ଘାଟିରେ ଓଲଟିଲା ବସ୍‌, ୧୩ ଗୁରୁତର

କେନ୍ଦୁଝର (ଓଡ଼ିଶା ରିପୋର୍ଟର)କେନ୍ଦୁଝର ଜିଲ୍ଲା କାଞ୍ଜିପାଣି-କନ୍ତଳା ରାସ୍ତା କାଞ୍ଜିପାଣି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ବସ ଓଲଟି ପଡିବାରୁ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ  ଅଛନ୍ତି। ଗୁରୁତରଙ୍କୁ  ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ସୂଚନା ଅନୁଯାଇ କେନ୍ଦୁଝର ରାଇସୁଆଁ ଥାନା  ମନହରପୁର ଗ୍ରାମର କିଛି ଲୋକ ଶ୍ରୀଜଗନ୍ନାଥ ନାମକ ଏକ ଭଡ଼ା ବସ୍‌ରେ କତରାପାଲିକୁ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।  କାଞ୍ଜିପାଣି ଘାଟିରେ […]

4321`

4321`

Tapas Behera
  • Published: Sunday, 20 October 2019
  • Updated: 20 October 2019, 03:34 PM IST

Sports

Latest News

କେନ୍ଦୁଝର (ଓଡ଼ିଶା ରିପୋର୍ଟର)କେନ୍ଦୁଝର ଜିଲ୍ଲା କାଞ୍ଜିପାଣି-କନ୍ତଳା ରାସ୍ତା କାଞ୍ଜିପାଣି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ବସ ଓଲଟି ପଡିବାରୁ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ  ଅଛନ୍ତି। ଗୁରୁତରଙ୍କୁ  ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ସୂଚନା ଅନୁଯାଇ କେନ୍ଦୁଝର ରାଇସୁଆଁ ଥାନା  ମନହରପୁର ଗ୍ରାମର କିଛି ଲୋକ ଶ୍ରୀଜଗନ୍ନାଥ ନାମକ ଏକ ଭଡ଼ା ବସ୍‌ରେ କତରାପାଲିକୁ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।  କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ବସ ଟି ରାସ୍ତା ଉପରେ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି।   ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos