଗାଁର ଏହି ସମସ୍ୟାକୁ ବେଶ ଭଲ ଭାବେ ଅନୁଭବ କରିଥିଲେ ଆୟୁଷ। ସେ ଏହି ନାଳ ପାର ହୋଇ ପାଠ ପଢ଼ିବାକୁ ଯାଉଥିଲେ ଓ ବହୁତ ହଇରାଣ ହେଉଥିଲେ।

୨୦୧୩  ମସିହାରେ ଭାଇ ଆୟୁଷର ବୟସ ଥିଲା ମାତ୍ର ୬ ଓ ଭଉଣୀ ଆଦ୍ୟାଶା ଥିଲା ୩ ବର୍ଷ ।। ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ  ନାଳ ଉପରେ ପୋଲଟିଏ ହୋଇପାରୁନଥିଲା । ସବୁ ଚେଷ୍ଟା ପରେ ବି କେହି ଶୁଣୁ ନ ଥିଲେ। ଫଳରେ ବର୍ଷା ଦିନେ ନାଳରେ ଉଛୁଳା ପାଣି। ରାତି ପାହିଲେ ସେହି ପାଣିକୁ ଅତିକ୍ରମ କରି ଆରପାରିକୁ ଯାଇଥାନ୍ତି ୫ ଖଣ୍ଡ ଗ୍ରାମବାସୀ।  ଏହା ଦେଖି କୁନି ଭାଇଭଉଣୀଙ୍କ ମନ ଭିତରେ ଭିତରେ ବିଦ୍ରୋହ କରୁଥିଲେ ବି କିଛି କରି ପାରୁ ନ ଥିଲେ। ହେଲେ ଥରେ ଘଟିଥିବା ଗୋଟିଏ ଘଟଣା ସେମାନଙ୍କୁ ଚରମ ପଦକ୍ଷେପ ନେବାକୁ ବାଧ୍ୟ କଲା।

[caption id="attachment_695722" align="aligncenter" width="650"]bridge ନବନିର୍ମିତ ପୋଲ ଉପରେ ଭାଇଭଉଣୀ।[/caption]

ଥରେ ବାପା ନାଳରେ ଭାସି ଯାଇଥାନ୍ତେ ଶୁଣି ଥୟ ଧରିପାରିଲେନି କୁନି ଭାଇଭଉଣୀ। ପୁଣି କିଏ ଏପରି ସମସ୍ୟାର ସମ୍ମୁଖୀନ ହୋଇ ମରଣ ମୁହଁରେ ପଡ଼ିବ ଭାବି ବାହାରକୁ ବାହାରିଲେ କୁନି ଭାଇଭଉଣୀ। ଏପରିକି ଦୁନିଆ ବିଷୟରେ ଜ୍ଞାନ ନ ଥିବା ଭାଇଭଉଣୀ କିନ୍ତୁ ନିଜ ଗାଁ  ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ପ୍ରଧାମନ୍ତ୍ରୀଙ୍କୁ ବି ଚିଠି ଲେଖିଲେ। ଏପରିକି ତୁରନ୍ତ ପଦକ୍ଷେପ ନେବାକୁ ଗୁହାରୀ ବି କଲେ। ଏହାର ୮ ବର୍ଷ ପରେ ଆଜି ଉକ୍ତ ନାଳ ଉପରେ ଛିଡ଼ା ହୋଇଛି ପୋଲ।

ହେଲେ ଆୟୁଷ ଓ ଆଦ୍ୟାଶାଙ୍କ ଏ ସଫଳ କାହାଣୀ ବେଶ୍‌ ସଂଘର୍ଷମୟ ଥିଲା। ପୋଲ ପାଇଁ ୨୦୧୩ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ୨୦୧୪ରେ ମାନବାଧିକାର କମିଶନଙ୍କୁ ଅବଗତ କରିଥିଲେ ଏହି ଭାଇଭଉଣୀ। ଶେଷରେ ୨୦୧୬ରେ  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

[caption id="attachment_695723" align="aligncenter" width="650"]letter ଭାଇଭଉଣୀ ୮ ବର୍ଷ ପୂର୍ବେ ଲେଖିଥିବା ଚିଠି।[/caption]

ସବୁଠୁ ଉତ୍ତର ବି ମିଳିଥିଲା, ହେଲେ ସମସ୍ୟା ଥିଲା ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ସୀମା ବିବାଦ।  ଶେଷରେ ସମସ୍ୟାର ସମାଧାନ ସହ ଆରମ୍ଭ ହୋଇଥିଲା ପୋଲ ନିର୍ମାଣ କାମ। ଏବେ କେବଳ ଉଦଘାଟନକୁ ଅପେକ୍ଷା। ଆଉ ଏବେ ଉପକୃତ ହେବାକୁ ଥିବା ୫ ଖଣ୍ଡ ଗାଁ ଲୋକଙ୍କ ମୁହଁରେ ଏ ପୋଲର ବିନ୍ଧାଣୀ  ଭାଇ ଭଉଣୀଙ୍କ ପ୍ରଶଂସା। କାରଣ ଲୋକେ ବୁଝିଛନ୍ତି ଇଏ କେବଳ ପୋଲ ନୁହେଁ ଅବହେଳିତ ଅଞ୍ଚଳକୁ ବିକାଶର ରାସ୍ତା।

ଏନେଇ ଆୟୁଷ ଓ ଆଦ୍ୟାଶା କହିଛନ୍ତି, ଆମେ ଚିଠି ଲେଖି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଲୁ। ୨୦୧୬ରେ ଚିଠିର ଉତ୍ତର ଆସିଲା। ଏହାପରେ କାମ ଆରମ୍ଭ ହେଲା।

...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story