ମନ୍ତ୍ର ଧ୍ୱନୀରେ କମ୍ପିଲା ଉଦୟଗିରି

<p>ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଉଦୟଗିରିରେ ଚାଲିଛି ଆନ୍ତର୍ଜାତୀୟ ବୌଦ୍ଧ ମନ୍ତ୍ର ଆବୃତ୍ତି ସମାରୋହ। ବୌଦ୍ଧ ଭିକ୍ଷୁଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପିତ ହୋଇଉଠୁଛି ତୋଷାଳି କନଭେନସନ୍। ମନ୍ତ୍ର ଆବୃତ୍ତି ସହ ବୌଦ୍ଧ ଭିକ୍ଷୁଙ୍କ ଧ୍ୟାନମଗ୍ନ ରହିବାର ଦୃଶ୍ୟ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ କାଲିଫର୍ଣ୍ଣିଆର ଲାଇଟ୍ ଅଫ୍ ବୁଦ୍ଧଦେବ ଫାଉଣ୍ଡେସନ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଭାରତ ସମେତ ମିଆଁମାର, ଥାଇଲାଣ୍ଡ, ତିବ୍ବତ୍, ଚାଇନା, ୟୁଏସ୍ଏ ଭଳି ବିଭିନ୍ନ ଦେଶରୁ ୧୦୮ ବୌଦ୍ଧଭିକ୍ଷୁ, ଧର୍ମାବଲମ୍ବୀ ଓ ଗବେଷକ ଯୋଗଦେଇଛନ୍ତି।</p> <p>ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ଏଭଳି ଭିନ୍ନ ଧରଣର କାର୍ଯ୍ୟକ୍ରମ।&nbsp; &nbsp;ଉଦୟଗିରି, ରତ୍ନଗିରି ଓ ଲଳିତଗିରିରୁ ଆବିଷ୍କୃତ ବିରଳ ବୌଦ୍ଧ କୀର୍ତ୍ତିରାଜିର ଫଟୋ ପ୍ରଦର୍ଶନୀ ସାଜିଛି ଅନ୍ୟତମ ଆକର୍ଷଣ। ସାରା ବିଶ୍ୱର ବୌଦ୍ଧ ଧର୍ମାବଲମ୍ବୀମାନେ ଏକାଠି ହୋଇ ତ୍ରିପିଟକ ଚାଂଟିଙ୍ଗ ସହ ପର୍ଯ୍ୟଟନସ୍ଥଳୀ ଗୁଡିକର ପ୍ରଚାର ପ୍ରସାର ଓ ବିକାଶ ଦିଗରେ ଉଦ୍ୟମ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।</p>

Ordigital Desk
  • Published: Wednesday, 20 December 2017
  • Updated: 20 December 2017, 06:09 PM IST

Sports

Latest News

<p>ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଉଦୟଗିରିରେ ଚାଲିଛି ଆନ୍ତର୍ଜାତୀୟ ବୌଦ୍ଧ ମନ୍ତ୍ର ଆବୃତ୍ତି ସମାରୋହ। ବୌଦ୍ଧ ଭିକ୍ଷୁଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପିତ ହୋଇଉଠୁଛି ତୋଷାଳି କନଭେନସନ୍। ମନ୍ତ୍ର ଆବୃତ୍ତି ସହ ବୌଦ୍ଧ ଭିକ୍ଷୁଙ୍କ ଧ୍ୟାନମଗ୍ନ ରହିବାର ଦୃଶ୍ୟ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ କାଲିଫର୍ଣ୍ଣିଆର ଲାଇଟ୍ ଅଫ୍ ବୁଦ୍ଧଦେବ ଫାଉଣ୍ଡେସନ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଭାରତ ସମେତ ମିଆଁମାର, ଥାଇଲାଣ୍ଡ, ତିବ୍ବତ୍, ଚାଇନା, ୟୁଏସ୍ଏ ଭଳି ବିଭିନ୍ନ ଦେଶରୁ ୧୦୮ ବୌଦ୍ଧଭିକ୍ଷୁ, ଧର୍ମାବଲମ୍ବୀ ଓ ଗବେଷକ ଯୋଗଦେଇଛନ୍ତି।</p><p>ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ଏଭଳି ଭିନ୍ନ ଧରଣର କାର୍ଯ୍ୟକ୍ରମ।&nbsp; &nbsp;ଉଦୟଗିରି, ରତ୍ନଗିରି ଓ ଲଳିତଗିରିରୁ ଆବିଷ୍କୃତ ବିରଳ ବୌଦ୍ଧ କୀର୍ତ୍ତିରାଜିର ଫଟୋ ପ୍ରଦର୍ଶନୀ ସାଜିଛି ଅନ୍ୟତମ ଆକର୍ଷଣ। ସାରା ବିଶ୍ୱର ବୌଦ୍ଧ ଧର୍ମାବଲମ୍ବୀମାନେ ଏକାଠି ହୋଇ ତ୍ରିପିଟକ ଚାଂଟିଙ୍ଗ ସହ ପର୍ଯ୍ୟଟନସ୍ଥଳୀ ଗୁଡିକର ପ୍ରଚାର ପ୍ରସାର ଓ ବିକାଶ ଦିଗରେ ଉଦ୍ୟମ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos