ପାତ୍ରପଡା ଠିକାଦାର ହତ୍ୟା ମାମଲା: ନୟାଗଡରୁ ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ  ଗିରଫ, କାଲି ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାତ୍ରପଡ଼ା କଣ୍ଟ୍ରାକଟର୍ ଦିଲୀପ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଆଜି ଗିରଫ କରିଛି। ରାଜୁକୁ ନୟାଗଡ ଜିଲ୍ଲା ଖଣ୍ଡପଡା ଅଞ୍ଚଳରେ ଏକ ଘରେ ଲୁଚି ରହୁଥିଲା । ମାସାଧିକ କାଳ ହେବ ରାଜୁ ନିଜର ବେଶ ବଦଳାଇ ରହୁଥିଲା । ଦିନସାରା ୬୦୦ ଟଙ୍ବାକା ଭଡା ଦେଇ ଅଟୋରେ ପୁରୀ, ସାତପଡା, କୋଣାର୍କ ଓ ବ୍ରହ୍ମଗିରି ଅଞ୍ଚଳରେ ବୁଲୁଥିଲା । ରାତିରେ ୩ ଶହ ଟଙ୍କା […]

RP-Sharma

Rakesh Mallick
  • Published: Tuesday, 28 July 2015
  • , Updated: 28 July 2015, 02:16 PM IST

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାତ୍ରପଡ଼ା କଣ୍ଟ୍ରାକଟର୍ ଦିଲୀପ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଆଜି ଗିରଫ କରିଛି। ରାଜୁକୁ ନୟାଗଡ ଜିଲ୍ଲା ଖଣ୍ଡପଡା ଅଞ୍ଚଳରେ ଏକ ଘରେ ଲୁଚି ରହୁଥିଲା । ମାସାଧିକ କାଳ ହେବ ରାଜୁ ନିଜର ବେଶ ବଦଳାଇ ରହୁଥିଲା । ଦିନସାରା ୬୦୦ ଟଙ୍ବାକା ଭଡା ଦେଇ ଅଟୋରେ ପୁରୀ, ସାତପଡା, କୋଣାର୍କ ଓ ବ୍ରହ୍ମଗିରି ଅଞ୍ଚଳରେ ବୁଲୁଥିଲା । ରାତିରେ ୩ ଶହ ଟଙ୍କା ଭଡାରେ ଅଟୋରେ ଶୋଉଥିଲା । ଏ ଖବର ପାଇବା ପରେ ପୋଲିସ ଚଢାଉ କରି ତାକୁ ଗିରଫ କରିଥିଲା । ରାଜୁ ପାଖରୁ ଗୋଟିଏ ରିଭଲବଲ ଓ ଦୁଇଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି । ସୋମବାର ସେ ରହୁଥିବା ଘରେ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କମିଶନର ଆର.ପି ଶର୍ମା ଗଣମାଧ୍ୟମକୁ କହିଛନ୍ତି। ଆସନ୍ତାକାଲି ରାଜୁକୁ ରିମାଣ୍ଡରେ ଅଣାଯିବ ବୋଲି କମିଶନର ଆର.ପି. ଶର୍ମା କହିଛନ୍ତି । କମିଶନର ଶର୍ମା କହିଛନ୍ତି ଯେ, ଦିଲୀପ ହତ୍ୟା ପରେ ରାଜୁ ୬୦ ହଜାର ଟଙ୍କା, ୪ଟି ମୋବାଇଲ ଓ ୭ଟି ସିମ ନେଇ  ଚାଲିଯାଥିଲା ।  ସୂଚନାଯୋଗ୍ୟ ଯେ, ରାଜୁ ଏବଂ ଅନ୍ୟ ୨୩ ଜଣକ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ଚିନ୍ତା କରୁଥିଲା କମିଶନରେଟ୍ ପୋଲିସ୍। ପୂର୍ବରୁ ଏହି ମାମଲାରେ ରାଜୁର ବଡ଼ ଭାଇକୁ ଗିରଫ କରାଯାଇଛି। ଗତ ଜୁନ ୧୮ ତାରିଖରେ ଠିକାଦାର ଦିଲୀପ ନାୟକଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ରାଜୁ ।

ପାତ୍ରାରପଡାରେ ମ୍ୟାଟେରିଆଲ ସପ୍ଲାୟକୁ କେନ୍ଦ୍ର କରି ଦିଲୀପ ନାୟକକୁ ହତ୍ୟା କରାଯାଇଥିବା ରାଜୁ ପୋଲିସ କହିଛି । ତେବେ ସେ ଫାୟାରିଂ କରିନାହିଁ ବୋଲି କହିଛି । ଏହି ଘଟଣାରେ ରାଜୁର ଭାଇ ସମେତ ମୋଟ ୪ଜଣ ଗିରଫ ହୋଇଛନ୍ତି । ଏବେ ବି ୨୨ ଅଭିଯୁକ୍ତ ଫେରାର ଅଛନ୍ତି । ରାଜ୍ୟ ବାହାରକୁ ପଳାଇଥିବା ପୋଲିସ ସନ୍ଦେହ କରୁଥିଲା । ଆଲୋଚନା ହେଉଥିଲା ଯେ, ରାଜୁ ରାଜନୈତିକ ଛତ୍ରଛାୟା ତଳେ ଥିବାରୁ ପୋଲିସ ତାକୁ ଗିରଫ କରିବାକୁ ସାହାସ କରୁନାହିଁ । ଏହାସହ ରାଜୁର ବିଭିନ୍ନ ଲୋକଙ୍କ ସହ ସମ୍ପର୍କ ଥିଲା ବୋଲି ପୋଲିସ ସନ୍ଦେହ କରୁଥିଲା। ଏହାଛଡା ରାଜୁ ଜଣେ ଭଜନ ଗାୟକ ଥିଲା। ରାଜୁ କେତେକ ଷ୍ଟେଜ୍ ଶୋ କରିଥିବା ବେଳେ ଆଉ କେତେକ କ୍ୟାସେଟରେ ଅଭିନୟ କରିଥିଲେ।

Related story